ରାଜ୍ୟରେ ପୁଷ୍ଟିଗତ ସ୍ଥିତିର ଭିନ୍ନ ରୂପାନ୍ତରଣ

0

ବିକାଶର ନାରା ଦେଇ ରାଜ୍ୟ ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ଆଖି ଆଗରେ ରଖି ରାଜ୍ୟ ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଏବେ ସାରା ରାଜ୍ୟରେ ରୂପାନ୍ତରଣ କାର୍ଯ୍ୟକ୍ରମ ଆଗେଇ ଚାଲିଛି । ଲୋକେ ଖୁବ ନିକଟରୁ ବିକାଶକୁ ଦେଖୁଛନ୍ତି । ତେବେ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଉପରେ ମୋହର ବାଜିଛି । ରାଜ୍ୟରେ ବସବାସ କରୁଥିବା କିଶୋରୀ ତଥା ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଆହାର ଯୋଗାଇଦେବାର ଦୃଢ଼ ସଂକଳ୍ପ ନେଇ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି। ତେବେ ୫ ବର୍ଷ ଭିତରେ ସମୁଦାୟ ୩୩୫୪.୪ କୋଟି ଟଙ୍କା ରାଜ୍ୟସରକାର ଖର୍ଚ୍ଚ କରିବେ । ଏଥିପାଇଁ ଅପପୁଷ୍ଟି ଓ ଓଜନ କମ୍‌ ଥିବା ଶିଶୁଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ । ଏହା ସହ ୬ ବର୍ଷରୁ କମ୍‌ ବୟସର ଶିଶୁ ମାନଙ୍କୁ ଅଣ୍ଡା ଓ ରନ୍ଧା ଖାଦ୍ୟ ଦିଆଯିବ । ଗର୍ଭବତୀ ମହିଳା ମାନଙ୍କୁ ଟେକ୍‌ ହୋମ ରାସନ୍‌ ଆକାରରେ ଅଣ୍ଡା , ମିଲେଟ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବା ସହ କିଶୋରୀ ମେଳା ତଥା କିଶୋରୀ ମାନଙ୍କର ରକ୍ତହୀନତା ସ୍କ୍ରିନିଂ କରାଯିବ । ତେବେ ରାଜ୍ୟରେ ପୁଷ୍ଟିଗତ ସ୍ଥିତିର ଏହା ଭିନ୍ନ ଏକ ରୂପାନ୍ତରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

three × one =