ମନ ଜିଣୁଛି ମିଶନ୍‌ ଶକ୍ତି ବଜାର

0

ମିଶନ୍‌ ଶକ୍ତି କେବଳ ଏକ ଯୋଜନା ନୁହେଁ ବରଂ ବୃହତ୍ତର ପରିଧିର ପରିମାପକ । ନାରୀଙ୍କୁ ସଶକ୍ତ ତଥା ସମୃଦ୍ଧ କରିବାରେ ମିଶନ୍‌ ଶକ୍ତି ପ୍ରମୁଖ ଭୂମିକା ନିଭାଉଛି । ନୂଆ ଓଡିଶାର ବିକାଶ ଦିଗରେ ଅଣ୍ଟା ଭିଡ଼ୁଛି ମିଶନ୍‌ ଶକ୍ତି । ଆଉ ଏହାକୁ ସରସ ସୁନ୍ଦର କରିବାରେ ଭାଗିଦାରୀ ହେଉଛନ୍ତି ମିଶନ୍‌ ଶକ୍ତିର ମହିଳା । ବାଲେଶ୍ୱର ଜିଲ୍ଲାରେ ଖୋଲିଥିବା ମିଶନ୍‌ ଶକ୍ତି ବଜାର ଏବେ ସାଧାରଣ ଲୋକଙ୍କ ମନ ଜିଣୁଛି । ଜଳଖିଆରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ପରଷିବା ସହ ମା ମାନଙ୍କ ହାତ ତିଆରି ସୁସ୍ୱାଦୁ ଖାଦ୍ୟର ମଜା ନେଉିଛନ୍ତି ଲୋକମାନେ । ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘର ସଜା ଉପକରଣ ଠାରୁ ଅନ୍ୟାନ୍ୟ ଜିନିଷ ବଜାରରେ ଉପଲବ୍ଧ ବୋଲି ସୁକନ୍ୟା ଜିଲ୍ଲା ସମିତିର ସଭାପତି ସୁଷମା ଦତ୍ତ କହିଛନ୍ତି । ଏପରିକି 5T ସଚିବ ଭି.କେ. ପାଣ୍ଡିଆନ ବାଲେଶ୍ୱର ଗସ୍ତ ସମୟରେ ଏଠାରେ ଖାଇବା ସହ ମିଶନ୍‌ ଶକ୍ତିର ମହିଳା ମାନଙ୍କ ସହ ଆଲୋଚନା କରି ପ୍ରଶଂସା ବି କରିଥିଲେ ।

nano urea

ସୋ÷ : ମିଶନ୍‌ ଶକ୍ତି

Leave A Reply

Your email address will not be published.

one × 5 =