କେନ୍ଦ୍ରର ବଡ଼ ନିଷ୍ପତ୍ତି – ଓଡ଼ିଶାରୁ ସଂଗ୍ରହ ହେବ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ

0

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରାଳୟ ଏନେଇ ମଞ୍ଜୁରୀ ଦେଇଛି ଯେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବ କେନ୍ଦ୍ର । ଏପରି କରିବା ଦ୍ୱାରା ଓଡ଼ିଶାର ଲକ୍ଷାଧିକ ଚାଷୀ ଉପକୃତ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଓଡ଼ିଶାରେ ଭଲ ଅମଳ ହୋଇଥିବାରୁ ରାଜ୍ୟରୁ ମୋଟ୍ ୭୯ ମେଟ୍ରିକ୍ ଟନ୍ ଖରିଫ ଚାଉଳ ସଂଗ୍ରହ କରାଯିବା ନେଇ ଆକଳନ କରାଯାଇଛି । ପ୍ରାରମ୍ଭିକ ଆବଂଟନରେ କେନ୍ଦ୍ର ସରକାର ୨୦୨୩-୨୪ ଖରିଫ ବିପଣନ ଋତୁରେ ୪୪ ଲକ୍ଷ ୨୮ ହଜାର ମେଟ୍ରିକ୍ ଟନ୍ ଚାଉଳ କିଣିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କେନ୍ଦ୍ରରେ ଏହି ତ୍ୱରିତ ପଦକ୍ଷେପ ନେଇଥିବାରୁ, ଧର୍ମେନ୍ଦ୍ର ପ୍ରଧାନ ଉଭୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

nano urea

Leave A Reply

Your email address will not be published.

one × one =