ଚାଷୀ ସଜବାଜ,ଆସିଛି ରଜ

0

ଓଡ଼ିଶା ଉତ୍କଳର ମାଟି ସୁନ୍ଦର ବେଳାଭୁଇଁ ମୁହାଣରେ ସାଗର ଓ ନଦୀ ମିଳନରେ ସୃଷ୍ଠି ହୁଏ କଳ କଳ ଶବ୍ଦ ।ଶସ୍ୟ ଏବଂ ଶ୍ୟମଳରେ ଭରିପୂର୍ଣ୍ଣ ଏଇ ଚାଷୀର ରାଇଜ । ସାଗର ତାର  ନିଇତି ପାଦ ଧୋଉଥାଏ ଆଉ , କାରୁକିର୍ତିରାଜି ବିରତ୍ୱର ଗାଥା ଗାୟେ। ଏଠି ବାର ମାସରେ ତେର ପର୍ବ । ବର୍ଷକରେ ଥରେ ଆସେ ରଜ ଏଥିପାଇଁ ପୁରପଲ୍ଲୀ ହୋଇଯାଏ ଉଚ୍ଛବ ମୁଖର ଆଉ ଚାରିଆଡୁ ଭାସିଆସେ ପୋଡ଼ ପିଠା ଓ ଖିଲିପାନର ମହକ । ତିନି ଦିନ ଧରି ବେଶ ଧୁମଧାମରେ ପାଳନହୁଏ ଏହି ଓଡ଼ିଆ ଗଣପର୍ବ ରଜ । ହସଖୁସିରେ ମସଗୁଲ୍ ହୋଇଯାଇଥାଏ ଗାଁର ପରିବେଶ । ଝିଅ ବୋହୂ ମାନେ ସଜେଇ ହୋଇ କଳରେ ପାନଯାକି, ଗୀତ ଗାଇ ଦୋଲିଖେଲିବାର ସୃଷ୍ଠି ହୁଏ ନିଆରା ପରିବେଶ ଆଉ ପୁଅ ପିଲାଙ୍କ ଜମିଯାଏ ତାସ ଓ ଲୁଡୋପାଲି ତା ସାଙ୍ଗକୁ  କବାଡି ଖେଳର ଆସର ।ଗାଁ ଠୁ ସହର ପର୍ଯ୍ୟନ୍ତ ପାଳନ ହେଉଥିବା ଏହି ଓଡ଼ିଆ ଗଣପର୍ବରେ ରହିଛି ଅନେକ ପୌରାଣିକ ରହସ୍ୟ ଏବଂ ବାର୍ତ୍ତା । ଜ୍ୟେଷ୍ଠ ମାସର ପ୍ରଚଣ୍ଡ ରୌଦ୍ରତାପରେ ଉତ୍ତପ୍ତ ଯାଇଥିବା ଧରଣୀ ମା ଠିକ୍ ରଜର ପ୍ରମ୍ଭରେ ବର୍ଷାର ସମ୍ଭରରେ ଉତ୍ଫୁଳ ହୋଇଉଠେ । ବିଶେଷ କରି ରଜକୁ ଏକ କୃଷି ଭିତ୍ତିକ ପର୍ବ କୁହାଯାଏ , ଆଜିର ଦିନରେ ଧରଣୀ ମା ଶସ୍ୟ ଗର୍ଭା ହେବା ଆରମ୍ଭକରେ ,ଆଜିଠୁ ଆରମ୍ଭ ହୋଇଯାଏ ମୌସୁମୀ ବାୟୁର ଲୁଚକାଳି ଏବଂ ଆଣିଦିଏ ଚାଷୀ ମନରେ ଉଲ୍ଲାସ ଓ ଆନନ୍ଦର ଢେଉ ।ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ କୁହାଯାଏ କି ବସୁଧା ମା ଯିଏକି ଭଗବାନ ବିଷ୍ଣୁଙ୍କ ଧର୍ମ ପତ୍ନି ଏହି ତିନିଦିନ ନିଜର ମାସିକ ଧର୍ମ ପାଳନ କରନ୍ତି ଏବଂ ଚତୁର୍ଥ ଦିନକୁ କୁହାଯାଏ ବସୁମତୀ ସ୍ନାନ ଏବଂ ଏହି ଦିନ ଭୂଦେବୀ ଅର୍ଥାତ୍ ଧରଣୀ ମାଆଙ୍କୁ ସ୍ନାନ କରାଯାଏ । ଏହି ତିନି ଦିନ କେହି ଖାଲି ପଦରେ ଚାଲନ୍ତି ନାହିଁ ଏବଂ ଧରଣୀ ମାଆଙ୍କୁ ବିଶ୍ରାମ ଦେଇଥାନ୍ତି । ରଜ ତିନିଦିନ ଚାଷୀଭାଇମାନେ କୌଣସି କାର୍ଯ୍ୟ କରନ୍ତି ନାହିଁ , ଠିକ୍ ରଜ ପରେ ପରେ ଆରମ୍ଭ ହୋଇଯାଏ ଧାନ ବୁଣା ,ତଳିପକା ସଭ୍ୟତାର ପୁନରାବୃତ୍ତି । ତେବେ ଏ ବର୍ଷ ଠିକ୍ ସମୟରେ ବର୍ଷା ହୋଇଥିବା ହେତୁ ଚାଷୀ ଭାଇ ମାନଙ୍କ ପାଇଁ ଏକ ଭଲ ସୁଯୋଗ ଠିକ୍ ସମୟରେ ଧାନ ବୁଣି କୃଷି କାର୍ଯ୍ୟ କଲେ ଅମଳ ସଠିକ ସମୟରେ ହେବ।

