ମିଶନ୍‌ ଶକ୍ତି ଦ୍ୱାରା ସଶକ୍ତ ହେଉଛନ୍ତି ମହିଳା

0

ଆଜି ଆପଣ ଯେଉଁଠି ଆଖି ବୁଲେଇବେ ମିଶନ୍‌ ଶକ୍ତି ମହିଳା ମାନଙ୍କ ପାରଦର୍ଶିତାର ନିଦର୍ଶନ ପାଇବେ । କେବଳ ମିଶନ୍‌ ଶକ୍ତି କାଫେ କି ବଜାର ନୁହେଁ ବରଂ ଏହା ଦ୍ୱାରା ମହିଳା ମାନେ ଏକତ୍ରିତ ହୋଇ ନିଜର ଏକ ଉଦ୍ୟୋଗ ସ୍ଥାପନ କରି ବେଶ କିଛି କମାଇପାରୁଛନ୍ତି । ଓଡ଼ିଶା ବଜାରରେ ଝୋଟରୁ ତିଆରି ବ୍ୟାଗ ଓ ସମ୍ବଲପୁରୀ ବସ୍ତ୍ରର ଚାହିଦାକୁ ଲକ୍ଷ୍ୟ କରି ପୁରୀ ଜିଲ୍ଲା ଗୋପ ବ୍ଲକର ଓମ ଗାୟତ୍ରୀ ସଂଘ ୩୪ଜଣ ଦକ୍ଷ ମହିଳା ମାନଙ୍କୁ ନେଇ ନିଜ କର୍ମପଥରେ ଆଗେଇଚାଲିଛନ୍ତି । ମେସିନ ଦ୍ୱାରା ସହଜ ଓ ଅଳ୍ପ ସମୟରେ ଏଗୁଡ଼ିକୁ ବନେଇପାରୁଛନ୍ତି । ନିଜେ ସଶକ୍ତ ହେଉଛନ୍ତି ଆଉ ଅନ୍ୟ ମହିଳା ମାନଙ୍କୁ କର୍ମସଂସ୍ଥାନ ବି ଯୋଗାଉଛନ୍ତି । ବାର୍ଷିକ ୯୫ ଲକ୍ଷରୁ ଉଦ୍ଧ୍ୱର୍ ରୋଜଗାର କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଏହି ମହିଳା ମାନେ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉପକରଣ ଗୁଡ଼ିକ ବିଭିନ୍ନ ମେଳା ମହୋତ୍ସବ , ଉତ୍କଳିକା ଦୋକାନ , ପାଖ ବଜାର ତଥା ବାହାର ରାଜ୍ୟ ମାନଙ୍କରେ ମଧ୍ୟ ଉପଲବ୍ଧ ହେଉଛି ।

nano urea

ସୋ÷ : ମିଶନ୍‌ ଶକ୍ତି

Leave A Reply

Your email address will not be published.

four × 5 =