ଚାଷ ଜମି ପାଇଁ ଅମୃତ – ଜୀବାମୃତ

0

ଜୀବାମୃତ ଏକ ତରଳ ଜୈବିକ ଖତ ଯାହା ଜୈବିକ କୃଷି ପ୍ରଣାଳୀରେ ବ୍ୟବହାର କରାଯାଏ । ନାଇଟ୍ରୋଜେନ୍‌, ପଟାସ୍‌, କାର୍ବନ୍‌ ପରି ପୋଷକତତ୍ତ୍ୱ ଯୋଗାଇଲାପରି ଏକ ନୂତନ ଆରମ୍ଭ ଜୀବାମୃତ । ଏହା ଖୁବ ସହଜ ଓ ଶୀଘ୍ର କରାଯାଇପାରେ । ଯାହା ଚାଷ କ୍ଷେତରେ ବିଭିନ୍ନ ସାହାଯ୍ୟ କରେ । ଜୀବାମୃତ ସହିତ ଅନ୍ୟ ଖତକୁ ମିଶ୍ରିତ କରି ମଧ୍ୟ ବ୍ୟବହାର କରାଯାଇପାରିବ ।
ପ୍ରସ୍ତୁତି ପ୍ରଣାଳୀ- ୧୦୦୦ ଲିଟର ପାଣି, ୫୦ କିଗ୍ରା ଗୋବର, ୫୦ ଲିଟର ଗୋମୂତ୍ର, ୧୦-୧୨ କିଗ୍ରା ବେସନ, ୧୦-୧୨ କିଗ୍ରା ଗୁଡ, ଆଉ ଗଛ ମୂଳରୁ କିଛି ବାଲି (ଦୁଇ ହାତ) କିମ୍ବା (ଅନ୍ୟ ଯେକୌଣସି ପୁରୁଣା ଗଛର ମୂଳର ବାଲିକୁ ମଧ୍ୟ ବ୍ୟବହାର କରାଯାଇପାରେ) ।
ଏସବୁକୁ ଗୋଟିଏ ପାତ୍ରରେ ମିଶ୍ରଣକରି ଗୋଳାନ୍ତୁ ଓ ସୂର୍ଯ୍ୟାଲୋକଠାରୁ ଦୂରରେ ଅର୍ଥାତ ଛାଇ ଜାଗାରେ ରଖନ୍ତୁ । ୪ଦିନ ପର୍ଯ୍ୟନ୍ତ ପ୍ରତ୍ୟହଃ ୧୦ ମିନିଟ୍‌ ଲେଖା ଏ ମିଶ୍ରଣକୁ ଭଲଭାବେ ଘାଣ୍ଟିବା ଆବଶ୍ୟକ । ୧୦-୧୨ ଦିନ ପରେ ଏହା ବ୍ୟବହାର ଉପଯୋଗୀ ହୋଇଯାଏ । ଏହାପରେ ଆମେ ବଗିଚା କି ଚାଷ କ୍ଷେତରେ ବ୍ୟବହାର କରିପାରିବା ।
• ଏହା ମାଟିର ଉର୍ବରତା ବଢାଇବା ସହ ମିତ୍ର ଜୀବାଣୁଙ୍କ ସଂଖ୍ୟା ବୃଦ୍ଧି କରେ ।
• ଯେହେତୁ ୪-୫ ଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇପାରେ, ତେଣୁ ଏହାକୁ ଅତି ସହଜରେ ଜମିରେ ବ୍ୟବହାର କରାଯଇପାରିବ ।
• ଜୀବାମୃତର ବ୍ୟବହାର ମାଟିରେ ଜିଆର ସଂଖ୍ୟା ବୃଦ୍ଧି କରେ ଯାହା ମାଟିକୁ ହାଲୁକା କରିବା ସହ ଦଳଧାରଣା କ୍ଷମତା ବୃଦ୍ଧି କରେ ।
• ଏହାକୁ ମଧ୍ୟ ଆମେ ସ୍ପ୍ରେ ଭାବେ ବ୍ୟବହାର କରିପାରିବା ।

Leave A Reply

Your email address will not be published.

five × four =