ଡାଲି ଜାତୀୟ ଫସଲରେ ଝାଉଁଳା ରୋଗ

0

ଝାଉଁଳା ରୋଗ :
ଏହା ଏକ କବକ ଜନିତ ରୋଗ । ଏହା ହରଡ଼ ଓ ବୁଟ ଫସଲର ମୁଖ୍ୟ ରୋଗ ଅଟେ । ଏହି ରୋଗର ପ୍ରଥମ ଅବସ୍ଥାରେ ଗଛରୁ ପତ୍ର ଗୁଡ଼ିକ ହଳଦିଆ ପଡ଼ିବା ଆରମ୍ଭ କରେ ଏବଂ ଶେଷରେ ସମ୍ପୂର୍ଣ୍ଣ ଝାଉଁଳି ପଡ଼ି ମରିଯାଏ । ଆକ୍ରାନ୍ତ ଗଛର କାଣ୍ଡକୁ କାଟି ଦେଖିଲେ କାଣ୍ଡର ଭିତର ଅଂଶରେ କଳା ଗାର ଗାର ଦାଗ ଦେଖାଯାଏ ।
ପ୍ରତିକାର :

nano urea
  • ହରଡ଼ ଫସଲର ଝାଉଁଳା ରୋଗରୁ ରକ୍ଷା ପାଇବା ପାଇଁ ସୋରଗମ୍‌ ସହ ମିଶ୍ରିତ ଚାଷ କରନ୍ତୁ ।
  • ଖରାଟିଆ ଗଭୀର ଚାଷ କରନ୍ତୁ ।
  • ରୋଗ ପୋକ ନିରୋଧକ ଓ ସହନଶୀଳ ବିହନ କର୍ବାଚନ କରନ୍ତୁ ।
  • ବିହନ ବୁଣିବା ପୂର୍ବରୁ ବିହନକୁ କୀଟନାଶକ କାର୍ବେଣ୍ଡାଜିମ୍‌ କିମ୍ବା ଥିରାମ ୩ ଗ୍ରାମ ପ୍ରତି ଏକ କେ.ଜି ବିହନ ହିସାବରେ ମିଶାଇ ବିଶୋଧନ କରନ୍ତୁ । କିମ୍ବା ଜୈବ ବିଶୋଧକ ଟ୍ରାଇକୋଡ଼ର୍ମା ୪ ଗ୍ରାମ ପ୍ରତି କେ.ଜି ବିହନ ହିସାବରେ ମିଶାଇ ବିଶୋଧନ କରନ୍ତୁ ।
  • ଜମିରେ ରୋଗ ଦମନ ନିମନ୍ତେ ଏକର ପ୍ରତି ୩୦୦ ଗ୍ରାମ କାର୍ବେଣ୍ଡାଜିମ ୨୦୦ ଲିଟର ପାଣିରେ ମିଶାଇ ଗଛ ମୂଳରେ ସିଂଚନ କରନ୍ତୁ ।

Leave A Reply

Your email address will not be published.

four + 6 =