ଅମଳ ବୃଦ୍ଧି ପାଇଁ ଧାଡ଼ିରେ ମାଣ୍ଡିଆ ରୋପଣ

ମଣ୍ଡିଆ ଏକ ଗ୍ରୀଷ୍ମ ମଣ୍ଡଳିଆ ଫସଲ ହେଲେ ମଧ୍ୟ ବର୍ଷସାରା ଚାଷ କରାଯାଇପାରିବ। ମାଣ୍ଡିଆ ୪୦-୬୦ ସେ.ମି ଜଳ ଆବଶ୍ୟକ କରେ। ସମତଳ ,ନିଗିଦ ଢିପ ଜମି ମଣ୍ଡିଆ ଚାଷ ପାଇଁ ଉପଯୁକ୍ତ। ଲୁଣୀ ମାଟିରେ ମଧ୍ୟ ମଣ୍ଡିଆ ଚାଷ କରାଯାଇ ପାରିବ। କାରଣ ଅନ୍ୟଫସଲ ତୁଳନାରେ ମଣ୍ଡିଆର ଲୁଣି ସାହଣି ଶକ୍ତି ଅଧିକ। ଏହା ଖୁବ କମ ପାଣି ଦରକାର କରେ। ବୁଣା ଯାଇଥିବା ମାଣ୍ଡିଆ ଫସଲକୁ ଶୀଘ୍ର ବଛାବଛି କଲେ ଅଧିକ ଅମଳ ମିଳେ। ବୁରାଯିବାର ୨-୩ ସପ୍ତାହ ମଧ୍ୟରେ ପ୍ରଥମ ଥର କୋଡଖୁସା ଓ ଘାସ ବଛା କରି ଦିଆଯାଏ। ପ୍ରଥମ ଥର ଘାସ ବଛା ଯିବାର ୧୫ ଦିନ ପରେ ଦ୍ଵିତୀୟ ଥର ବଛାବଛି କରିବା ଆବଶ୍ୟକ।

ଧାଡ଼ିରେ ମାଣ୍ଡିଆ ରୋପଣ କରିବା ପୂର୍ବରୁ ଜମିକୁ ଭଲଭାବେ ହଳ କରି ସମତୁଲ କରିଦିଆଯାଏ ଓ ମାଟିରେ ଆଦ୍ରତା ଥିବା ସମୟରେ ରୋପଣ କରାଯାଏ। ତଳିଗୁଡ଼ିକୁ ୨୦ ରୁ ୨୫ ଦିନ ହେଲା ପରେ ତଳିଶଯ୍ୟାରୁ ତଳି ଓପାଡ଼ି ଦିଆଯାଏ। ଏକ ୩୦ ମିଟର ଲମ୍ବ ଦଉଡିରେ ୧୦ ସେ.ମି. ବ୍ୟବଧାନରେ ଚିହ୍ନ ଦିଆଯାଏ। ଦୁଇଟି ସିଧା ୨ ମିଟରର ବାଡି ବା ବାଉଁଶ ନେଇ ସେଥିରେ ପ୍ରତି ୨୦ ସେ.ମି. ରେ ଚିହ୍ନ ଦିଆଯାଏ। ଚିହ୍ନିତ ଦଉଡ଼ିକୁ ଉତ୍ତରରୁ ଦକ୍ଷିଣକୁ ଜମିରେ ଲମ୍ବାଇଦିଆଯାଏ, ଚିହ୍ନିତ ଦୁଇଟି ମାପକ ବାଡ଼ିକୁ ଦଉଡିରେ ଦୁଇ ପାର୍ଶ୍ଵରେ ରଖିଦିଆଯାଏ। ପ୍ରତି ୧୦ ସେ.ମି. ବ୍ୟବଧାନରେ ଦୁଇଟି ଲେଖାଏଁ ଚାରା ରୋପଣ କରାଯାଏ, ରୋପଣ ବେଳେ ଚାରାର ଚେର ଯେପରି ଉପରକୁ ଦେଖାନଯାଏ। ଏହାପରେ ପ୍ରତି ୫୦ ଧାଡ଼ି ପରେ ୪୦ ସେ.ମି. ବ୍ୟବଧାନ ରଖାଯାଏ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×