ଜାଣନ୍ତୁ ବାୟୋଫ୍ଲୋକ କ’ଣ ??

0

ବାୟୋଫ୍ଲୋକରେ ମୁଖ୍ୟତଃ ଫ୍ୟାଟି ଏସିଡ଼୍‌ ଥାଏ ଯାହାକି ଚିଙ୍ଗୁଡ଼ି ମାନଙ୍କର ପୋଷକତ୍ତ୍ୱ ଗ୍ରହଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଚିଙ୍ଗୁଡ଼ିମାନଙ୍କର ଅନ୍ତର୍ଦେଶୀୟ ବିଭାଜନରେ ବାୟୋଫ୍ଲୋକ ପ୍ରଯୁକ୍ତି ବିଦ୍ୟା ମୁଖ୍ୟତଃ ନାଇଟ୍ରୋଜେନ ଓ ଫସଫରସ୍‌ ଯଥାକ୍ରମେ ୭୦ ଓ ୬୬ ଶତକଡ଼ା ବଢ଼ାଇ ଥାଏ ।

ଏଥି ସହିତ ବାୟୋଫ୍ଲୋକ କାର୍ବନ ଓ ନାଇଟ୍ରୋଜେନର ସନ୍ତୁଳିତ ଆଧାରକୁ ପ୍ରାଧ୍ୟାନ୍ୟ ଦେଇଥାଏ । ବାୟୋଫ୍ଲୋକ ମୁଖ୍ୟତଃ ବିଭିନ୍ନ ଅମିନୋଆସିଡ଼ ଯେପରିକି ମ୍ୟୁରାମିକ ଏସିଡ଼ ଫାଇଟୋଷ୍ଟେରୋଲ ଆଦି ଧାରଣ କରିଥାଏ । ଏହି ସକ୍ରିୟ ଉପାଦାନ ଗୁଡ଼ିକ ଜଳଜୀବ ମାନଙ୍କର ବୃଦ୍ଧି ଘଟାଇଥାଏ । ଏଥି ସହିତ ଏହା ମଧ୍ୟ ସାମୁଦ୍ରିକ ଚିଙ୍ଗୁଡ଼ି ମାନଙ୍କର ଉତ୍ତମ ଗୁଣବତା ରକ୍ଷା କରେ । ଏହି ଉପାଦାନ ଗୁଡ଼ିକ ଉତ୍ତମ ପ୍ରକ୍ରିୟାରେ ସାହାଯ୍ୟ କରୁଥିବା ଏଞ୍ଜାଇମ୍‌ ଗୁଡ଼ିକୁ ସକ୍ରିୟ କରିବା ସହିତ କୋଷଗୁଡ଼ିକୁ ଜୀବାଣୁ ଆକ୍ରମଣରୁ ରକ୍ଷା କରିଥାଏ । ଏବର ସମୟରେ ସାମୁଦ୍ରିକ ଚିଙ୍ଗୁଡ଼ି ମାନଙ୍କର ଉତ୍ପାଦନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଯାହା କେବଳ ବାୟୋଫ୍ଲୋକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସମ୍ଭବ ହୋଇପାରିଛି ଏବଂ ସେ ଏହା ଦର୍ଶାଇଥିଲେ ଯେ ବାୟୋଫ୍ଲୋକ ୭୫ ରୁ ୮୦ ଶତକଡ଼ା ପ୍ରୋଟିନ୍‌ ଏବଂ ପୋଷାକତ୍ତ୍ୱ ଧାରଣ କରିଥାଏ । ଜଳଜୀବମାନଙ୍କ ଖାଦ୍ୟରେ ପ୍ରୋଟିନ୍‌ର ପରିମାଣ ମୁଖ୍ୟତଃ ଅମିନୋଆସିଡ଼୍‌ର ପରିମାଣ ଉପରେ ନିର୍ଭର କରିଥାଏ । ଏହି ବାୟୋଫ୍ଲୋକ ପ୍ରଯୁକ୍ତିବିଦ୍ୟା ଦେଖାଏ ଯେ ଜଳଜୀବ ବିଜ୍ଞାନ ଉତ୍ପାଦନ ବୃଦ୍ଧିହେବା ସହିତ ପରିବେଶ ଉପରେ ପଡ଼ୁଥିବା ଅନାବଶ୍ୟକ ବ୍ୟବସ୍ଥାର ହ୍ରାସ ଘଟେ।

nano urea

ବାୟୋଫ୍ଲୋକରେ ଥିବା ପୋଷକତ୍ତ୍ୱ ମୁଖ୍ୟତଃ ଚିଙ୍ଗୁଡ଼ିମାନଙ୍କର ପ୍ରଧାନ ଖାଦ୍ୟ ଭାବେ ବ୍ୟବହୃତ ହୁଏ । ଏକ ପୋଷକତ୍ତ୍ୱ ସର୍ଭେରୁ ଜଣାପଡ଼ିଛି ଯେ ବାୟୋଫ୍ଲୋକରେ ୧୨୦ ଗ୍ରାମ/କେଜି ପ୍ରୋଟିନ୍‌ ଏବଂ ପ୍ୟାଟିଆସିଡ଼ ୨୦ ଗ୍ରାମ/କେଜି ଥାଏ । ବୟୋଫ୍ଲୋକ ମୁଖ୍ୟତଃ ୨୯.୧% ନାଇଟ୍ରୋଜେନ ୩୯.୨% ଜୀବାଶ୍ମ ଏବଂ ୮.୩% ଫାଇବର, ୪.୭% ଫାଟିଆସିଡ଼୍‌ ଧାରଣ କରିଥାଏ । ଜୀବାଶ୍ମର ପରିମାଣ ଯେତେ ବୃଦ୍ଧି ପାଇଥାଏ ସାମୁଦ୍ରିକ ଚିଙ୍ଗୁଡ଼ିମାନଙ୍କର ବୃଦ୍ଧି ସେତେ ହୋଇଥାଏ । ୨୦ଟି ଆମିନୋଆସିଡ଼ ମଧ୍ୟରୁ ବାୟୋଫ୍ଲୋକ ମୁଖ୍ୟତଃ ୪ଟି ଫ୍ୟାଟିଆସିଡ଼କୁ ଗ୍ରହଣ କରିଥାଏ । ସେଗୁଡ଼ିକ ହେଉଛି ପଲମିଟିକ୍‌ ଏସିଡ଼୍‌, ଲିନୋଲେଇକ ଏସିଡ଼୍‌, ଓରେଇକ ଏସିଡ଼୍‌ ।

Leave A Reply

Your email address will not be published.

two × 3 =