ମାଣ୍ଡିଆ ଚୁନା ଦ୍ଵାରା ଲାଭବାନ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ

ଶ୍ରୀ ଅନ୍ନ ଅଭିଯାନ ତରଫରୁ ପଲ୍ଭାରାଇସର ବ୍ୟବହାର ଉପରେ ପ୍ରଶିକ୍ଷଣ ପାଇବା ପରେ ସଦସ୍ୟାମାନେ ମାଣ୍ଡିଆ ଚୁନା କରି ପ୍ୟାକେଟ ମାଧ୍ୟମରେ ବିକ୍ରି କରିପାରୁଛନ୍ତି। ଯାହାଦ୍ୱାରା ଗାଁର ଲୋକେ ସୁବିଧା ପାଇବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ମା’ ସାରଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ କଳାହାଣ୍ଡି ଉତ୍ସବ, ବ୍ଲକସ୍ତରୀୟ ଉତ୍ସବ ଏବଂ ବିଭିନ୍ନ ଫୁଡ୍ ଫେଷ୍ଟିଭାଲରେ ମଧ୍ୟ ମାଣ୍ଡିଆ ଚୁନା ବିକ୍ରି କରି ଲାଭବାନ ହୋଇପାରିଛନ୍ତି। ଅନେକ ସ୍ଥାନରେ ପ୍ରଶଂସା ସାଉଁଟିବା ସହ କିପରି ଆହୁରି ଆଗକୁ ବଢ଼ିପାରିବେ ସେ ନେଇ ପ୍ରୟାସ ଜାରି ରଖିଛନ୍ତି।

ମାଣ୍ଡିଆ ଚୁନା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମାଣ୍ଡିଆକୁ ଭଲ ଭାବେ ଧୋଇ ଶୁଖାଇ ଦିଆଯାଏ, ଏହାପରେ ଏହା ଲାଲ ହେଲା ପର୍ଯ୍ୟନ୍ତ ଭାଜି ଦିଆଯାଏ। ଅତ୍ୟଧିକ ଭାଜିବା ଦ୍ଵାରା ଏହା ପିତା ହେବାର ସମ୍ଭାବନା ରହିଥାଏ। ମାଣ୍ଡିଆ ଚୁନାରୁ ପିଠା, ଖିରି ଏବଂ ଚକୁଳି ମଧ୍ୟ ତିଆରି ହୋଇଥାଏ। ଏହାକୁ ଭଲ ଭାବେ ଭାଯିବା ପରେ ଗ୍ରାଇଣ୍ଡିଂ କରି ମାଣ୍ଡିଆ ଚୁନା ପ୍ରସ୍ତୁତ କରାଯାଏ। ମାଣ୍ଡିଆ ଚୁନା ଦେହ ପାଇଁ ଅତ୍ୟନ୍ତ ପୁଷ୍ଟିକର ହୋଇଥାଏ। ସାଧାରଣତଃ ଏହାକୁ ଛୋଟ ପିଲାରୁ ବଡ଼ ଲୋକ ପର୍ଯ୍ୟନ୍ତ ମଧ୍ୟ ଖାଇପାରିବେ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×