ଶୀତ ଋତୁରେ ପିଆଜ ଚାଷ

0

ସବୁଦିନରେ ସବୁ ସମୟରେ ପିଆଜର ଆବଶ୍ୟକତା ରହିଛି । ଆବଶ୍ୟକତା ଦୃଷ୍ଟି କୋଣରୁ ଏହାକୁ ଚାଷ କରିବା ନିହାତି ଆବଶ୍ୟକ । ଏହା ଏକ ଲାଭଜନକ ଫସଲ ମଧ୍ୟ । ରବି ଋତୁରେ ପିଆଜ ଚାଷ କରାଯାଉଥିବାବେଳେ ଆମ ରାଜ୍ୟରେ ପିଆଜ ଉତ୍ପାଦନ ବଢ଼ାଇବାର ଯଥେଷ୍ଟ ଆବଶ୍ୟକତା ରହିଛି । କାରଣ ଗତ କିଛି ମାସ ପୂର୍ବେ ପିଆଜକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା , ତାହା ଉଭୟ ଚାଷୀ ଓ ସାଧାରଣ ଲୋକଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟକର ବ୍ୟାପାର । ତେଣୁ ଏହାକୁ ଦୃଷ୍ଟିଦେଲେ ଓଡ଼ିଶାର ଜଳବାୟୁ ପିଆଜ ଚାଷ ପାଇଁ ବେଶ୍ ଅନୁକୂଳ । ତେବେ ଶୀତ ଦିନେ ଦେଶୀ ପିଆଜ ଓ ଓଲି ପିଆଜ ଉତ୍ପାଦନ ଭଲ ହେଇଥିବାରୁ ପିଆଜ ରୁଆ ନେଇ କେତେକ କଥା ଜାଣିବା ଦରକାର ।

nano urea

ପିଆଜ ଚାଷ ପାଇଁ ଆବଶ୍ୟକୀୟ ଉପାଦାନ : ମୃଦୁ ନାତିଶିତୋଷ୍ଣ ଜଳବାୟୁ ପିଆଜ ଚାଷ ପାଇଁ ଉପଯୁକ୍ତ ହୋଇଥାଏ । କିନ୍ତୁ ସେହିପରି ଅତ୍ୟଧିକ ଥଣ୍ଡା, ଗରମ, ବର୍ଷା ବା ଖରା ପିଆଜ ଚାଷ ପାଇଁ ଅନୁପଯୁକ୍ତ ହୋଇଥାଏ । ପିଆଜ ଫସଲ ଭଲ ବୃଦ୍ଧି ପାଇଁ ଶତକଡା ୭୦ ଭାଗ ଆର୍ଦ୍ରତା ଆବଶ୍ୟକ ହେଉଥିବାବେଳେ ଉନ୍ନତ କିସମ ପୁଷାରେଡ୍, ପୁଷା ରତନାର, ଅର୍କା ପ୍ରଗତି , ଏଗ୍ରି ଫାଉଣ୍ଡ ଲାଇଟ୍ ରେଡ୍ , ପୂଷା ହ୍ୱାଇଟ ରାଉଣ୍ଡ, ପୁଷ ହ୍ଵାଇଟ ଫାଟ୍, ଅର୍କା ପୀତାମ୍ବର ଆଦି କିସମ ସର୍ବୋତ୍ତମ ବୋଲି ଜଣାଯାଏ । ଦୋରସା ତଥା ପଟୁମାଟିରେ ପିଆଜ ଭଲ ହୋଇଥାଏ । ତେବେ ନଭେମ୍ବର ମାସରୁ ପିଆଜ ବିହନ ଲଗାଯାଇଥିବା ବେଳେ ବର୍ତ୍ତମାନ ଏହାର ତୋଳି ରୋଇବା ପାଇଁ ଉପଯୁକ୍ତ ସମୟ । ପିଆଜ ରୋଇବା ପାଇଁ ବିଲକୁ ଭଲ ଭାବେ ଚାଷ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ । ପିଆଜ ଲଗାଇବାର ଛଅ ସପ୍ତାହ ପରେ ଏକର ପ୍ରତି ୨୦ କିଗ୍ରା ପଟାସ ପ୍ରୟୋଗ କରିବା ଜରୁରୀ । ସାଧାରଣତଃ ଏହି ସମୟରେ ରୁଆ କାର୍ଯ୍ୟ କରାଯାଏ। ତେବେ ପଟି ଏପରି କରନ୍ତୁ ଯେପରି ଅନ୍ୟ ଚାଷ ସହଜ ହୋଇପାରିବ । ଧାଡିକୁ ଧାଡ଼ି ଛଅ ଇଞ୍ଚ୍ ଓ ଗଛକୁ ଗଛ ତିନି ଇଞ୍ଚ୍ ବ୍ୟବଧାନରେ ତଳି ରୋଇବା ଆବଶ୍ୟକ । ରୁଆ ହେଲା ପରେ ହାଲୁକା ଜଳସେଚନ କରିପାରିବେ । ପିଆଜ ଧରିବା ପାଇଁ ତାପମାତ୍ରା ୨୦ ଡିଗ୍ରୀରୁ ୨୩ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବା ଆବଶ୍ୟକ । ଏମିତି ବି ଅତୀ କମ୍ ଉତ୍ତାପ ରେ ପିଆଜ ରୁ ଶଣ୍ଡା ବାହାରି ଆସିଥାଏ ଏବଂ ତାପମାତ୍ରା ହଠାତ୍ ବଢ଼ିଗଲେ ପିଆଜ ଶୀଘ୍ର ପାକଳ ହୋଇଯାଇଥାଏ ଓ ପିଆଜ ଆକାର ସାନ ହୋଇଯାଇଥାଏ । ତେବେ ଶୀତଋତୁ ରେ ଚାଷ କରାଯାଉଥିବା କିସମ ଗୁଡ଼ିକ ପାଇଁ ୧୨ରୁ ୧୩ ଘଣ୍ଟାର ସୂର୍ଯ୍ୟ କିରଣ ଆବଶ୍ୟକ ହୋଇଥାଏ ।

Leave A Reply

Your email address will not be published.

five × 1 =