ଦେଶରେ ଗହମ ମହଜୁଦ ପରିମାଣ ୧୬୩ ଲକ୍ଷ ଟନ୍ କୁ ହ୍ରାସ

0

ଦେଶରେ ଡାଲି, ଚାଉଳ, ତେଲଠାରୁ ଅଟା ପର୍ଯ୍ୟନ୍ତ ସବୁ ସାମଗ୍ରୀର ବଜାର ମୂଲ୍ୟ ଏବେ ବଢ଼ିବାରେ ଲାଗିଛି । ଅଟା କିଲୋ ପିଛା ୪୪ ଟଙ୍କା ଛୁଇଁଲାଣି । ଏଭଳି ସମୟରେ ଦେଶର ସରକାରୀ ଗୋଦାମ ଘରଗୁଡିକରେ ଗହମ ଷ୍ଟକ୍ ବା ମହଜୁଦ ପରିମାଣର ବୃଦ୍ଧିରେ ହ୍ରାସ ଦେଖୁବାକୁ ମିଳିଛି । ଗହମ ମହଜୁଦ ପରିମାଣ ୭ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି । ତଥ୍ୟ ଅନୁଯାୟୀ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଓ ରାଜ୍ୟ ଏଜେନ୍ସିଗୁଡିକ ନିକଟରେ ଜାନୁୟାରୀ ପହିଲା ସୁଦ୍ଧା ମୋଟ ୧୬୩.୫ ଲକ୍ଷ ଟନ୍‌ ଗହମ ମହଜୁଦ ଥିଲା, ଯାହା ଗତ ୭ ବର୍ଷର ସର୍ବନିମ୍ନ ସ୍ତର ବୋଲି କୁହାଯାଉଛି I କାରଣ ଗୋଦାମ ଘରେ ଗହମ ମହଜୁଦ ପରିମାଣ ୨୦୨୨ର ୩୩୦ ଲକ୍ଷ ଟନ୍‌ ତୁଳନାରେ ୧୬୩ ଲକ୍ଷ ଟନ୍‌କୁ ହ୍ରାସ ଘଟିଛି । ଯାହାଫଳରେ ସରକାରୀ ଗୋଦାମ ଘରେ ମହଜୁଦ ଥ‌ିବା ଗହମ ପରିମାଣ ଅଧା ହୋଇଯାଇଛି । କ୍ରମାଗତ ଭାବେ ଦୁଇ ବର୍ଷ ହେବ ଦେଶରେ ଗହମ ଉତ୍ପାଦନ କମୁଥିବାରୁ , ଆଗକୁ ଗହମ ଅଭାବଜନିତ ପରିସ୍ଥିତି ଦେଖାଦେବାର ସମ୍ଭାବ୍ୟ ସୃଷ୍ଟି ହେଉଛି । ଏହାହେଲେ ବଜାରରେ ଅଟା ଦର ମଧ୍ୟ ବଢ଼ିଯାଇପାରେ । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି ।

nano urea

ଦୀର୍ଘ ଦେଢ଼ ବର୍ଷ ହେବ କଣ୍ଟ୍ରୋଲ ଦୋକାନରେ ଗହମ ମିଳୁନାହିଁ । ଏ ପରିସ୍ତିତିରେ ଯଦି ଅଟା ଦର ବଢ଼ିବ ତେବେ ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ପାଇଁ ରୁଟି ଥାଳି ମହଙ୍ଗା ହୋଇଯିବ । ଭାରତ ସରକାରଙ୍କ ରପ୍ତାନୀ କଟକଣା ସତ୍ତ୍ୱେ ଗହମ ମୂଲ୍ୟ ୨୦ ପ୍ରତିଶତରୁ ଅଧିକ ବଢିଛି । ବିଶ୍ବର ଦ୍ଵିତୀୟ ବୃହତ୍ ଗହମ ଉତ୍ପାଦନକାରୀ ଭାବେ ଗତ ବର୍ଷଠାରୁ ରପ୍ତାନୀ ବନ୍ଦ କରିଦେଇଛି । କାରଣ ଏନ୍‌ନିନୋ ପ୍ରଭାବରେ ଜଳବାୟୁ ଉତ୍ତପ୍ତ ରହିବା ଯୋଗୁ ଗହମ ଉତ୍ପାଦନ ହ୍ରାସ ହୋଇଥିଲା । ଏ ପରିସ୍ଥିତିରେ ଯୁକ୍ରେନ ଉପରେ ରଷିଆର ଆକ୍ରମଣ ବିଶ୍ଵରେ ଗହମ ଦର ବୃଦ୍ଧିର କାରଣ ପାଲଟିଥିଲା । ତେବେ ୨୦୨୩ରେ ଆମେରିକୀୟ ଗହମ ଦର ୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଥିଲା । ୨୦୧୭ ରେ ସାରା ଦେଶର ସରକାରୀ ଗୋଦାମ ଘରଗୁଡିକରେ ୧୩୭.୫ଲକ୍ଷଟନ ଗହମ ମହଜୁଦ ଥିବା ରେକର୍ଡ ହୋଇଥିଲା । ତେବେ ୨୦୨୧ରେ ସବୁଠାରୁ ଅଧ‌ିକ ଗହମ ମହଜୁଦ ଥିଲା । ସେତେବେଳେ ଗୋଦାମ ଘରେ ଗହମର ମୋଟ ଷ୍ଟକ ପରିମାଣ ୩୪୨ ୯୦ ଲକ୍ଷ ଟନ୍ ଥିଲା । ତେବେ ୨୦୨୨ରେ ଏଥିରେ ହ୍ରାସ ହୋଇ ୩୩୦.୧୨ ଲକ୍ଷ ଟନ୍ ଓ ୨୦୨୩ରେ ୧୭୧.୩୧ ଲକ୍ଷ ଟନ୍‌କୁ ଖସିଆସିଥିଲା । ଉଭୟ ଚାଉଳ ଓ ଗହମ ମହଜୁଦ ପରିମାଣକୁ ମିଶାଇଲେ ଏହା ମୋଟ ୬୮୦ ଲକ୍ଷ ଟନ୍ ହେବ । ବର୍ତ୍ତମାନ ଗହମ ଷ୍ଟକ୍ ସେତେବେଳେ ହ୍ରାସ ହୋଇଛି, ଯେତେବେଳେ ସେପ୍ଟେମ୍ବର ୨୦୨୨ରୁ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ କ୍ରମାଗତ ଭାବେ ୧୫ ମାସ ପର୍ଯ୍ୟନ୍ତ ମୁଦ୍ରାସ୍ପିତି ଦୁଇ ଅଙ୍କରେ ରହିଥିଲା କ୍ରମାଗତ ଭାବେ ଦୁଇ ବର୍ଷ ହେବ ଗହମ ଉତ୍ପାଦନରେ ହ୍ରାସ ଏହାର ମୁଖ୍ୟ କାରଣ ।

Leave A Reply

Your email address will not be published.

3 + one =