ଏବେ ସବୁଠି ଜୈବିକ ଚାଷ ପାଇଁ ନୂଆ ଆଲୋଡନ ।ଜୈବିକ ଚାଷ କୁ ଅଧିକ ଲୋକପ୍ରିୟ କରିବାରେ ସରକାର ଅନେକ କାର୍ଯ୍ୟକ୍ରମ କରୁଛନ୍ତି। ଏହାରି ଭିତରେ ଦେଶୀ ବିହନ ଏହି ଚାଷର ଏକ ମୁଖ୍ୟ ଉପାଦାନ। କୋରାପୁଟର ଲୋକଙ୍କ ପାଇଁ ମାଣ୍ଡିଆ ହେଉଛି ଖାଦ୍ୟର ଏକ ଅତ୍ୟାବଶ୍ୟକ ଶସ୍ୟ। ଅବିଶ୍ୱସନୀୟ ପୁଷ୍ଟିକର ମୂଲ୍ୟ ପାଇଁ ମାଣ୍ଡିଆ ବେଶ ଜଣାଶୁଣା। ଜନଜାତିଙ୍କ ପୁଷ୍ଟିକର ଆବଶ୍ୟକତା ପୂରଣ କରିବା ଦୃଷ୍ଟିରୁ କୋରାପୁଟର ଜନଜାତିଙ୍କ ପାଇଁ ବିଶେଷ ଭାବରେ ଲାଭଦାୟକ ହୋଇଛି ମାଣ୍ଡିଆ। ରାଜ୍ୟରେ ଅନେକ କିସମର ଦେଶୀ ମାଣ୍ଡିଆ ବିହନ ସଂରକ୍ଷଣ କରି, ମାଣ୍ଡିଆ ଚାଷୀଙ୍କୁ ଯୋଗାଇ ଦିଆଯାଉଥିଲା। କିନ୍ତୁ ଏବେ ହାଇବ୍ରିଡ ବିହନ ଏହାର ସ୍ଥାନ ନେବାକୁ ବସିଛି। ଯେଉଁ ଦେଶୀ ବିହନ କୋରାପୁଟ ଜିଲ୍ଲା ରେ ନୂଆ ପରିଚୟ ସୃଷ୍ଟି କରିଥିଲା , ଆଉ ତାହା ବଳବତ୍ତର ରହିବ ତ ? ଏହା ଏବେ ସାଧାରଣ ରେ ଚର୍ଚ୍ଚା ପାଲଟିଛି।
କୋରାପୁଟ ଜିଲ୍ଲାରେ ୧୪ ରୁ ଅଧିକ ଦେଶୀ କିସମର ମାଣ୍ଡିଆ ରହିଛି। ପ୍ରତ୍ୟେକଟିର ଅନନ୍ୟ ସ୍ଥାନୀୟ ନାମ ରହିଛି। ବିଭିନ୍ନ ଦେଶୀ କିସମର ମାଣ୍ଡିଆ ସଂରକ୍ଷଣ ପାଇଁ ରାଇମତି ଘିଉରିଆଙ୍କୁ ମିଲେଟ୍ ରାଣୀ ସହ ଓୟୁଏଟି ପକ୍ଷରୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। କିନ୍ତୁ ସରକାର ବର୍ତ୍ତମାନ ବିଦେଶୀ ବିହନକୁ ଅଧିକ ଗୁରୁତ୍ଵ ଦେଉଥିବାରୁ କୋରାପୁଟର ଦେଶୀ ମାଣ୍ଡିଆ ବିହନ ଲୋପ ପାଇବା ନେଇ ଆଶା କରାଯାଉଛି। ଦେଶୀ ବିହନଗୁଡ଼ିକ ଜଳବାୟୁ ଉପଯୋଗୀ ହୋଇଥିବାରୁ ଚାଷୀମାନେ ଭଲ ଉତ୍ପାଦନ ପାଇ ପାରୁଥିଲେ, ନୂତନ ବିହନ ଦ୍ଵାରା ସେମାନେ ଉପଯୁକ୍ତ ଲାଭବାନ ହୋଇପାରିବେ ନାହିଁ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