ବରଷକେ ଥରେ ଆସିଛି ରଜ

ଓଡ଼ିଶା ର ବାର ମାସ ତେର ପର୍ବ ମଧ୍ୟ ରୁ ରଜ ଏକ ଅନ୍ୟତମ। ଏହା ଏକ ମାତ୍ର ପର୍ବ ଯାହାକି ନାରିତ୍ଵ ଓ ତାଙ୍କ ଋତୁସ୍ରାବ ପାଇଁ ପାଳନ କରାଯାଏ। ଏହି ରଜ ଶବ୍ଦ ଟି ରଜସ୍ଵଳା ରୁ ଆସିଅଛି, ଯାହାର ଅର୍ଥ ହେଉଛି ଋତୁସ୍ରାବ ମହିଳା। ପୁରାତନ କାଳ ରୁ ଶୁଣିବାକୁ ମିଳେ ଯେ ବସୁନ୍ଧରା ମା ଆଷାଢ଼ ମାସ ରେ ତିନି ଦିନ ଋତୁସ୍ରାବ ହୋଇଥାନ୍ତି ଏବଂ ଚତୁର୍ଥ ଦିନ ସେ ସ୍ନାନ କରିଥାନ୍ତି ତେଣୁ ସେଦିନ କୁ ବସୁମତୀ ସ୍ନାନ କୁହାଯାଏ। ଏହି ତିନି ଦିନ ଚାଷ ଜମି ରେ ଲଙ୍ଗଳ, ବୁଣିବା ବା ଚାଷ କରିବା ଭଳି କୌଣସି କୃଷିକାଯ୍ୟ କରାଯାଏ ନାହିଁ। ସେହି ତିନି ଦିନ ମଧ୍ୟରୁ ପ୍ରଥମ ଦିନ କୁ ପହିଲି ରଜ ବୋଲି କୁହାଯାଏ, ଦ୍ୱିତୀୟ ଦିନ କୁ ରଜ ସଂକ୍ରାନ୍ତି ବା ମିଥୁନସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଏବଂ ତୃତୀୟ ଦିନ କୁ ଭୂମିଦହନ ବା ବାସି ରଜ ବୋଲି କୁହାଯାଇଥାଏ। ଓ ଶେଷ ବା ଚତୁର୍ଥ ଦିନ କୁ ବସୁମତୀ ସ୍ନାନ କୁହାଯାଏ। ଏହି ଚତୁର୍ଥ ଦିନ ଓଡ଼ିଆ ଘର ର ସ୍ତ୍ରୀ ମାନେ ଶିଲପୁଆ ମାଆ ଙ୍କୁ ବସୁମତୀ ମାଆ ଙ୍କ ରୂପେ ସ୍ନାନ କରି ହଳଦି, ଚନ୍ଦନ, ସିନ୍ଦୂର ଏବଂ ଫୁଲ ଦେଇ ଆଦର ର ସହିତ ପୂଜା କରିଥାନ୍ତି। ଏହି ରଜ ପର୍ବ ରେ ତିନି ଦିନ ଝିଅ ମାନେ ଓ ମହିଳା ମାନେ କୌଣସି ଘରକାମ କରନ୍ତି ନାହିଁ, ସେମାନେ ନୂଆ ପୋଷାକ ପିନ୍ଧି ନାନାପ୍ରକାର ର ପିଠା ପଣା ଖାଇ ଦୋଳି ଖେଳନ୍ତି, ପାନ ଖାଆନ୍ତି ଓ ବିଭିନ୍ନ ମନୋରଞ୍ଜନ ଭଳି ଖେଳ ମଧ୍ୟ ଖେଳିଥାନ୍ତି। ରଜ ରେ ଘରେ ଘରେ ପୋଡ ପିଠା ହୋଇଥାଏ। ଏହିଭଳି ରଜ ପର୍ବ କୁ ପାଳନ କରନ୍ତି।

ଯେଉଁମାନେ ଭାବନ୍ତି ଯେ ମହିଳା ମାନେ ଋତୁସ୍ରାବ ସମୟ ରେ ଅପବିତ୍ର ଏବଂ ଅପରିଷ୍କାର ଅଟନ୍ତି, ସେମାନେ ଏହା ଦେଖିବା ଉଚିତ୍ ଯେ ଆମ ଓଡ଼ିଶା ରେ ଏହି ସବୁ ପାଇଁ ନାରିତ୍ୱ ଓ ଋତୁସ୍ରାବ ର ମହତ୍ତ୍ଵ କୁ ସମ୍ମାନ ଦେଇ ରଜ ପର୍ବ ପାଳନ କରାଯାଏ।
ଆମେ ଓଡ଼ିଆ ଭାରି ବଢିଆ।

ଶ୍ବେତା କିରନ୍ ସାହୁ , କଟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×