ଚିନ୍ତା ବଢ଼ାଉଛି ଚକଡ଼ା

0

ଓଡ଼ିଶାର ବିଭିନ୍ନ ଋତୁରେ ବିଭିନ୍ନ ଚାଷ କରାଯାଇଥିଲେ ହେଁ ଧାନ ମୁଖ୍ୟ ଚାଷ ଅଟେ । ମୁଖ୍ୟତଃ ଖରିଫ ଋତୁର ଆରମ୍ଭରେ ଧାନ ଚାଷ କରାଯାଇଥାଏ, ପରନ୍ତୁ ଧାନ ଚାଷର କେତେକ କ୍ଷତିକାରକ କୀଟ ଏହାର ଉତ୍ପାଦନରେ ହ୍ରାସ କରାଇଥାଏ । ବର୍ତ୍ତମାନ ସମୟରେ ଧାନ ଫସଲରେ ଚକଡା ପୋକ ଏକ ମୁଖ୍ୟ ଚିନ୍ତା ଭାବେ ଉଭା ହୋଇଛି । ଚାଷୀ ଭାଇଙ୍କ ମୁଣ୍ଡରେ ଏବେ ଚକଡ଼ା ଚିନ୍ତା । ତେବେ ଆସନ୍ତୁ ଚକଡା ପୋକ ଓ ତାହାର ପରିଚାଳନା ବିଷୟରେ ଜାଣିବା ।

ଧାନର ଏକ ପ୍ରମୁଖ ଉତ୍ପାଦନ ହ୍ରାସକାରୀ କୀଟ ଭାବେ ଚକଡ଼ା ପୋକ ବେଶ ଜଣାଶୁଣା । କୃଷି ବିଜ୍ଞାନରେ ଏହାକୁ ‘ବ୍ରାଉନ ହପର ପ୍ଲାଣ୍ଟ  ବୋଲି କୁହାଯାଏ । ତେବେ ଚକଡା ପୋକ ମୁଖ୍ୟତଃ ତିନୋଟି ସ୍ତର ଦେଇ ଗତି କରିଥାଏ-ଅଣ୍ଡା-ଅର୍ଭକ-ପୂର୍ଣ୍ଣାଙ୍ଗ କୀଟ । ପୂର୍ଣ୍ଣାଙ୍ଗ କୀଟ ଦେଖିବାକୁ ମାଟିଆ ରଙ୍ଗର ସ୍ତ୍ରୀ କୀଟଟି ୫ମି.ମି ଲମ୍ବା ହୋଇଥିବା ବେଳେ ପୁରୁଷ କୀଟଟି ୪-୪.୫ ମି.ମି ଭିତରେ ଲମ୍ବାଥାଏ । ପତ୍ର ର ମଝି ଭାଗରେ ଅଣ୍ଡା ଗୁଡିକ ଦେଖାଯାଏ (୨-୧୨) ଅଣ୍ଡା ଟି ଧଳା ଓ ବଙ୍କା ଆକୃତିର ହୋଇଥାଏ । ସମ୍ପୂର୍ଣ୍ଣ ଜୀବନ ଚକ୍ର ୧୮-୨୨ ଦିନ ଭିତରେ ଶେଷ ହୋଇଥାଏ ।

ଲକ୍ଷଣ-ଏହାର ପୂର୍ଣ୍ଣାଙ୍ଗ କୀଟଟି ଗଛର ତଳ ଭାଗର ରସକୁ ଶୋଷି ଶୋଷି ଖାଇଯାଇଥାଏ । ଖାଇବା ସମୟରେ ଏହା ଏକ ବିଷାକ୍ତ ପଦାର୍ଥ ନିର୍ଗତ କରିଥାଏ । ଯାହା ଫଳରେ (ହୋପର ବର୍ନ) ଲକ୍ଷଣ ଦେଖାଯାଇଥାଏ । ପତ୍ର ଗୁଡିକ ହଳଦିଆ ପଡିଯିବା ସହିତ ଗୋଲାକୃତି ଆକାରରେ ଗଛ ଶୁଖିଯାଏ । ଏହା ଯେଉଁ ଧାନ ଗଛକୁ ଆକ୍ରମଣ କରିଥାଏ, ତାହାର କାଣ୍ଡ ଭାଗ ଶୁଖିଯାଏ ଓ ଏହା ଭବିଷ୍ୟତରେ କୁଟା ହୋଇପାରେ ନାହିଁ।

ସମାଧାନ :

nano urea

ଚକଡା କୀଟ ଆକ୍ରାନ୍ତ ଜମିରେ ଏକ କିସମକୁ ଦ୍ୱିତୀୟ ଥର ବ୍ୟବହାର କରନ୍ତୁ ନାହିଁ ।

ସହନଶୀଳ କିସମ ଯଥା ଗୋଦାବରୀ, କ୍ରିଷ୍ଣାଭେନି, ଚୈତନ୍ୟ ପ୍ରଭୁତି ବ୍ୟବହାର କରିବା ଆବଶ୍ୟକ ।

ଧାନ ଜମିର ମଝି ଭାଗରେ କନ୍ଦି କରନ୍ତୁ । ଏହାଦ୍ୱାରା ଉପଯୁକ୍ତ ସୂର୍ଯ୍ୟାଲୋକ ମିଳିପାରିବା ସହ ଆର୍ଦ୍ରତା ନିୟନ୍ତ୍ରଣ ହୋଇପାରିବ ।

ଏହା ସହ ଫ୍ଲୋନିକାମଇଡ଼ ୫୦% ଡ଼ବ୍ଲ୍ୟୁ.ଜି ୬୦ ଗ୍ରାମ ଏକର ପିଛା ବା ଡ଼ାଇନାଇଟ୍ରିଫ୍ୟୁରନ ୨୦% ଏସ.ଜି ୮୦ ଗ୍ରାମ ଏକର ପିଛା ଅବା ଟ୍ରାଇଫ୍ଲୁମେଜୋପାଇରିନ୍‌ ୧୦% ଏସ.ସି ୧୦୦ମିଲି ଏକର ପିଛା ପ୍ରୟୋଗ କରନ୍ତୁ ।

Leave A Reply

Your email address will not be published.

16 − three =