nano urea

ରଜ ପରେ ହେଉଥିବା ବିଭିନ୍ନ ଚାଷର ମୁଖ୍ୟ ସମସ୍ୟା ଓ ସମାଧାନ

:-୧. ଧାନ ଚାଷ ବା ପନିପରିବା ଚାଷ କରୁଥିଲେ ଭଲ ସୁସ୍ଥ ଏବଂ ଅଧିକ ଅମଳକ୍ଷମ ବା ହାଇବ୍ରିଡ  ବିହନ ବାଛନ୍ତୁ ।୨.ବୁଣା ଧାନ ଅପେକ୍ଷା ରୁଆ ଧାନରେ ଅଧିକ ଅମଳ ମିଳେ । ଏ ବର୍ଷ ଠିକ୍ ସମୟରେ ତଳି ଘେର ପ୍ରସ୍ତୁତ କରି ଅଧିକ ଜମିରେ ଧାନ ରୋଇବାକୁ ଚେଷ୍ଟା କରନ୍ତୁ । ଜମି ହିଡରେ ହିଡ ବିରି କରିବାପାଇଁ ହିଡ଼ କୁ ସଠିକ୍ ଭାବେ ପରିଚାଳନା କରନ୍ତୁ ।୩. ଗୋବୋର ଖତ,ଜିଆଖତ,ସବୁଜ ଖତ ଅଧିକ ପରିମାଣରେ ପ୍ରୟୋଗୋ କରନ୍ତୁ । ଏହା ସବୁ ପ୍ରକାର ମୂଖ୍ୟ ଏବଂ ଅଣୁ ସାର ଯୋଗାଇଥାଏ। ସବୁଜ ଖତ ଭାବେ ଧଣିଚା ,ଛଣପଟ, ଗୁଆର , ବରଗୁଡି ଇତ୍ୟାଦି ବ୍ୟବହାର କରାଯାଏ ।୪.ସମତଳ ଜମିରେ ମଧ୍ଯମ ଦିନିଆ ଧାନ କିସମ ଯଥା MTU ୧୦୧୦, ଲଲାଟ୍, କୋଣାର୍କ , ସୁରେନ୍ଦ୍ର , ନବିନ୍, MTU-୧୦୦୧ ବ୍ଯବହାର କରନ୍ତୁ I ୫.ବନ୍ଧିତ ଉଚ୍ଚ ଜମିପାଇଁ ସ୍ବଳ୍ପ ଦିନିଆ ଧାନ କିସମ ଯଥା ସହଭାଗୀ, ଖଣ୍ଡଗିରି, କଳିଂଗ-୩ , ଯୋଗେଶ, ସିଧାନ୍ତ ବ୍ୟବହାର କରନ୍ତୁ ।୬..ବିହନ ବିଶୋଧନ ଦ୍ଵାରା ଧାନ ଫସଲରେ କବକ ଜନିତ ରୋଗ ହେବାର ଆଶଙ୍କା ହ୍ରାସ ପାଇଥାଏ ।ରାସାୟନିକ ସାର ଏବଂ କୀଟନାଶକ ଔଷଧ ପ୍ରୟୋଗ କରୁଥିଲେ, କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେଇ ସଠିକ୍ ଏବଂ ପ୍ରଯୁଜ୍ୟ  ପରିମାଣରେ ପ୍ରୟୋଗ କରନ୍ତୁ ।୭.ତଳିପଟାଳିରେ ଅନାବନା ଘାସ ଏବଂ ଜମିରେ ଅନା ବନା ଘାସ ବଢ଼ିବାକୁ ଦିଅନ୍ତୁ ନାହିଁ । ୮.ଜମି କାଦୁଆ କରିବା ସମୟରେ ଶତକଡ଼ା ୨୫ ପ୍ରତିଶତ ଯବକ୍ଷାରାନ ସାର (ୟୁରିୟା), ୧୦୦ ପ୍ରତିଶତ ଫସଫରସ ସାର ଏବଂ ୭୫ ପ୍ରତିଶତ ପଟାସ ସାର ପ୍ରୟୋଗ କରନ୍ତୁ ।. ବାକି ୫୦  ପ୍ରତିଶତ ଯବକ୍ଷାରାନ ସାର ଧାନ ପିଲ ବାହାରିବା ସମୟରେ ଜମିରେ ଦିଅନ୍ତୁ ଏବଂ ୨୫ ପ୍ରତିଶତ କେଣ୍ଡା ଆରମ୍ଭ ସମୟରେ ପ୍ରୟୋଗ କରନ୍ତୁ ।