ଯୁବ ଦିବସରେ ପଦେ …

0

ବିନ୍ଦୁବିନ୍ଦୁ ଜଳର ସମାହାରରେ ଗଠିତ ନଦୀ,ଗୋଟିଏ ଗୋଟିଏ ପତ୍ର ଥୁଣ୍ଟାଗଛକୁ ଝଙ୍କାଳିଆ କରେ,ଗୋଟିଏ ଗୋଟିଏ ଫୁଲର ସମାହାରରେ ଫୁଲହାର ହୁଏ,ଠିକ୍‌ ସେମିତି ଏକତା ଏକ ମହତ୍ତର ଶବ୍ଦ । ଯାହାର ଅର୍ଥ ବ୍ୟାପକ।ବିଭାଜନ ଆଣେ ପତନ ହେଲେ ଏକତା ଆଣେ ଏକକର ସମାହାର । ସମାଜର ସକଳକ୍ଷେତ୍ରରେ ଏକତାର ମହାଳୀଳା । ଆଜିର ଦୁନିଆରେ ଏହା ଏକ ମହାର୍ଘ୍ୟ ।ଏକତା ଅସାଧ୍ୟ ସାଧନର ଚାବିକାଠି ।ଏକତା ଏକ ଅସାଧାରରଣ ମଙ୍ଗଳସୂତ୍ର । ତେଣୁ ଭାରତୀୟ ଆର୍ଯ୍ୟରୁଷି ଗାଇଥିଲା ବସୁଧୈବ କୁଟୁମ୍ବକମ୍‌ । ଆଉ ଏହାର ମଙ୍ଗୁଆଳ ହେଉଛନ୍ତି ଯୁବସମାଜ । ଏକତା ଓ ସଂହତିର ମୂଳପିଣ୍ଡ ଯୁବଗୋଷ୍ଠୀ ।

ସଂହତି – ଯାହା ମନବୃନ୍ଦାବନରେ ସଂହତିର ଶଙ୍ଖ ଫୁଙ୍କେ ବୀରଭୋଗ୍ୟ ବସୁନ୍ଧରାର ବାର୍ତା ଗାଏ ଏବଂ ଜାତୀୟତାର ସୁରଭରେ ସାରା ଭାରତକୁ ସୁରଭିତ କରାଇଦିଏ । ସଂହତି ଯିଏ ଭାରତୀୟଙ୍କ ମନରେ ଏକତାର ମନ୍ତ୍ର ଗଣକରେ ସେ ଜାତିପୁଷ୍ପର ଏକ ସୁଦୃଢ ବନ୍ତ । ଜାତୀୟ ବିଭେଦର ଅଭେଦ୍ୟ ଦୁର୍ଗ ହେଉଛି ସଂହତି । ଜାତି ପ୍ରାଣ ହେଲେ ସଂହତି ଏହାର ଐଶର୍ଯ୍ୟ ଆଉ ଜାତି ମହାସ୍ରୋତ ହେଲେ ସଂହତି ଏହାର ପ୍ରସଦିନୀ ଅଜସ୍ରସ୍ରାବୀ ପବିତ୍ର ରସଧାରା ।
ଯୁବସମାଜ ହେଉଛନ୍ତି ରାଷ୍ଟ୍ରଶକ୍ତି । ଗୋଟିଏ ଦେଶର ଉନ୍ନତି ଓ ବିକାଶ ଧାରା ସେ ଦେଶର ଯୁବଶକ୍ତି ଉପରେ ନିର୍ଭର କରେ । ସେଥିପାଇଁ ବର୍ତ୍ତମାନ ସବୁଆଡେ଼ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ଯୁବକମାନେ ସ୍ୱାବଲମ୍ବୀ ହେଲେ ହେଁ ଦେଶର ମାନଦଣ୍ଡ ବୃଦ୍ଧି ପାଇବ । କିନ୍ତୁ ଏକବିଠା ଶତାବ୍ଦୀରେ ଆଜି ଯୁବସମାଜ ନିଯୁକ୍ତିର ଅଭାବରେ ଘାଣ୍ଟି ହେଉଛନ୍ତି । ଚାକିରୀ ଖଣ୍ଡିଏ ପାଇଁ ବାର ଦୁଆର ଶୁଣ୍ଡିପିଣ୍ଡା ହେବାକୁ ପଡ଼ୁଛି । ଆଜିର ସମୟରେ ମେଧାବି ଛାତ୍ରଟିଏ ବି ଭଲ ଚାକିରୀର ସ୍ୱପ୍ନ ଦେଖିପାରୁନି । କେତେକେ ସମୟରେ ଦଲାଲ ଓ ଅନ୍ୟ ସମୟରେ ଠକ ସଂସ୍ଥା ମାନଙ୍କ ହାବୁଡ଼ରେ ପଡ଼ି ଯୁବକ ମାନେ ବେଶ କିଛଇ ଟଙ୍କା ଧୂଳିସାତ କରୁଛନ୍ତି।

