ଶସ୍ୟ ସଂରକ୍ଷଣ-୧୬ (ଶୀତ ଦିନିଆ ପନିପରିବା ଫସଲ ରେ ଫ୍ଲି ବିଟିଲ ନିୟନ୍ତ୍ରଣ)

0

ଶୀତ ଦିନେ ହେଉଥିବା ପନିପରିବା ଫସଲ ଯେପରିକି ଫୁଲକୋବି, ବନ୍ଧାକୋବି, ଗଣ୍ଠିକୋବି, ମୂଳା, ବ୍ରୋକୋଲି, ଗାଜର, ବିଟ ଇତ୍ୟାଦି ର ଫ୍ଲି ବିଟିଲ ହେଉଛି ଏକ ମୁଖ୍ୟ ଶତ୍ରୁକୀଟ । ବୟସ୍କ ପୋକ ଟି ଛୋଟ (୪ ମି. ମି) ଓ ଗାଢ଼ କଳା ରଙ୍ଗ ର ହେଇଥାନ୍ତି । ଆଉ ଅଧିକାଂଶ ସମୟରେ ଏମାନେ ଚମକିଲା ପରି ଦେଖାଯାଆନ୍ତି । ଏମାନେ ଗଛରୁ ଗଛ ଡିଅନ୍ତି ଆଉ ଶୁଖିଲା ଓ ଗରମ ପାଣିପାଗ ଏମାନଙ୍କୁ ସୁହାଏ । ଉଭୟ ଯୁବ ଏବଂ ବୟସ୍କ ପୋକ ମାନେ ଗଛ ପାଇଁ କ୍ଷତିକାରକ । ମାଟିରେ ଅଣ୍ଡା ରୁ ବାହାରି ଲାର୍ଭା ମାନେ ଗଛ ର ମୂଳ ଖାଇଥାନ୍ତି ଏବଂ ବୟସ୍କ ପୋକ ମାନେ ଗଛ ର ପତ୍ର କୁ କାଟି ଖାଇଥାନ୍ତି ଯାହା ଫଳରେ ପତ୍ର ର ଅଧିକାଂଶ ଅଂଶରେ ଛୋଟ ଛୋଟ କଣା ଦେଖାଯାଏ । ପତ୍ରର ଧାରକୁ ମଧ୍ୟ ଏମାନେ କାଟି ଖାଇଥାନ୍ତି । ସୃଷ୍ଟି ହେଇଥିବା କଣା ଚାରିପାଖେ ଥିବା ପତ୍ର ର ଅଂଶଗୁଡିକ ହଳଦିଆ କିମ୍ବା ଧଳା ରଙ୍ଗର ହେଇଯାଏ । ଅତ୍ୟାଧିକ ଆକ୍ରାନ୍ତିତ ଗଛର ପତ୍ର ସବୁ ଶୁଖି ହଳଦିଆ ହେଇଯାଏ, ଆଲୋକସଁସଲେଶଣ କମିଯାଏ ଆଉ ଗଛଟି ମରିଯାଏ ।

ପରିଚାଳନା
1.ଶୀଘ୍ର ଗଛ ଲଗେଇଲେ ପୋକ ଆକ୍ରମଣକୁ ଦୁରେଇ କରିହେବ ।
2.ଅନବନା ଘାସ ନିୟନ୍ତ୍ରଣ ଓ ଜମି କୁ ପରିଷ୍କାର ରଖିବା ନିହାତି ଜରୁରୀ ।
3.ଚାରା ଲଗେଇବା ପୂର୍ବରୁ ଗହିରିଆ ଚାଷ କଲେ ମାଟିରେ ଥିବା ପୋକ ର ଅଣ୍ଡା ଓ ଲାର୍ଭା ସବୁ ନଷ୍ଟ ହେଇଯାଆନ୍ତି ।
4.ସନ୍ତୁଳିତ ଭାବେ ସାର ଓ ପିଡ଼ିଆ ର ପରିଚାଳନା କରନ୍ତୁ ।
5.ବିଟିଲ କୁ ଆକର୍ଷଣ କରୁଥିବା ଜାଲ ଫସଲ କିମ୍ବା ଯନ୍ତା ଫସଲ ଲଗାନ୍ତୁ ।
6.ଉଚିତ ଜଳସେଚନ କରନ୍ତୁ ।
7.ଅମଳ ପରେ ଗଛ ଅବଶେଷ କୁ ପୋଡି କିମ୍ବା ପୋତି ଦିଅନ୍ତୁ ।
8.କ୍ଲୋରୋପାଇରିଫସ କିମ୍ବା ମାଲାଥିଅନ ଫର୍ମୁଲା ଯୁକ୍ତ କୀଟନାଶକ ବ୍ୟବହାର କରନ୍ତୁ ।

nano urea

ଋୁଦ୍ର ପ୍ରତାପ ସୁବୁଦ୍ଧି ,ସହକାରୀ ପ୍ରାଧ୍ୟାପକ , ମିଟସ୍‌ , ରାୟଗଡ଼ା

Leave A Reply

Your email address will not be published.

eleven − one =