ବିଶ୍ୱ ପାକଶାଳା ବଗିଚା ଦିବସର ଶୁଭେଚ୍ଛା

0

ଆଜିକାଲି ନିଜ ବ୍ୟସ୍ତ ବହୁଳ ସମୟ ଭିତରେ ମଣିଷ ଟିକେ ବି ଖାଲି ସମୟ କାଢ଼ିବା ଅତି କଷ୍ଟକର କାର୍ଯ୍ୟ । ସମୟର ସୀମିତତା ମଧ୍ୟରେ ଏବେ ନିଜ ଘର ଚାରିପଟ ବାଡ଼ିବଗିଚାର ବି ଯତ୍ନ ନେବା ସମ୍ଭବପର ନୁହଁ । ଆଗରୁ ଏକପ୍ରକାର ସମୟ ଥିଲା ଲୋକେ ଯେତେ କାର୍ଯ୍ୟବ୍ୟସ୍ତତାରେ ରହିଲେ ବି ସକାଳୁ କିଛି ସମୟ ନିଜ ବାଡ଼ିବଗିଚା ପାଇଁ ଦେଉଥିଲେ । ସେଥିରୁ ନିଜ ଦେହ ବି ସୁସ୍ଥ ଆଉ ମନ ବି ହାଲୁକା ରୁହଥିଲା । କିନ୍ତୁ ଅଧୁନା ବାଡ଼ିବଗିଚା ଦୂର କଥା ଲୋକେ ସପିଙ୍ଗ ମଲ୍‌ରୁ ପନିପରିବା କିଣିବା ଆରମ୍ଭ କଲେଣି । ପରିବେଶବିତ୍‌ଙ୍କ ମତରେ ଆଉ କିଛି ବର୍ଷ ପରେ ନିଜ ଘର ବାଡ଼ିବଗିଚା ବୋଲି ଶବ୍ଦ ନିଶ୍ଚିହ୍ନ ହୋଇଯିବ । ତେବେ ପାକଶାଳା ବଗିଚା – ଉଦ୍ୟାନ କୃଷିର ଏକ ବାସ୍ତବ ଉପଲବ୍ôଧ । ଯେଉଁଠାରେ ଘରର ପାଖ କିଛି ସ୍ଥାନରେ ଆମେ ପନିପରିବା ଲଗାଇ ନିଜ ଘରର ଆବଶ୍ୟକତାକୁ ପୂରଣ କରିପାରିବା । ବିଭିନ୍ନ ରୁତୁରେ ପନିପରିବା ଲଗାଇବା ସହ ଏହା ପରିବେଶ ସନ୍ତୁଳନରେ ସାହାଯ୍ୟ କରିବ । ନିଜ ପରିବାର ଲୋକଙ୍କ କିଛି ସମୟରେ ଏହି ପାକଶାଳା ବଗିଚା ଖୁବ୍‌ କମ ଦିନରେ ଏକ ପ୍ରକୃଷ୍ଟ କୃଷିର ମାଧ୍ୟମ ହୋଇପାରିବ , ଏଥିରେ ସନ୍ଦେହ ନାହିଁ । ସାଧାରଣତଃ ପାକଶାଳା ବଗିଚାରେ ଦେଶୀ ଜାତୀୟ ପରିବା ଯଥା ମୂଳା , ଲଙ୍କା , ଶାଗ , ବିନ୍ସ୍‌ , ଟମାଟୋ ଆଦି ଲଗାଯାଇପାରିବ ।ପାକଶାଳା ବଗିଚା ସେମିତି କିଛି ନୂତନତାର ଅନୁଭବ ନୁହେଁ । ଲୋକେ ନିଜ ଖାଦ୍ୟ ସନ୍ତୁଳନ ଠିକ୍‌ ଭାବେ ନକରି ବଜାରରୁ ବିଭିନ୍ନ ରାସାୟାନିକ ପଦାର୍ଥ ମିଶା ପରିବା ଖାଇ ରୋଗରେ ପଡ଼ି ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଯଦି ପରିବାରର ସବୁ ସଦସ୍ୟ ଘର ପାଖରେ ସକାଳ ଓ ସନ୍ଧ୍ୟାର କିଛି ସମୟ ଦେଇ ଜୈବିକ ଉପାୟ ଅବଲମ୍ବନ କରି ପାକଶାଳା ବଗିଚାଟିଏ କରିପାରନ୍ତେ , ତାହେଲେ ଏସବୁର ସମ୍ମୁଖୀନ ହେବାକୁ ପଡ଼ନ୍ତାନି ।ପାକଶାଳା ବଗିଚାର ଉପଯୋଗିତା

• ପୁଷ୍ଟିକର ପନିପରିବା ଉତ୍ପାଦନ କରାଯାଇପାରିବ

nano urea

• ବଜାରରୁ ପନିପରିବା ବାବଦରେ କରୁଥିବା ଅପବ୍ୟୟକୁ ରୋକାଯାଇପାରିବ

• ନିଜ ଘର ରୋଷେଇଶାଳାର ବର୍ଜ୍ୟବସ୍ତୁକୁ ଜୈବିକ ଖତ ଭାବେ ବ୍ୟବହାର କରାଯାଇପାରିବ

• ନିଜ ଘର ପାଖର ଖାଲି ସ୍ଥାନର ଉପଯୁକ୍ତ ସଦୁପଯୋଗ କରିହେବ

Leave A Reply

Your email address will not be published.

three × five =