ଚାଷ ଜମିରେ କରନ୍ତୁ ମହୁଲାସ୍ତ୍ରର ବ୍ୟବହାର

0

ମହୁଲାସ୍ତ୍ର- ଚାଷ କ୍ଷେତରେ ରୋଗପୋକ ଚାଷୀମାନଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ଅଟେ । ରୋଗପୋକର ଦମନ ହୋଇପାରିଲେ ହିଁ ଅମଳ ବୃଦ୍ଧି ହେବ । ବିଭିନ୍ନ ଫସଲରେ କବକଜାତୀୟ ରୋଗ ସାଧାରଣତଃ ଅଧିକ ଭାବେ ଦେଖାଯାଇଥାଏ । ମହୁଲାସ୍ତ୍ର ଏହି କବକଜନିତ ରୋଗକୁ ଦମନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ମହୁଲାସ୍ତ୍ର – ଏଥିରେ ମହୁଲ ଫୁଲର ବ୍ୟବହାର କରାଯାଇଥିବା ଯୋଗୁଁ ଏହାର ନାମକରଣ ଏପରି ହୋଇଛି ।
ପ୍ରସ୍ତୁତି ପାଇଁ ସାମଗ୍ରୀ– ଗୋମୂତ୍ର(୨ଲିଟର) , ଗୁଡ଼ (୧୦୦ଗ୍ରାମ) , ମହୁଲ ଫୁଲ(୫୦୦ଗ୍ରାମ)
କେମିତି ପ୍ରସ୍ତୁତ କରିବା – ସର୍ବପ୍ରଥମେ ଗୋଟିଏ ହାଣ୍ଡିରେ ଉପରୋକ୍ତ ସମସ୍ତ ସାମଗ୍ରୀ (ଗୋମୂତ୍ର , ଗୁଡ଼ , ମହୁଲଫୁଲ)କୁ ଆବଶ୍ୟକୀୟ ଅନୁପାତରେ ଏକାଠି ମିଶ।।ଇ ୨୪ଘଣ୍ଟା ଯାଏଁ ରଖନ୍ତୁ । ଏହା ପରେ ଅର୍ଥାତ ୨୪ଘଣ୍ଟା ପରେ ଏହାକୁ ଚୁଲି ଉପରେ ବସାଇ ଫୁଟାନ୍ତୁ । ଅଳ୍ପ ସମୟ ଫୁଟି ସାରିବା ପରେ ଏହାକୁ ଥଣ୍ଡା କରି ଏକ କପଡ଼ା ଦ୍ୱାରା ଛାଣି ବୋତଲରେ ସଂଗ୍ରହ କରି ଛାଇ ସ୍ଥାନରେ ରଖିବେ । ଏହାପରେ ମହୁଲାସ୍ତ୍ର ବ୍ୟବହାର ଉପଯୋଗୀ ହୋଇଥାଏ ।
ପ୍ରୟୋଗ ବିଧି– କବକଜନିତ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ୧୫ଲିଟର ପାଣିରେ ୫୦-୬୦ମିଲି ମହୁଲାସ୍ତ୍ର ମିଶାଇ ଗଛରେ ସ୍ପ୍ରେ କରନ୍ତୁ। ଏହା ବ୍ୟତୀତ ଧାନ ଗଛର ପତ୍ରପୋଡ଼ା ରୋଗରୁ ରକ୍ଷା ନିମନ୍ତେ ଏହାକୁ ୧୫ଲିଟର ପାଣିରେ ୨୫୦ମିଲି ପକାଇ ସ୍ପ୍ରେ କରିପାରିବେ ।

Leave A Reply

Your email address will not be published.

nine + 13 =