ମହିଳା ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଆରା ପ୍ରୟାସ

0

ଆମ ଦେଶର ମୋଟ୍ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଂଶ ହେଉଛନ୍ତି ମହିଳା। ଏଣୁ ଆମ ଦେଶର ପ୍ରଗତି ନିମନ୍ତେ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭାବେ ସଶକ୍ତିକରଣ କରିବାର ଆବଶ୍ୟକତା ରହିଛି। ଦେଶର ସାମଗ୍ରିକ ବିକାଶ ପାଇଁ ମହିଳାମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାର ପ୍ରୟୋଜନ ରହିଛି। ମହିଳାମାନଙ୍କ ଉପଯୁକ୍ତ ଭାଗୀଦାରି ବିନା ମହିଳା ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥିକ, ସାମାଜିକ ସୁରକ୍ଷା, ସଶକ୍ତୀକରଣ, ଯୋଜନାର ସଠିକ୍‌ ରୂପାୟନ, ତ୍ବରିତ ନ୍ୟାୟ ପ୍ରଦାନ ଇତ୍ୟାଦି ବିଡ଼ମ୍ବିତ ହୋଇପଡ଼ିଛି। ନାରୀମାନଙ୍କ ସୁରକ୍ଷା ଓ ସ୍ୱାଧୀନତା ନିମନ୍ତେ ବହୁ ବୈଧାନିକ ଓ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ବହୁ ସଂଖ୍ୟକ ନାରୀ ଆଜି ହିଂସାତ୍ମକ ଆଚରଣର ଶିକାର ହେଉଛନ୍ତି ।

nano urea

ନାରୀମାନଙ୍କୁ ସେମାନଙ୍କ ରାଜନୈତିକ ସ୍ୱାଧୀନତା ଓ ଅଧିକାରରୁ ବଞ୍ଚିତ କରାଯାଇଛି । ଦେଶ ସ୍ୱାଧୀନ ହେବାର ଅନେକ ବର୍ଷ ଅତିବାହିତ ହେଲେ ମଧ୍ୟ ଦେଶର ଆଇନ ପ୍ରଣୟନ ଓ ବିକାଶ ପ୍ରକ୍ରିୟାରେ ନାରୀମାନଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ହେବାର ଦେଖାଯାଇନାହିଁ। ତେଣୁ ମହିଳା ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ବର୍ଷ ତୁଳନାରେ ପ୍ରାୟ ୩ ଗୁଣା ଅଧିକ ବ୍ୟୟବରାଦ କରିଛନ୍ତି। ମହିଳାଙ୍କ ପାଇଁ ₹୧୭,୯୪୨ କୋଟି ଯାହାକି ୧୮୮% ଅଧିକ ଓ ସାମାଜିକ ସୁରକ୍ଷା ପାଇଁ ₹୨୨,୮୪୪ କୋଟି ଯାହାକି ୨୦୨% ଅଧିକ ବ୍ୟୟବରାଦ କରାଯାଇଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

5 × one =