ବନମହୋତ୍ସବ –ସବୁଜିମାମୟ ପରିବେଶ ଗଠନର ଅନୁଚିନ୍ତା

0

ମାନବ ସମାଜ ଏବେ କ୍ଷଣିକ ସମୟରେ ସୃଷ୍ଟି କରିପାରୁଛି ପ୍ରଦୂଷଣର ବିଷମଂଜି । ଯେଉଁ ପରିବେଶ ଦିନେ ଶସ୍ୟଶ୍ୟାମଳା ଥିଲା ଆଜି ସେଠି କାରଖାନାର ମଂଚ । କେଉଁଠି ଚିନି କାରଖାନା ତ କେଉଁଠି ବଡ଼ ବଡ଼ ମିଲ୍‌ । ବିକାଶଶୀଳ ଦେଶ ମାନଙ୍କରେ ତ ଏମାନଙ୍କ ସଂଖ୍ୟା ଖୁବ ଅଧିକ। ଦୃତ ଶିଳ୍ପାୟନର ପ୍ରଭାବ ଯୋଗୁଁ ବାୟୁରେ ଅମ୍ଳଜାନର ପରିମାଣ କମିବାରେ ଲାଗିଛି । ଏହି କାରଖାନାରୁ ବାହାରୁଥିବା ବିଷରପୀ ଅଙ୍ଗାରକାମ୍ଳ ନିଜ କଳେବର ବଢେ଼ଇବାରେ ଲାଗିଛି । କାରଖାନାର ଦୁଷିତ ଜଳ ନଦୀରେ ପ୍ରବାହିତ ହେଉଛି । ଜଳାଶୟକୁ କରୁଛି ପ୍ରଦୂଷଣ । ବିଭିନ୍ନ ପ୍ରଦୂଷଣ ସାମଗ୍ରୀରେ ଭର୍ତ୍ତି ହୋଇଯାଉଛି ନଦୀ । ଏହା ଦ୍ୱାରା ଜଳର ଅମ୍ଳଜାନ ପରିମାଣ ମଧ୍ୟ କମୁଛି । କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ମଣିଷ ବ୍ୟବହାର କରୁଛି ବିଭିନ୍ନ ରାସାୟନିକ ବିଷ । ଏହା ଯୋଗୁଁ ବାୟୁମଣ୍ଡଳ ନଷ୍ଟ ହେବା ସହ ରାସାୟନିକ ସାରର ପ୍ରୟୋଗରେ ମୃତ୍ତିକାର ଉର୍ବରତା ବି ନଷ୍ଟ ହେଉଛି । ବିବେକହୀନ ମଣିଷ ପାଇଁ ଆଜି ଧ୍ୱଂସ ହେଉଛି ପୃଥିବୀ । ପରିବେଶର ମାନର ହ୍ରାସ ଘଟୁଛି । ବିଭିନ୍ନ ପୂଜାପର୍ବରେ ଡ଼ାକବାଜି ଯନ୍ତ୍ରର ଚାହିଦା ଯୋଗୁଁ ଅନେକ ଶବ୍ଦ ପ୍ରଦୂଷଣ ବି ହେଉଛି । ସୁତାରଂ ବର୍ତ୍ତମାନ ସମୟରେ ପରିବେଶରେ ବୃଦ୍ଧି ପାଇଛି ପ୍ରଦୂଷଣର ଚିତ୍ର ।

