ଜିଆଖତର ପ୍ରୟୋଗ ପ୍ରଣାଳୀ

0

କ୍ଷେତ୍ର ଫସଲ ବା ଶସ୍ୟ, ଡାଲି ଏବଂ ଅନ୍ୟାନ୍ୟ ଫସଲରେ ହେକ୍ଟର ପିଛା ୨-୩ ଟନ୍‌ ଜିଆଖତ ବ୍ୟବହାର କରାଯାଏ । ମଞ୍ଜି ବୁଣିବା ସମୟରେ ବା ଚାରା ୧୫ ସେ.ମି. ଉଚ୍ଚତା ହେବା ପରେ ଧାଡ଼ିରେ ଏହାର ପ୍ରୟୋଗ ଲାଭ ଦାୟକ ହୋଇଥାଏ । ଫଳଗଛ ଗୁଡ଼ିକରେ ଗଛର ବୟସକୁ ଦୃଷ୍ଟିରେ ରଖି ୫ଗରୁ ପିଛା ୫-୧୦ କି.ଗ୍ରା ଜିଆଖତ ଗଛ ଚାରିପାଖରେ ଏକ ରିଙ୍ଗ ବା ବେସନ୍‌ କରି ଗୋବରଖତ ସାଙ୍ଗରେ ମିଶାଇ ପ୍ରୟୋଗ ବିଧେୟ । ସେହିପରି ପନିପରିବା ଫସଲର ନର୍ସରୀରେ ହେକ୍ଟର ପିଛା ୧ ଟନ୍‌ ଜିଆଖତ ଓ ଚାରା ଲଗାଇବାର ୪୫ ଦିନ ପରେ ଜଳସେଚନ ପୂର୍ବରୁ ଗଛ ପିଛା ୫୦୦ ଗ୍ରା. ଜିଆଖତ ପ୍ରୟୋଗ ଅତ୍ୟନ୍ତ ଲାଭପ୍ରଦ ଫୁଲଗଛ ଚାଷ ବେଳେ ହେକ୍ଟର ପିଛା ୭୫୦ କି.ଗ୍ରା ଜିଆଖତ ପ୍ରୟୋଗ କରିବା ଜରୁରୀ ।
ତେଣୁ ଚାଷୀଭାଇମାନେ କୃଷି ବିଶେଷଜ୍ଞ ମାନଙ୍କ ପରାମର୍ଶ କ୍ରମେ ଏହାର ପ୍ରୟୋଗ କଲେ ସୁଫଳ ପାଇପାରିବେ ।

nano urea

(ତଥ୍ୟ ସହାୟତା – ସୁବ୍ରତ ମହାନ୍ତି , ଭଦ୍ରକ)

Leave A Reply

Your email address will not be published.

7 − one =