ଧାନର ଶୁଖିଲା ଓ କାଦୁଆ ତଳିଘେରା ପରିଚାଳନା

0

ଶୁଖିଲା ତଳିଘେରା– ବର୍ଷାଦିନିଆ ଧାନଚାଷ ପାଇଁ ଶୁଖିଲା ତଳିଘରା ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଏକ ଏକର ଜମି ରୋଇବାକୁ ୧୦ ଡ଼ିସିମିଲ୍‌ ଜମିରେ ତଳୀ ପକାନ୍ତୁ । ତଳି କିଆରିକୁ ଭଲରୂପେ ଚାଷକରି ଘାସବାଛି ମାଟି ଗୁଣ୍ଡ କରନ୍ତୁ । ୩ଫୁଟ ଚଉଡ଼ା,୬ ଇଂଚ ଉଚ୍ଚା ଓ ସୁବିଧା ଅନୁସାରେ ଏମ୍ବା କରି ପିଟି ତିଆରି କରନ୍ତୁ । ଦୁଇ ପଟି ମଝିରେ ୧ଫୁଟ ଓସାରର ପାଣି ନାଳ ରଖନ୍ତୁ । ୧୦ ଡ଼ିସିମିଲ ତଳିପଟିରେ ୪୦ ଝୁଡ଼ି ସଢ଼ା ଗୋବର ଖତ, ୧୨ କିଗ୍ରା ଫସଫେଟ୍‌ ଓ ୨ କିଗ୍ରା ପଟାସ ସାର ମାଟିରେ ମିଶାନ୍ତୁ । ଧାଡ଼ିରେ ଧାନ ବୁଣି ମାଟି ଘୋଡ଼ାଇ ଦିଅନ୍ତୁ । ୧୦ ଡ଼ିସିମିଲ ତଳିଘେରାରେ ୨୫କିଗ୍ରା ବିହନ ଆବଶ୍ୟକ ହୋଇଥାଏ ।
କାଦୁଅ ତଳିଘେରା-
ତଳକିଆରୀକୁ ଭଲ ଭାବେ କାଦୁଅକରି ମଇ ଦେଇ ସମତୁଲ କରନ୍ତୁ । ଶେଷ ଓଡ଼ ଚାଷ ସମୟରେ ଶୁଖିଲା ତଳିଘରା ଭଳି ଖତ ସାର ଦେଇ ମାଟିରେ ମିଶାନ୍ତୁ । ଏହା ପରେ ଧାନ ବିହନୁ ତଳିପଟିରେ ବୁଣନ୍ତୁ । ବିହନରୁ ଅଗାଡ଼ି ଆଦି ବାହାରକରିବା
ପାଇଁ ପ୍ରତି ୧ଲିଟର ପାଣିରେ ୧୬୫ଗ୍ରାମ ଲୁଣ ମିଶାଇ ଦ୍ରବଣ ପ୍ରସ୍ତୁତ କରନ୍ତୁ । ଧାନ ବିହନକୁ ଲୁଣ ପାଣିରେ ପକାନ୍ତୁ ।
ପାଣି ଉପରେ ଭାସୁଥିବା ଧାନୁ ଛାଣି ବାହାରକଲା ପରେ ବୁଡ଼ି ରହିଥିବା ଧାନକୁ ପରିଷ୍କାର କରି ପାଣିରେ ଧୁଅନ୍ତୁ । ଏହା ପରେ ବିହନକୁ ୨୪ଘଣ୍ଟା ପାଣିରେ ଭିଜାଇ ତାକୁୁ ଛାଣି ପାଣି ନିଗିଡ଼ିଲା ପରେ ପକ୍କା ଚଟାଣରେ ବା ମାଟି ଉପରେ ପଲିଥିନ ଜରି ପକାଇ ତା ଉପରେ ବିହନକୁ ଓଦା ଅଖା ଢ଼ାଙ୍କି ଦିଅନ୍ତୁ । ଏହା ଦ୍ୱାରା ମଂଜି ଉଷୁମ ପାଇ ଶୀଘ୍ର ଗଜା ହୁଏ । ଗାଲିଗଜା ଫିଟିବା ପରେ ବିହନକୁ କାଦୁଅ ତଳି ପଟିରେ ବୁଣନ୍ତୁ।

Leave A Reply

Your email address will not be published.

thirteen + four =