ଚାଷ ଜମିରେ ଚମକୁଛନ୍ତି ମହିଳା

0

ମହିଳାଙ୍କ ପରିଚୟ ବଦଳିଛି । ପରିଚିତି ବି ବଦଳିଛି । ବଂଚିବାର ଢ଼ାଂଚା ବି ବଦଳିଛି । ଆଉ ଏହାରି ଭିତରେ ଆଉ ଅନ୍ଧାରୀ ମୂଲକର ସେ ଚିନ୍ତନ ବି ନାହିଁ । ଅଛି କେବଳ ରଙ୍ଗୀନ ସ୍ୱପ୍ନ ଦେଖି ଜୀଇଁବାର ଅନୁଭୂତି । ନିଜ ସ୍ୱପ୍ନକୁ ସାକାର କରିବାର ନିଆରା ପ୍ରୟାସ ନେଇ ଆଜି ଚାଷ ଜମିରେ ଚମକୁଛନ୍ତି ମହିଳା । ନିଜ ସ୍ୱପ୍ନର ଉଦ୍ୟୋଗ ସ୍ଥାପନ କରି ମହିଳା ମାନେ ଆଜି ସାରା ବିଶ୍ୱ ପାଇଁ ଏକ ଉଦାହରଣ ସାଜିଛନ୍ତି । ଚାଷ କେବଳ ପୁରୁଷ ନୁହେଁ ମହିଳା ବି କରିପାରେ । ଚାଷ ଜମିରେ ସୁନା ଫଳେଇବାରେ ମହିଳାଙ୍କ ଭାଗିଦାରିତା ବି ଅନେକ ଅଛି , ଏକଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ରାଷ୍ଟ୍ରୀୟ ମହିଳା କିସାନ ଦିବସ ଅବସରରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ତରଫରୁ ସବୁ ମହିଳାଙ୍କୁ ଶତ ନମନ । ଏହି ଉପକ୍ରମରେ ଆସନ୍ତୁ ଶୁଣିବା ସେମିତି ସଫଳ ମହିଳାଙ୍କ ସଫଳତାର ଗାଥା । ଏମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଶୁଭଶ୍ରୀ ସାହୁ ।

କୃଷି ଯାନ୍ତ୍ରିକକରଣରେ ସ୍ନାତକ ପରେ ଚାକରି ନୁହେଁ ବରଂ ଚାଷ ଜମିରେ ଚାଷୀଙ୍କ ଅମଳ ବଢ଼ାିବାକୁ ଚିନ୍ତା କରିଥିଲେ ଭୁବନେଶ୍ୱରର ସ୍ନିଗ୍ଧାରାଣୀ ପାତ୍ର । ନିଜ ସ୍ୱପ୍ନକୁ ସଫଳତାରେ ରୂପାନ୍ତରିତ କରିବାକୁ ସ୍ନିଗ୍ଧା ଆରମ୍ଭ କରିଥିଲେ ଏଗ୍ରିସୋଲର ପରିକଳ୍ପନା । ଚାଷୀ ମାନଙ୍କୁ ଜୈବିକ ସାର ଯୋଗାଇବା ସହ ଚାଷ ଜମିରୁ ଆୟକୁ ଦ୍ୱିଗୁଣିତ କରିବାର ପ୍ରୟାସ ନେଇ ଆଜି ଜଣେ ସଫଳ କୃଷି ଉଦ୍ୟୋଗୀ ଭାବରେ ନିଜକୁ ପରିଚିତ କରିପାରିଛନ୍ତି ।

ଆଉ ଜଣେ ସଫଳ ମହିଳା କୃଷି ଉଦ୍ୟୋଗୀ ଗାୟତ୍ରୀ ପଟ୍ଟନାୟକ । ବୟସ ବି ଗାୟତ୍ରୀଙ୍କ କୃଷି ପ୍ରତି ଆଗ୍ରହ ଆଗରେ ହାର ମାନିଛି । ନିଜେ ବିଭିନ୍ନ ପ୍ରକାର ଜୈବିକ ଉତ୍ପାଦ ପ୍ରସ୍ତୁତ କରି ଲୋକଙ୍କ ପାଖରେ ପହଁଚାିବା ସହ ବିଭିନ୍ନ ଟେରାକୋଟା ପଟ୍ଟଚିତ୍ର ପ୍ରସ୍ତୁତ କରି ଆଜି ସେ ନିଜେ ସ୍ୱାବଲମ୍ବୀ ହୋଇପରିଛନ୍ତି ।

nano urea

କୋରାପୁଟ ଜିଲ୍ଲା ଜୟୟପୁରର ଛାତ୍ରୀ ହର୍ଷିତା ବି ଏ ଦିଗରେ ନିଜର ସଫଳତା ପିଲା ବେଳୁ ଦେଖାଇସାରିଛନ୍ତି । କୋମଳମତି ବୟସରେ ବି ପାରମ୍ପରିକ ଧାନ ଓ ମାଣ୍ଡିଆ ବିହନ ସଂଗ୍ରହ କରି ଚାଷୀ ମାନଙ୍କୁ ସଚେତନ କରାଇବା ସହ ଭବିଷ୍ୟତରେ ଚାଷୀ ମାନଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ଚାଷ ଜମିରେ ମିଶନ୍‌ ଶକ୍ତି ମହିଳାଙ୍କ ପାରଦର୍ଶିତା ବି କିଛି କମ୍‌ ନୁହେଁ । କେବଳ ଚାଷ ଜମି ନୁହେଁ ବରଂ କୃଷିରୁ ବିଭିନ୍ନ ଉତ୍ପାଦ ତିଆରି କରି ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ମାଣ୍ଡିଆରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରି ଭୁବନେଶ୍ୱରର ତ୍ରିଶକ୍ତି ମହିଳା ଫେଡେରସନ ବି ଏକ ନୂଆ ପରିଚୟ ସୃଷ୍ଟି କରିଛି । ୭୦୦ରୁ ଅଧିକ ମହିଳା ଏକ ସହ ଯୋଡ଼ି ହୋଇ ଆଜି ମିଲେଟ ବିପ୍ଳବରେ ସାମିଲ ହୋଇଛନ୍ତି ।
ରାଷ୍ଟ୍ରୀୟ ମହିଳା କିସାନ ଦିବସ ମହିଳା କୃଷିଜୀବି ମାନଙ୍କୁ ସଂଗଠିତ କରୁ । ସେମାନଙ୍କ ମନରେ ନୂଆ ଆଶାର ପ୍ରତିଫଳନ କରାଉ । ସଫଳ ଉଦ୍ୟୋଗୀ ହୋଇ ମହିଳା ମାନେ ଏକ ସ୍ୱାବଲମ୍ବୀ ସମାଜ ଗଠନରେ ସାଥ ଦିଅନ୍ତୁ ।

ଉପସ୍ଥାପନା : ଶୁଭଶ୍ରୀ ସାହୁ

Leave A Reply

Your email address will not be published.

sixteen + sixteen =