ଶସ୍ୟ ସଂରକ୍ଷଣ- ୧୪

0

କିପରି ପାଇବେ କଳା କାଣ୍ଡକଟା ପୋକ କବଳରୁ ରକ୍ଷା

ଧୂସର ରଙ୍ଗ ର ଏହି ପ୍ରଜାପତି ଟି ବହୁତ ଶକ୍ତିଶାଳୀ ଏବଂ କ୍ଷତିକାରୀ । ଏହା ବିଭିନ୍ନ ସମୟରେ ବହୁତ ପ୍ରକାର ଫସଲକୁ ଆକ୍ରମଣ କରିଥାଏ । ବୟସ୍କ ସଁବାଳୁଆ ଟି ହିଁ ଗଛକୁ କ୍ଷତି ପହଞ୍ଚାଇଥାଏ । ଏମାନେ ରାତ୍ରିଚର ଏବଂ ରାତିରେ ହିଁ ଗଛକୁ କାଟିଖାଇଥାନ୍ତି । ଦିନବେଳେ ଏମାନେ ଖରା ରୁ ବଞ୍ଚି ରହିବା ପାଇଁ ମାଟିତଳେ ଲୁଚି ରହିଥାନ୍ତି । ରାତିରେ ମାଟିରୁ ବାହାରି ମାଟିକୁ ଲାଗିଥିବା ଗଛର ଡାଳପତ୍ର, ଚେର ଏବଂ ଅନବନା ଘାସ କୁ କାଟି କାଟି ଖାଇଥାନ୍ତି । କଅଁଳ ପତ୍ର ରେ ଛୋଟ କଣା ସବୁ ଦେଖାଯାଏ ଓ ଗଛଟି ଭୀଷଣ ଭାବେ କାଟି ହେଇଯାଏ ଯାହା ଫଳରେ ଗଛଟି ଝାଉଁଳିଯାଏ, ଗଛର ବୃଦ୍ଧି କମିଯାଏ । ଏମାନେ କାଣ୍ଡ ଭିତରେ ମଧ୍ୟ ପଶି ଖୋଳି ଖାଇଥାନ୍ତି ସେଥିପାଇଁ ଗଛଟି ନଇଁ ଯାଏ ଆଉ ବଢୁଥିବା ଟିସୁକୁ ଆଘାତ ପହଁଞ୍ଚିଥାଏ ।

ପରିଚାଳନା
• ଜଲଦି ଗଛ ଲଗାଇଲେ ପୋକର ଜନସଂଖ୍ୟା ବୃଦ୍ଧି ହେବା ପୂର୍ବରୁ ଗଛକୁ ରକ୍ଷା କରାଯାଇପାରିବ ।
• ଗଛ ଲଗାଇବାପୂର୍ବରୁ ଆଉ ଅମଳପରେ ଜମିକୁ ଭଲଭାବେ ହଳ କରନ୍ତୁ ।
• ଯନ୍ତା ଫସଲ ଯେପରିକି ସୂର୍ଯ୍ୟମୁଖୀ ଗଛ ଜମି ଚାରିପଟେ ଲଗାନ୍ତୁ ଯାହା ପୋକକୁ ଆକର୍ଷିତ କରି ମୁଖ୍ୟ ଫସଲ କୁ ପୋକ କବଳରୁ ବଞ୍ଚାଇବ ।
• ମଝିରେ ମଝିରେ ଜମି ପରିଦର୍ଶନ କରି ଜମି ରେ ଥିବା ଅନାବନା ଘାସ ସଫା କରନ୍ତୁ ।
• ପ୍ରଜାପତି ଧରିବା ପାଇଁ ଆଲୋକ ଏବଂ ଫେରମନ ଯନ୍ତା ବ୍ୟବହାର କରନ୍ତୁ ।
• ଅମଳ ପରେ ଏବଂ ଗଛଲଗାଇବାପୂର୍ବରୁ ଜମିକୁ କିଛି ସପ୍ତାହ ଯାଏ ପଦା ପକାନ୍ତୁ ।
• ଅମଳ ପରେ ଫସଲ ଅବଶେଷ କୁ ପୋଡି କିମ୍ବା ଗଭୀର ମାଟି ଭିତରେ ପୋତିଦିଅନ୍ତୁ ।
• କ୍ଲୋରୋପାଇରିଫସ, ସାଇପରମେଥିରିନ, ର ମିଶ୍ରଣ ପ୍ରୟୋଗ କରି କଟା ପୋକ ସଂଖ୍ୟା ନିୟନ୍ତ୍ରଣ କରାଯାଇପାରିବ ।

nano urea

ରୁଦ୍ର ପ୍ରତାପ ସୁବୁଦ୍ଧି (ସହାକରୀ ପ୍ରାଧ୍ୟାପକ , ମିଟସ୍ , ରାୟଗଡ଼ା)

(ପ୍ରକାଶିତ ଆଲେଖ୍ୟଟି ସମ୍ପୂର୍ଣ୍ଣ ଭାବରେ ଲେଖକଙ୍କ ନିଜସ୍ୱ । ଏଥିପାଇଁ ଶ୍ୟାମଳ ସୁବର୍ଣ୍ଣର ସମ୍ପାଦନା ମଣ୍ଡଳୀ ଦାୟୀ ରହିବେ ନାହିଁ । )

Leave A Reply

Your email address will not be published.

12 + 10 =