ମୁକେଶ ଚନ୍ଦ୍ରକାରଙ୍କୁ କୋଟିପତି ଚାଷୀ ସମ୍ମାନ ନୂଆପଡ଼ା ଜିଲ୍ଲାର ବେଲୁକୁଟୁର ଗ୍ରାମର ଶ୍ରୀ ମୁକେଶ ଚନ୍ଦ୍ରକାର ତାଳ ତେଲ ଏବଂ କଦଳୀ ଉତ୍ପାଦନ କରି ପାଇଛନ୍ତି କୋଟିପତି ଚାଷୀ ସମ୍ମାନ। ସେ ନିଜ ଗ୍ରାମ ନିକଟସ୍ଥ ପ୍ରାୟ ୧୦୦ ପରିବାରଙ୍କୁ ପ୍ରଦାନ କରିଛନ୍ତି କର୍ମ ସଂସ୍ଥାନ। ତାଙ୍କର ଏହି କାର୍ଯ୍ୟ ଯୁବଗୋଷ୍ଠୀଙ୍କୁ ଚାଷ ପାଇଁ ଅନୁପ୍ରାଣିତ କରୁଛି। ନିଜ ସାଥିଙ୍କ ଫାର୍ମରେ ଭ୍ରମଣ କରିବା ସମୟରେ ଅନୁପ୍ରାଣିତ ହୋଇ ନିଜେ ମଧ୍ୟ ନିଜ ଜମିରେ ତାଳ ତେଲ ଓ କଦଳୀ ଚାଷ କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ। ସେ ପ୍ରଥମେ ତାଳ ତେଲ ଚାଷ କରିବା ଆରମ୍ଭ କରିଥିଲେ, ପରେ କଦଳୀ ଚାଷ କରିବା ପାଇଁ ମନ ବଳାଇଥିଲେ। ମୁକେଶ ଚନ୍ଦ୍ରକାର ନିଜ ଗ୍ରାମ ପାଖରେ ୫ ଖଣ୍ଡ ଗ୍ରାମର ଲୋକଙ୍କୁ କର୍ମରେ ଲଗାଇଛନ୍ତି, ଯେଉଁମାନେ ଗାଁ ଛାଡି ଅନ୍ୟ ସ୍ଥାନରେ କାମ କରୁଥିଲେ। ସେମାନେ ନିଜ ଗ୍ରାମରେ କାମ କରି ବହୁତ୍ ଖୁସିରେ ଅଛନ୍ତି ବୋଲି ମଧ୍ୟ କହିଛନ୍ତି। କୃଷକଙ୍କୁ ତାଳ ତେଲ ଚାଷ ପ୍ରତି ଅଧିକ ଆକୃଷ୍ଟ କରିବା ଲାଗି ଯୋଜନା ମଧ୍ୟ କରାଯାଇଛି। ଯାହା ଦ୍ଵାରା ତାଳ ତେଲ ଚାଷ କରି ଅଧିକ ଲାଭବାନ ହୋଇପାରିଛନ୍ତି। କେବଳ ନିଜ ରାଜ୍ୟ ଓ ନିଜ ଦେଶ ନୁହଁ, ବାହାର ଦେଶରେ ମଧ୍ୟ ଏହାର ଚାହିଦା ରହିଛି। ବର୍ତ୍ତମାନ ସମୟରେ କେବଳ ବ୍ୟକ୍ତିଗତ ଜମିରେ ତାଳ ତେଲ ଚାଷ ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରୋତ୍ସାହନ ମିଳୁଛି, ତେଣୁ ମୁକେଶ ମଧ୍ୟ ନିଜ ଜମିରେ ଏହାକୁ ଚାଷ କରୁଛନ୍ତି। ସଫଳ ସ୍ୱର By Shyamala Subarna Last updated Dec 23, 2024 0 Share #farming#millionaire farmer#Mukesh Chandrakar#nuapada