କ୍ୱିଣ୍ଟାଲ ପିଛା ମିଲେଟର ମୂଲ୍ୟ ୩୮୪୬ ଟଙ୍କାକୁ ବୃଦ୍ଧି

0

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଗଠିତ ହୋଇଛି ଓଡ଼ିଶା ମିଲେଟ ମିଶନ । ‘ମିଲେଟ ବା ମାଣ୍ଡିଆ’ର ବ୍ୟବହାରିକ ଉପଯୋଗିତା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ନିଆଯାଉଛି ଭିନ୍ନ ଭିନ୍ନ ପଦକ୍ଷେପ । ୨୫ ସୁଦ୍ଧା ସମସ୍ତ ୭ ଟି ବ୍ଲକରେ ମୋଟ ୩୮ଟି ମଣ୍ଡି ଖୋଲିବ ବୋଲି ଘୋଷଣା କରାଯାଇଥିବା ବେଳେ, କୃଷି ଓ କୃଷକଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଗଠିତ ଏହି ମିଶନ ଜରିଆରେ ମିଲେଟର ପ୍ରଚାର ଓ ପ୍ରସାର ବହୁଳ ଭାବେ କରାଯାଉଛି । ଏଥି ସହିତ ଚାଷୀଙ୍କୁ ମିଲେଟ ପ୍ରତି ଉତ୍ସାହିତ କରିବା ଲାଗି ପ୍ରତିବର୍ଷ ମିଲେଟର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଉଛି । ୨୦୧୯-୨୦ ମସିହାରେ କ୍ୱିଣ୍ଟାଲ ପିଛା ମିଲେଟର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୫୦ଟଙ୍କା ଥିବା ବେଳେ ୨୦୨୦-୨୧ରେ ୩୨୯୫,୨୦୨୧-୨୨ ରେ ୩୩୭୭, ୨୦୨୨- ୨୩ରେ ୩୫୭୮ ଓ ୨୦୨୩-୨୪ରେ ପୁଣି ବୃଦ୍ଧି ପାଇ ବର୍ତ୍ତମାନ ଏହା ୩୮୪୬ ଟଙ୍କାରେ ପହଞ୍ଚିଛି । ପ୍ରତ୍ୟେକ ଚାଷୀଙ୍କ ଠାରୁ ହେକ୍ଟର ପିଛା ୧୦ କ୍ୱିଣ୍ଟାଲ ମିଲେଟ ସଂଗ୍ରହ କରାଯିବା ସହ ୩୭ ହଜାର କ୍ୱିଣ୍ଟାଲ ମିଲେଟ ସଂଗ୍ରହ ପାଇଁ ଲକ୍ଷ୍ୟ ସ୍ଥିର ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.

13 − five =