ମାଟି ନଥିଲେ ଚାଷ ନଥାନ୍ତା !!

0

ମାଟି ଯେଉଁଠୁ ଜୀବନ ଜିଇଁବାର ଅଧ୍ୟାୟ ଆରମ୍ଭ ହୁଏ
• ଯାହା ଉପରେ ମଣିଷ ନିଜ ଆବଶ୍ୟକତାକୁ ଚରିତାର୍ଥ କରିବା ପାଇଁ ନିରନ୍ତର ସଂଘର୍ଷ ଜାରି ରଖେ

ମୃତ୍ତିକା – ମାଟି ଏକ ମାଧ୍ୟମ ଯାହା କି ଖଣିଜଲବଣ,ପାଣି , ବାୟୁ , ଜୈବିକ ପଦାର୍ଥ ତଥା ଅଣୁଜୀବ ମାନଙ୍କ ସମାହାରରେ ଗଠିତ । କହିବାକୁ ଗଲେ ଏହି ପାଂଚଟି ଉପାଦାନକୁ ନେଇ ମାଟିର ସଂଜ୍ଞା ନିରୂପଣ କରାଯାଏ । ଖଣିଜଲବଣ- ମୃତ୍ତିକା ଗଠନରେ ଖଣିଜଲବଣର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ସବୁଠାରୁ ଅଧିକ ଭାଗ ଉପାଦାନ ଖଣିଜଲବଣ ଉପରେ ନିର୍ଭର କରେ । ଶତକଡ଼ା ୪୫ ରୁ ୪୯ ଭାଗ ଖଣିଜଲବଣକୁ ନେଇ ମାଟିର ଗଠନ କରାଯାଇଥାଏ ।

nano urea

ପାଣି- ଏହା ଦ୍ୱିତୀୟ ମୁଖ୍ୟ ଉପାଦାନ । ମୃତ୍ତିକାର ଜଳଧାରଣ କ୍ଷମତା ଉପରେ ଫସଲର ଉତ୍ପାଦନ ହାର ନିର୍ଭର କରେ । ଯେଉଁ ମାଟିର ଜଳଧାରଣ କ୍ଷମତା ଅଧିକ ସେ ମାଟିରେ ଚାଷ କାମ ଭଲ ହୋଇଥାଏ । ଜୈବିକ ପଦାର୍ଥ- ମାଟିରେ ଜୈବିକ ପଦାର୍ଥ ଅନ୍ୟ ଏକ ଉପାଦାନ ଭାବେ ବିଦିତ । ଜୈବିକ ପଦାର୍ଥ ଯେକୋ÷ଣସି ପଚିଥିବା କିମ୍ବା ସଢ଼ିଥିବା ଗଛ ବା ପଦାର୍ଥରୁ ପ୍ରସ୍ତୁତ ହୋଇପାରେ । ଯେଉଁ ମାଟିରେ ଜୈବ ପଦାର୍ଥ ଅଧିକ ପରିମାଣରେ ଥାଏ ସେଥିରେ କାଟାୟନ ଏକ୍ସଚେଂଜ କ୍ୟାପାସିଟି ଅଧିକ ଥାଏ । ସୁତରାଂ ସେଇ ମାଟିରେ ଭଲ ଭାବରେ ଫସଲ ଉତ୍ପାଦନ କରାଯାଇଥାଏ । ବାୟୁ – ପାଣି ପରି ମାଟି ଭିତରେ ବାୟୁର ଆବଶ୍ୟକତା ବି ସେତିକି ଗୁରୁତ୍ୱପୂର୍ଣ୍ଣ । କାରଣ ଗଛର ଚେର ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ । ଠିକ ସେମିତି ଅଙ୍ଗାରକାମ୍ଳ ଓ ଯବକ୍ଷାରଜାନ ମାଟି ତଳେ ନାଇଟ୍ରୋଜେନ ଫିକ୍ସିଂ ବ୍ୟାକ୍ଟେରିଆଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଅଣୁଜୀବ- ଯଦିଓ ମାଟି ମଧ୍ୟରେ ଅଣୁଜୀବମାନେ ଅଧିକ ପରିମାଣରେ ଦେଖାଯାଆନ୍ତି ପରନ୍ତୁ ମୃତ୍ତିକା ଗଠନରେ ଏମାନଙ୍କ ଭୂମିକା ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ମୃର୍ତ୍ତିକାର ଉପର ସ୍ତରରେ ପାଖାପାଖି ୨୦୦୦୦ରୁ ଅଧିକ ଅଣୁଜୀବ ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଜିଆ ଓ ସୂତ୍ରମୃମି ମାନଙ୍କ ସଂଖ୍ୟା ଅଧିକ । ଜୈବ ପଦାର୍ଥ ବିଘଟନରେ ଅଣୁଜୀବମାନେ ମୁଖ୍ୟ ଭୂମିକା ନେଇଥାନ୍ତି ।