ବାକି ୨୫  ପ୍ରତିଶତ ପଟାସ ସାର ଧାନ କେଣ୍ଡା ବାହାରିବା ପୂର୍ବରୁ ପାୟୋଗ କରନ୍ତୁ ,ଏହା ଅମଳ ପରିମାଣ ବଦଇଥାଏ ।୯.. କେଣ୍ଡା ବାହାରିବାର ସାତଦିନ ପୂର୍ବରୁ ଥରେ ଏବଂ ସାତଦିନ ପରେ ଥରେ  ଜୀଙ୍କ ସାର ଶତକଡ଼ା ୦.୨ ଭାଗ ଏବଂ ବରନ୍ ସର ଶତକଡ଼ା ୦.୧ ଭାଗ ଜମିରେ ଛିଞ୍ଚନ କରନ୍ତୁ । ଏହା ଦ୍ବାରା ଅଗାଡ଼ିର ପରିମାଣ କମ୍ ହୁଏ । ୧୦.ଧାଡିକୁ ଧାଡ଼ି ୨୦ ସେମି ଏବଂ ଗଛ କୁ ଗଛ ୧୦ ସେମି ଛାଡ଼ି ତଳି ରୁଅନ୍ତୁ ।ଚକଡା ପୋକ ଲାଗୁଥିଲେ ମଝିରେ ମଝିରେ କନ୍ଦି କରନ୍ତୁ ।୧୧..ଧାନ ଗଛରେ ଚକଡା ପୋକ ବା ମାଟିଆ ଗୁଣ୍ଡି ପୋକକୁ ଦମନ କରିବା ପାଇଁ ଇମିଡାକ୍ଲୋରୋପିଡ ୧୦୦ ମି.ଲି/ଏକରପ୍ରତି + ଡାଇକ୍ଲୋରୋଭଷ୍ ୨୫୦ ମି. ଲି/ ଏକର ପ୍ରତି ମିସାଇକି ପ୍ରୟୋଗ କରନ୍ତୁ କିମ୍ବା ବୁଫ୍ରୋଜିନ ୨୫୦ ମି. ଲି/ ଏକର ପ୍ରତି + ଏସିଫେଟ୍୨୫୦ ମ ଗ୍ରା।ମ/ ଏକର ପ୍ରତି ହିସାବରେ ପ୍ରୟୋଗ କରନ୍ତୁ ।୧୨.ଯେ କୌଣସି ପନିପରିବା ଚାଷ କରିବା ପୂର୍ବରୁ ଚାରାକୁ ୨ ଗ୍ରାମ କାରବେଣ୍ଡଜ଼ୀମ ଏକ ଲିଟର ପାଣିରେ ମିଶାଇ ୧୫ ମିନଟ ରଖି ଚାରାକୁ ଲଗାନ୍ତୁ ଯା ଦ୍ୱାରା ଝାଉଁଳା ଏବଂ ମୂଳ ଶଢା ହେବ ନାହିଁ ।୧୩.କଖାରୁ ଜାତୀୟ ପରିବା ଚାଷ କରୁଥିଲେ ଜରି ବେଗରେ ମଞ୍ଜି ପକାଇ ଚାରା ପ୍ରସ୍ତୁତ କରନ୍ତୁ ଏହାଦ୍ୱାରା ଜମି ପ୍ରସ୍ତୁତି ସମୟରେ ଚାରା ପ୍ରସ୍ତୁତ ହେବ ସହିତ ସମୟ ସଂଚୟ ହୋଇ ପାରିବ I୧୪.ମାଟିକୁ ଅଧିକ ଉର୍ବର ଏବଂ ଗଛକୁ ରୋଗ ଓ ପୋକ ଠାରୁ ଦୁରେଇ ରଖିବାକୁ ହେଲେ ନିମ ଲେପ ଯୁକ୍ତ ୟୁରିଆ ବ୍ୟବହାର କରନ୍ତୁ ।୧୫.ଆମ୍ବ ଅମଳ ପରେ ବର୍ଷା ପୂର୍ବରୁ ଗଛର ମଧ୍ୟ ଭାଗରେ ବଢିଥିବା ଡାଳକୁ କାଟନ୍ତୁ ଏହାଦ୍ଵାରା ଗଛର ଅନ୍ୟାନ୍ୟ ଡାଳ ଗୁଡିକୁ ସୂର୍ଯ୍ୟ କିରଣ ଭଲଭାବେ ମିଳିଥାଏ ଓ ଆଗାମୀ ଋତୁରେ ଭଲ ବଉଳ ଆସିଥାଏ୧୬..