nano urea

ଏବେ ବନ୍ୟପ୍ରାଣୀ ମାନେ ନିଜ ବାସସ୍ଥଳୀ ହରାଇବା ସହିତ ବାସହରା ହୋଇଯାଇଛନ୍ତି । ଏହାର ପ୍ରମୁଖ କାରଣ ଭିତରେ ମୁଖ୍ୟତଃ ଲୋକମାନେ ନିଜର ଆବଶ୍ୟକତାକୁ ଚରିତାର୍ଥ କରିବା ନିମନ୍ତେ କଳକାରଖାନା ଓ ଜନବସତି ସ୍ଥାପନ କରୁଛନ୍ତି । ଏଥିସହ କୃଷିକାର୍ଯ୍ୟ ସମ୍ପାଦନ ସହିତ ଜଙ୍ଗଲ କାଟିବା ଫଳରେ ବନ୍ୟପ୍ରାଣୀମାନେ ବାସହରା ହୋଇଯାଛନ୍ତି । ବନ୍ୟପ୍ରାଣୀ ମାନେ ଏହି ଲୋଭପିପାସୁ ମଣିଷ ମାନଙ୍କ ପାଇଁ ବିଲୁପ୍ତ ହେବାରେ ଲାଗିଛନ୍ତି । ତୃତୀୟତଃ ପରିବେଶ ସନ୍ତୁଳନ ଆଜି ନଷ୍ଟ ପ୍ରାୟ । ନା ଅଛି ପଶୁପକ୍ଷୀ ମାନଙ୍କ ପାଇଁ ବାସସ୍ଥାନ, ନା ଅଛି ଜୈବ ସନ୍ତୁଳନ ସହରୀକରଣ ଏହାର ପ୍ରମୁଖ କାରଣ । ଚତୁର୍ଥରେ ମଣିଷ ଆଜି ନିଜର ସ୍ୱାର୍ଥ ଏବଂ ଆଶାକୁ ନୂତନ ରୂପ ଦେବାକୁ ଯାଇ ବନ୍ୟପ୍ରାଣୀଙ୍କ ବାସସ୍ଥାନକୁ କ୍ଷୟକରି ସେଠାରେ ଚାଷବାସ ଆରମ୍ଭ କରିଦେଲେଣି ।
ଏକ ସର୍ଭେରୁ ଜଣାଯାଇଛି ଭାରତ ବିଶ୍ୱରେ ଥିବା ୧୭ଟି ପ୍ରମୁଖ ଜୈବବିବିଧ ରାଷ୍ଟ୍ର ମଧ୍ୟରେ ଅନ୍ୟତମ । ଏଥିସହ ଏହି ୧୭ଟି ରାଷ୍ଟ୍ର ୭୦-୮୦ ଶତକଡା ବନ୍ୟପ୍ରାଣୀଙ୍କୁ ବାସସ୍ଥାନ ଯୋଗାଇଥାନ୍ତି । ଭାରତରେ ମୁଖ୍ୟତଃ ୭.୯ % ସ୍ତନ୍ୟପାୟୀ ପ୍ରାଣୀ, ୧୨.୯ % ପକ୍ଷୀ, ୯.୨% ସରୀସୃପ ଜାତୀୟ ପ୍ରାଣୀ ବାସକରନ୍ତି । ଭାରତରେ ଥିବା ବନ୍ୟପ୍ରାଣୀ ସମ୍ପଦ ମଧ୍ୟରୁ ୧୦.୯% ସ୍ତନ୍ୟପାୟୀ ପ୍ରାଣୀ ଓ ୪.୫% ପକ୍ଷୀ ସମ୍ପଦ ଏବେ ବିଲୁପ୍ତପ୍ରାୟ । ଏବେ ସୁଦ୍ଧା ୧୭୨ ପ୍ରଜାତିକୁ ‘ରେଡ ଲିଷ୍ଟ’ ଅନ୍ତର୍ଭୁକ୍ତ କରାଯାଇଛି । ଏଥିମଧ୍ୟରୁ ଏସିଆଟିକ ହାତୀ, ଏସିଆଟିକ ସିଂହ, ଭାରତୀୟ ଗଣ୍ଡା ମଗର ପ୍ରଭୁତି ଏହି ଲିଷ୍ଟ / ତାଲିକାରେ ଅଛନ୍ତି । ତେବେ ଏହି ପ୍ରମୁଖ ସମ୍ପଦର ସୁରକ୍ଷା ପାଇଁ ଅଭୟାରଣ୍ୟ, ପ୍ରାଣୀ ଉଦ୍ୟାନ କରିବା ସହ ମଧ୍ୟ ଏହାର କୌଣସି ପ୍ରଭାବ ଦେଖାଯାଉନାହିଁ ।

ଜୁଲାଇ୧ରୁ ଜୁଲାଇ ୭ ପର୍ଯ୍ୟନ୍ତ ସବୁଠି ବନମହୋତ୍ସବ ସପ୍ତାହ ପାଳନ କରାଯାଉଛି । ଲୋକମାନଙ୍‌କ ଭୀତରେ ଜଙ୍ଗଲ ସୃଷ୍ଟିର ସଚେତନତା , ସମାଜିକ ଜୀବନରେ ଗଛର ଭୂମିକା ସମ୍ପର୍କରେ ଆଲୋକପାତ କରିବା ଏ ସପ୍ତାହର ଲକ୍ଷ୍ୟ । ଆମ ପରିବେଶର ରୂପରେଖକୁ ପୁଣିଥରେ ପୂର୍ବ ପରି ଫେରାଇ ଆଣିବା। ଏବେ ବନମହୋତ୍ସବର ଉତ୍ସବରେ ପୁଣି ଥରେ ସବୁଜିମାମୟ ପରିବେଶ ଗଠନରେ ଭାଗିଦାରୀ ହେବା ସହ ଆସନ୍ତୁ ଏକ ସ୍ୱଚ୍ଛ ଓ ସବୁଜ ପୃଥିବୀ ଗଠନରେ ସାହାଯ୍ୟ କରିବା ।

Leave A Reply

Your email address will not be published.

three × 4 =