ମୃତ୍ତିକା କ୍ଷୟ କାରଣରୁ ଏବେ ମୃତ୍ତିକାର ଗଠନରେ ମଧ୍ୟ ସାମଂଜସ୍ୟ ରହେ ନାହିଁ । ତେବେ ଏଥିପାଇଁ ପ୍ରମୁଖ କାରଣ ହେଲା – ଜଙ୍ଗଲ କ୍ଷୟ , ପଶୁମାନଙ୍କର ଅତ୍ୟଧିକ ଚରିବା ପାଇଁ ମାଟିକୁ ବ୍ୟବହାର , ବର୍ଷା ପାଣି ସଂରକ୍ଷଣ ନହୋଇପାରିବା , କଳକାରଖାନାର ଦୂଷିତ ପାଣି ମାଟିରେ ମିଶିବା ଏମିତି ଅନେକ । ଏତଦ୍‌ ଭିନ୍ନ ମୃତ୍ତିକାର ଗଠନ ପ୍ରକ୍ରିୟାରେ କୋ÷ଣସି ଅସୁବିଧା ଦେଖାଗଲେ ମୃତ୍ତିକା କ୍ଷୟ ହୋଇଥାଏ ।
ସମ୍ପ୍ରତି ଭାରତ ବର୍ଷରେ ୧୪୭ ମିଲିୟନ ହେକ୍ଟରର ମୃତ୍ତିକା କ୍ଷୟ ହୋଇସାରିଛି । ସେମଧ୍ୟରୁ ୯୪ ମିଲିୟନ ହେକ୍ଟର ଜଳ ପ୍ରଦୂଷଣ, ୧୬ ମିଲିୟନ ହେକ୍ଟର ବନ୍ୟା, ୯ ମିଲିୟନ ହେକ୍ଟର ବାୟୁ ପ୍ରଦୂଷଣ ଆଉ ୭ ମିଲିୟନ ହେକ୍ଟର ଅନ୍ୟାନ୍ୟ କାରଣ ଯୋଗୁଁ ହେଉଛି । ତେବେ ଯଦି ଏମିତି ପରିମାଣରେ ମୃତ୍ତିକା କ୍ଷୟ ହୁଏ ତେବେ ୨୦୧୫ ବେଳକୁ କୃଷି ପାଇଁ ଜମି ନଥିବ । ସେତେବେଳେ ମଣିଷ କରିବ କ’ଣ? ଯଦି ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଏମିତି କରିବାପାଇଁ ପଛାଉନାହିଁ, ତେବେ ଟିକେ ଭାବନ୍ତୁନା ଆଉ କିଛି ଦିନପରେ ଅବସ୍ଥା କ’ଣ ହେବ?
ବ୍ୟବହୃତ ରାସାୟନିକ ସାରର ଅଧିକାଂଶ ମଣିଷ ଖାଦ୍ୟ ଭାବେ ଗ୍ରହଣ କରୁଛି । ଏହା ଜାଣି ବି ସବୁ ଅଜଣା । ତେବେ ମୃତ୍ତିକା ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହେଉଛି ସତ ସବୁ କାଗଜ କଲମରେ ରହିଯାଉଛି । କୃଷି ଓ କୃଷକଙ୍କ ପାଇଁ ସରକାର ଯୋଜନା ପ୍ରଣୟନ କରୁଛନ୍ତି । ଏହାକୁ କାର୍ଯ୍ୟକାରୀ ବି କରୁଛନ୍ତି । ନିକଟରେ ଜଳସେଚନ ପାଇଁ ସୌର ଜଳନିଧି ଯୋଜନା ଆରମ୍ଭ ହେଲା । ତେବେ କୃଷି ପାଇଁ ମାଟିର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ସେକଥା ଜମିରେ ଝାଳ ବୁହାଇଥିବା ଚାଷୀ ଭାଇଟିଏ ଜାଣିଛି, ହେଲେ ବିଳାସବ୍ୟସନରେ ଜୀବନ ନିଭାଉଥିବା ମଣିଷ ଜାଣିନି ।

ମୃତ୍ତିକା ସଂରକ୍ଷଣ ପାଇଁ ନୂତନବନୀକରଣ, ଜୈବିକ କୃଷି, ଜୈବିକ ଖତ ଯଥା (ଜୀବାମୃତ, ପଂଚଗବ୍ୟ, ଦଶଗବ୍ୟ, ଅମୃତପାଣି)ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ମିତ୍ରକୀଟ ସଂଖ୍ୟା ବଢାଇବା ସହ ପାରମ୍ପରିକ ପଦ୍ଧତିରେ ରାସାୟନିକ ସାରର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଉଛି । ନିକଟରେ ୨୫ରୁ ଅଧିକ କୀଟନାଶକକୁ ଭାରତ ସରକାର ସେସବୁର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଏହା ଏକ ସୁଦୂରପ୍ରସାରୀ ପଦକ୍ଷେପ କହିଲେ ଭୁଲ ହେବନାହିଁ । ଏସବୁ କୀଟନାଶକ ବଦଳରେ ଯଦି ଘରୋଇ ଉପାୟରେ କୀଟନାଶକ ପ୍ରସ୍ତୁତ କରି (ନିମ୍ବପତ୍ରର ରସ)କୁ ବ୍ୟବହାର କରାଯାଆନ୍ତା, ସୁଫଳ ମିଳିବାଟା ଥୟ ।

Leave A Reply

Your email address will not be published.

13 − one =