ଲଗାତାର ବର୍ଷା ଯୋଗୁଁ ମକା ଗଛ କିମ୍ବା ପନିପରିବା ଗଛ ମୂଳ ଯଦି ସଢ଼ି ଯାଉଥାଏ ତାହାହେଲେ ମେଟାଲାକ୍ସିଲ +ମଙ୍କୋଜେବ ୪୦୦ ଗ୍ରାମ ପ୍ରତି ଏକର ହିସାବରେ ଗଛ ମୂଳରେ ପ୍ରୟୋଗ କରନ୍ତୁ୧୭..ମେଘୁଆ ପାଗ ଯୋଗୁଁ ପନିପରିବା ଫସଲରେ ରୋଗ ପୋକ ଲାଗିବାର ସମ୍ଭାବନା ଅଛି ତେଣୁ ନିମ୍ଵତେଲ ୩ ମି ଲି ପ୍ରତି ଲିଟର ପାଣିରେ ମିଶାଇ ଜମିରେ ସପ୍ତାହକୁ ଥରେ ସିଞ୍ଚନ କରନ୍ତୁ୧୭.ବର୍ଷାଦିନିଆ ଭେଣ୍ଡି ଲଗାଇବା ପାଇଁ ପୁସା ସାବନି , ଅର୍କା ଅନାମିକା, ଉତ୍କଳ ଗୌରବ, ଅଭୟ ଭଳି ସାହେବି ରୋଗ ପ୍ରତିରୋଧକ କିସମ ବ୍ୟବହାର କରନ୍ତୁ ।୧୯.ବର୍ଷା ଦିନେ ପରିବା ଚାଷ କରୁଥିଲେ ଯଥାଶୀଘ୍ର ହୁଡ଼ା ଟେକନ୍ତୁ ଏହା ଦ୍ୱାରା ବର୍ଷାଜଳ ନିଷ୍କାସିତ ହୋଇଥାଏ ଏବଂ ସଢା ଜାତୀୟ ରୋଗ ହେବାର ସମ୍ଭାବନା କମ ରହିଥାଏ ୨୦.ବର୍ଷାଦିନେ ପନିପରିବା ଚାଷ କରୁଥିଲେ ଗଛକୁ ଗଛ ଏବଂ ଧାଡିକୁ ଧାଡି ଉପଯୁକ୍ତ ଦୂରତା ରଖନ୍ତୁ ଏହାଦ୍ବାରା ମେଘୁଆପାଗ ଯୋଗୁଁ ଯଊପୋକ ଲାଗିବାର ସମ୍ଭାବନା କମ ରହିଥାଏ୨୧.ସାଧାରଣତଃ ବର୍ଷାଦିନେ ମୂଳଶଢା ଏବଂ ପଚା ରୋଗ ପନିପରିବାରେ ଅଧିକ ଦେଖାଦିଏ ଏଇଥିପାଇଁ ଚାରା ଲଗାଇବା ପୂର୍ବରୁ ୨ ଗ୍ରାମ କାରବେଣ୍ଡଜ଼ୀମ ପ୍ରତି ଲିଟର ପିଛା ହିସାବରେ ଚାରାକୁ ୨୦ ମିନଟ ବୁଡାଇ ବିଶୋଧନ କରନ୍ତୁ ୨୨.ଯେ କୌଣଷି ବିହନ, ଚାରା ବା ଔଷଧ କିଣିବା ପୁର୍ବରୁ କୃଷି ବିଭାଗ ଅଧିକାରି ବା ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନଂକ ପରାମର୍ଶ ନିୟନ୍ତୁ, ଏଥି ପାଇଁ କିଷାନ କଲ୍ ସେଣ୍ଟର – 1800-180-1551 କୁ ଯୋଗାଯୋଗ କରନ୍ତୁ ଏହା ସମ୍ପୂର୍ଣ୍ଣ ମାଗଣା ଅଟେ ।

ବିଜ୍ଞାନ ରଞ୍ଜନ ସାହୁ( ମୃତ୍ତିକା ବିଜ୍ଞାନ) ଓୟୁଏଟି ,ଭୁବନେଶ୍ଵର

Leave A Reply

Your email address will not be published.

nine − three =