nano urea

ପ୍ରତିବର୍ଷ ଜାନୁଆରୀ ୧୨ ତାରିଖକୁ ଯୁବ ଦିବସ ଭାବରେ ପାଳନ କରାଯାଏ। ସବୁଆଡେ଼ ତ ଭାଷଣ ଚାଲେ ଯୁବଶକ୍ତି , ରାଷ୍ଟ୍ରଶକ୍ତି । କିନ୍ତୁ ଏହାକୁ ପ୍ରତ୍ୟକ୍ଷ ଜୀବନରେ ଉପଯୋଗ କରିବା ହେଉଛି , ବିଜ୍ଞତାର ବିଷୟ । ସ୍ୱାମିଜୀଙ୍କ ଆଦର୍ଶକୁ ଅନୁସରଣ କରିବା । ଶୁଭସ୍ୟ ଶୀଘ୍ରମ । ତେବେ ଆଜିର ଯୁବ ଦିବସରେ ଅନ୍ତତଃ ଏତିକି କାମନା କରିାବ , ଯେ ଆମେ ନିଜେ ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରିବା । ନିଜେ ନିଜ ଗୋଡ଼ରେ ଠିଆ ହେବା। ନିଜ ପରିଶ୍ରମରେ କିଛି କାମ କରିବା । କୃଷି ହେଉ କି ଯେକୋ÷ଣସି କଳା ସବୁଥିରେ ଆଗକୁ ଯିବକାୁ ଚେଷ୍ଟା କରିବା । କାଦୁଅ ବିଲରେ ଗୋଡ଼ ପଶେଇଲେ ହେଁ ଆମେ ସୁନା ଫଳେଇପାରିବା । ପରିଶ୍ରମ କଲେ ହିଁ ସଫଳତା ମିଳିବ ଏକଥାକୁ ଅସ୍ୱୀକାର କରାଯାଇନପାରେ । ବାହାର ରାଜ୍ୟରେ ଦାଦନ ନଖଟି ନିଜ ପ୍ରଚେଷ୍ଟାରେ ଉଦ୍ୟୋଗୀ ହେବାକୁ ଚେଷ୍ଟା କରିବା । ତାହେଲେ ଯାଇ ଯୁବ ଦିବସର ଅର୍ଥ ଓ ଗୁରୁତ୍ୱକୁ ହୃଦୟଙ୍ଗମ କରିପାରିବା ।

ଭାରତୀୟ ପରମ୍ପରା ଏକ କୁଟୁମ୍ବକତାରେ ଜୀବନନିଭାଇଥାଏ ।ଏକତା ମହାଶକ୍ତିର ଉତ୍ôସ ।ଏହା ବିସ୍କୟ ନୁହେଁ ।ବରଂ ଏହାର ସୁରକ୍ଷା ସବୁରି କର୍ତ୍ତବ୍ୟ ।

ଡ଼ି ଶୁଭମ୍‌ , ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ

Leave A Reply

Your email address will not be published.

twenty − eight =