ଟିଲାପିଆ ମାଛ ଚାଷ

1

ଟିଲାପିଆ ମାଛକୁ କେତେକ ଗରିବଙ୍କ ମାଛ ବୋଲି କହନ୍ତି । ଏହାର ମୂଳ ବାସସ୍ଥାନ ଆଫ୍ରିକା । ଆଫ୍ରିକା ମହାଦେଶ ବାହାରେ ସର୍ବପ୍ରଥମେ ଏହାର ଏକ ପ୍ରଜାତି ମୋଜାମ୍ବିକ ଟିଲାପିଆ ଚାଷ ଆରମ୍ଭ ହୋଇଥିଲା । କିନ୍ତୁ ଏହା କ୍ଷୁଦ୍ର, କମ୍‌ ଚାହିଦା ଓ କେତେକ ଅନାଦୃତ କାରଣ ବଶତ ଏହାର ଚାଷ ସଫଳ ହୋଇପାରିନଥିଲା । ପରେ ବିଂଶ ଶତାବ୍ଦୀରେ ଏକ ଉନ୍ନତ ପ୍ରଜାତିର ଟିଲାପିଆକୁ ଚାଷ କରାଯାଇ ଅଭୁତପୂର୍ବ ସଫଳତା ହାସଲ କରାଯାଇଥିଲା ।ଏହାକୁ ବିଂଶ ଶତାବ୍ଦୀର ମୁଖ୍ୟ ଜଳଜୀବ ଭାବେ ଗଣା ଯାଉଛି ।ଏହି ମାଛ ଅତ୍ୟନ୍ତ ସହନଶୀଳ ଓ ରୋଗପ୍ରତିରୋଧକ୍ଷମ ହୋଇଥାଏ । ଏହାଛଡ଼ା ୪-୬ ମାସ ଭିତରେ ବିକ୍ରିଯୋଗ୍ୟ ହୋଇଥାଏ ।ଏହି ମାଛକୁ ବର୍ତ୍ତମାନ ବ୍ୟବସାୟିକ ଉଦ୍ଦେଶ୍ୟରେ ଚାଷ କରାଯାଉଛି ।
ଟିଲାପିଆର ପ୍ରାୟ ୨୦ଟିପ୍ରଜାତି ମଧ୍ୟରୁ ଅଧିକାଂଶ ଆଫ୍ରିକା ପଶ୍ଚିମପାଶ୍ୱର୍ରେ ଥିବା ନଦୀମାନଙ୍କରେ ମିଳିଥାଏ । ଏଥିରୁ ମୁଖ୍ୟତ ୯ପ୍ରକାରର ପ୍ରଜାତି ଉପଯୁକ୍ତ ମନେ ହୁଏ । ନୀଳନଦୀ ଟିଲାପିଆ ସାରା ବିଶ୍ୱରେ ମୁଖ୍ୟ ଚାଷ ଉପଯୋଗୀ ଟିଲାପିଆ ଭାବେ ଗଣା ହୋଇଥାଏ । ନୀଳ ଟିଲାପିଆ ଶଙ୍କର ଜାତୀୟ ଟିଲାପିଆ ଉତ୍ପନ୍ନ କରିବାରେ ବ୍ୟବହାର କରାଯାଇଥାଏ । ଏହା ସମୁଦାୟ ବିଶ୍ୱର ଟିଲାପିଆ ଉତ୍ପାଦନର ପ୍ରାୟ ଶତକଡ଼ା ୮୦ଭାଗ ହୋଇଥାଏ । ଏଥିପାଇଁ ସାଧାରଣତଃ ଥଣ୍ଡା ଜଳବାୟୁ ଥିବା ପରିବେଶ ଆବଶ୍ୟକ । ମୋଜାମ୍ବିଆ ଟିଲାପିଆ ନୀଳନଦୀ ଟିଲାପିଆର ପ୍ରଜାତି ଅଟେ । ଲାଲ୍‌ ଟିଲାପିଆ – ଏହା ପ୍ରଥମେ ତାଇୱାନରେ ଉତ୍ପାଦିତ ହୋଇଥିଲା । ଏହା ବର୍ତ୍ତମାନ ସାରା ବିଶ୍ୱରେ ଆଦୃତ ହୋଇପାରିଛି ।

nano urea

ଉତ୍ପାଦନ- ଟିଲାପିଆ ଉତ୍ପାଦନରେ ମୁଖ୍ୟତ ୧୦ଟି ଦେଶ ଆଗରେ ଅଛନ୍ତି । ତନ୍ମଧ୍ୟରୁ ଏସିଆ ମହାଦେଶରେ ଚୀନ୍‌ ହେଉଛି ମୁଖ୍ୟ ଟିଲାପିଆ ଉତ୍ପାଦନ କାରୀ ରାଷ୍ଟ୍ର । ବିଶ୍ୱର ଅର୍ଦ୍ଧାଧିକ ଟିଲାପିଆ ଚୀନ୍‌ ଆସିଥାଏ । ସମୁଦାୟ ଉତ୍ପାଦନର ପ୍ରାୟ ୮୫ ଶତକଡ଼ା ମଧୁର ପାଣିରୁ ଆସିଥାଏ । ଏହାକୁ ଉଭୟ ମଧୁର ଓ କ୍ଷାର ପାଣିରେ ଚାଷ କରାଯାଇପାରେ । ଭେକଟି ମାଛ ଚାଷରେ ଏହାକୁ ମୁଖ୍ୟ ଖାଦ୍ୟଭାବେ ବ୍ୟବହାର କରାଯାଇଥାଏ ।

1 Comment
  1. Santosh Kumar Lenka says

    This one is having the tendency to act as invasive alien species.

Leave A Reply

Your email address will not be published.

11 + 15 =