ବିଶ୍ୱ ଖାଦ୍ୟ ଦିବସ : ଅନ୍ନଦାତାଙ୍କୁ ପ୍ରଣାମ

0

ଆମେ ଖାଦ୍ୟ ଖାଇବାର ସ୍ୱପ୍ନ ଦେଖୁ । ଆଉ ଏହି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରେ ଚାଷୀ । ଖାଦ୍ୟ ଖାଇବାର ପ୍ରତଥମ ପ୍ରାଥମିକତାକୁ ଯିଏ ପୂରଣ କରେ ସେ ଚାଷୀ । ଏକ ମହାର୍ଘ୍ୟ ଅନୁଭୂତିର ଅନୁଭବୀ ସାଜି ଜଗତର କଲ୍ୟାଣ ଦିଗରେ ଲୋକଙ୍କୁ ଖାଦ୍ୟ ଯୋଗାଏ ଚାଷୀ । ଦିନ ଥିଲା ଏଇ ଚାଷ ମଣିଷକୁ ବଂଚିବାର ରାହା ଯୋଗାଉଥିଲା , କ୍ଷୁଧାର୍ତ୍ତ ମାନବର ଏକ ବିରାଟ ଆଶା ଥିଲା ଏଇ କୃଷି । ଚାଷ ଜମିରେ ସୁନା ଫଳେଇବା ନିଶାରେ ସଭିଏଁ ହେଉଥିଲେ ମତୁଆଲା । ବେଶ ଜୀବନ୍ତ ଥିଲା ସେ ସବୁର ପରିକଳ୍ପନା । ଆଉ ଏଇ ପରିକଳ୍ପାନାକୁ ସଠିକ ରୂପ ଦେଉଥିଲା କୃଷକ । କୃଷକ – ଧରିତ୍ରୀମାତାର ଅମୃତସନ୍ତାନ । ମାଟି ସହ ତାର ସମ୍ପର୍କ ସତରେ ଏକ ଅଭିନବ ପରିକଳ୍ପନା । ମୁଖର ଶବ୍ଦକୁ ହାତର ଯାଦୁଗରୀରେ ବାସ୍ତବତାର ରୂପ ଦେବାରେ ସେ ବେଶ ଧୂରନ୍ଧର । ସେ ମାଟି ମାର କୁଶଳୀ କାରିଗର । କାଦୁଅ ବିଲର ଚିରପରିଚିତ ସାଥୀ ସେ । ସେଇଥିପାଇଁ ତ ସେ ଜାତିର ଅନ୍ନଦାତା । ସେ ଆଉ କେହି ନୁହେଁ ସେ ହେଉଛି ଏ ସମାଜ ଆଉ ସଭ୍ୟତାର ନବଉନ୍ମେଷକ । ସତରେ ଚାଷୀ ଆଉ ଚାଷର ସମ୍ପର୍କ ଢେ଼ର ପୁରୁଣା । ଏ ସବୁ ଭିତରେ ଖାଦ୍ୟକୁ ମଣିଷର ପ୍ରଥମ ମୋ÷ଳିକ ଆବଶ୍ୟକତା ଭାବେ ବିବେଚନା କରାଯାଉଥିବା ସମୟରେ କୃଷକ ହିଁ ଏହାର ପ୍ରମୁଖ ସାରଥୀ , ଏଥିରେ ଦ୍ୱିମତ ନାହିଁ ।

ଆଜି ବିଶ୍ୱ ଖାଦ୍ୟ ଦିବସ । ଏହି ଅବସରରରେ ଆମକୁ ଖାଦ୍ୟ ଯୋଗାଉଥିବା ଅନ୍ନଦାତାଙ୍କୁ ଆମେ ପ୍ରଣାମ ଜଣାଉଛୁ । ଏହି ଖାଦ୍ୟ ଦିବସରେ ଖାଦ୍ୟକୁ ଅପଚୟ ନକରି ଏହାକୁ ଉପଚୟ କରିବା ଦିଗରେ ସଭିଏଁ ବ୍ରତୀ ହେବା ଆବଶ୍ୟକ । ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ନଷ୍ଟ ନ କରି କିପରି ଏକ ସୁସ୍ଥ ସମାଜ ଗଢ଼ା ଯାଇ ପାରିବ , ସେ ଦିଗରେ ସଭିଏଁ ସଚେତନ ହେବା ଆବଶ୍ୟକ । ଏ ବର୍ଷର ଥିମ୍‌ ରହିଛି : ଜଳ ହିଁ ଖାଦ୍ୟ , ଜଳ ହିଁ ଜୀବନ ।

ବର୍ତ୍ତମାନ ସମୟରେ ଉତ୍କଟ ଜଳ ସମସ୍ୟା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ଦିଗରେ ଜଳ ଆମର ଉଭୟ ଖାଦ୍ୟ ଓ ଜୀବନ ଭାବରେ ପରିଗଣିତ ହେବା ବିଧେୟ । କାରଣ ଜଳ ହିଁ ଜୀବନ ଧାରଣର ପରିମାପକ । ଯେମିତି ଖାଦ୍ୟ ଆମର ପ୍ରମୁଖ ମାନଦଣ୍ଡ ସେମିତି ଜଳକୁ ଆଧାର କରି ଏକ ସୁସ୍ଥ ଭବିଷ୍ୟତ ଗଢ଼ା ଯାଇପାରେ । ଏହା ଆମର ସଂକଳ୍ପ ହେବା ଆବଶ୍ୟକ ।

nano urea

ଡ଼ି ଶୁଭମ୍‌

Leave A Reply

Your email address will not be published.

four × 3 =