ରାଜଧାନୀରେ ଆରମ୍ଭ ହେଲା ଜୈବିକ ସାର ‘ମୋ ଖତ’

0

ଏବେ ସୁବଆଡେ଼ ଜୈବିକ ଚାଷ କରିବାକୁ ଲୋକ ଆଗ୍ରହ ପ୍ରକାଶ କରିଲେଣି । ରାସାୟନିକ କୀଟନଶକ ପ୍ରଭୃତିକୁ ମାତ ଦେଇ ଜୈବିକ ସାର ପ୍ରୟୋଗ କରି ସୁସ୍ଥ ଓ ନିରାପଦ ରହିବା ସହ ସତେଜ ପନିପରିବା ଅମଳ କରିବାକୁ ସଭିଏଁ ପ୍ରସ୍ତୁତ । ତେବେ ଏହି ଜୈବିକ ଚାଷକୁ ପ୍ରାଧାନ୍ୟ ଦେଇ ରାଜଧାନୀରେ ଆରମ୍ଭ ହୋଇଛି ‘ମୋ ଖତ’ର ଶୁଭାରମ୍ଭ । ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ କୁମାର ମହାପାତ୍ର ଏହାକୁ ଉଦଘାଟନ କରିଛନ୍ତି । ବିଏମସିର ପରିମଳରୁ ପ୍ରସ୍ତୁତ ଏହି ଖତ ରାଜଧାନୀବାସୀଙ୍କୁ ସହଜରେ ସୁଲଭ ମୂଲ୍ୟରେ ମିଳିପାରିବ । ଏହି ଜୈବିକ ଖତ ମଧ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀ କର୍ମସଂସ୍ଥାନ ପାଇପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ପାଂଚ କିଗ୍ରା ଖତର ଦାମ ୧୨୫ଟଙ୍କା ରହିଛି । ତେବେ ଅନଲାଇନ ମାଧ୍ୟମରେ ବି ଲୋକେ ଏହାକୁ କିଣିପାରିବେ । ଏହା ଜୈବିକ ଚାଷକୁ ଆହୁରି ଲୋକପ୍ରିୟ କରିବାର ଏକ ମାଧ୍ୟମ ।

Leave A Reply

Your email address will not be published.

5 × three =