ଧାନ ଫସଲର କୀଟ ପରିଚାଳନା

0

ନଳି ପୋକ- ଏହା ଧାନ ଫସଲର କ୍ଷତିକାରକ କୀଟ ମଧ୍ୟରେ ଅନ୍ୟତମ । ଏହାର ଶୁକ ଗୁଡ଼ିକ ଫିକା ସବୁଜ ରଙ୍ଗର ଓ ସଦାବେଳେ ପତ୍ରର ନଳୀ ଭିତରେ ଅବସ୍ଥାନ କରିଥାନ୍ତି । ଏମାନେ ଫିମ୍ବରୁ ବାହାରିବା ପରେ ଧାନ ପତ୍ରର ଅଗ ଭାଗକୁ କାଟି ଛୋଟଛୋଟ ନଳୀ ତିଆରି କରନ୍ତି । ନଳୀ ଭିତରେ ରହି ପତ୍ରର ସବୁଜ କଣିକାକୁ କୋରି କୋରି ଖାଇଥାନ୍ତି । ଏହି ନଳୀ ଗୁନିକ ପାଣିରେ ସହଜରେ ଭାସି ପାରେ ।
ପ୍ରତିକାର – ଏହି ପୋକ ଦାଉରୁ ରକ୍ଷା ପାଇବା ପାଇଁ କୁଇନାଲଫସ ୨୫ଇସି ୨ମିଲି ପ୍ରତି ଲିଟର ପାଣିରେ ପ୍ରୟୋଗ କରି ଜମିରେ ପ୍ରୟୋଗ କରନ୍ତୁ ।
ସ୍ୱାମିଙ୍ଗ ସଁବାଳୁଆ – ଏହା ଦେଖିବାକୁ ଗାଢ଼ ସବୁଜ ରଙ୍ଗର ଶୁକ । ଏହାର ନିୟନ୍ତ୍ରଣ ପାଇଁ ଜମିରୁ ସଠିକ ଭାବେ ଜଳ ନିଷ୍କାସନ କରିବା ଆବଶ୍ୟକ ।
କାହାଳିଆ ପୋକ – ଏହା ସାଧାରଣତଃ ବର୍ଷାଦିନିଆ ଧାନ ଫସଲରେ ଦେଖାଯାଇଥାଏ । ପିଲ ଦେଉଥିବା ଅବସ୍ଥାରେ ପିଲ ଭିତରେ ପଶି କଅଁଳିଆ ମଂଜିର ଅଗ୍ରଭାଗକୁ ଖାଇଥାନ୍ତି । ଫଳରେ ପିଲଟି କାହାଳୀ ସଦୃଶ ହୋଇ ବଢ଼ିଥାଏ । କେଣ୍ଡାର ଧାରଣ ଶକ୍ତି କମିଥାଏ ।
ପ୍ରତିକାର- ସଙ୍ଗ ଆକର୍ଷକ ଯନ୍ତା ବ୍ୟବହର କରିବା ଉଚିତ୍‌ ।
-ପଟାସ ସାର ବ୍ୟବହାର କରିବା ଦରକାର ।
-କାର୍ବୋସଲଫନ୍‌ ୨୫%ଇସି ୨ମିଲି ପ୍ରତି ଲିଟର ପାଣିରେ ଜମିରେ ସିଂଚନ କରିବା ଆବଶ୍ୟକ ।

Leave A Reply

Your email address will not be published.

9 − five =