ଜାଣନ୍ତୁ ଶ୍ରୀ ପଦ୍ଧତିରେ ଧାନ ଚାଷ ପ୍ରଣାଳୀ

0

ଶ୍ରୀ ପଦ୍ଧତି ଏକ ଉନ୍ନତ ଚାଷ ପ୍ରଣାଳୀ ଅଟେ । ବିଭିନ୍ନ ଉପାଦାନ ଯଥା ମୃତ୍ତିକା, ଜଳସେଚନ, ସାର ଏବଂ ଧାନର କିସମରେ ଉପଯୁକ୍ତ ପରିଚାଳନା କରାଯାଇ କମ୍‌ ଖର୍ଚ୍ଚରେ ଅଧିକ ଅମଳ କରାଯାଇପାରିବ । ଶ୍ରୀ ଧାନ ସାଧାରଣ ଧାନ ଅପେକ୍ଷା ୫୦-୮୦ ପ୍ରତିଶତ ପର୍ଯ୍ୟନ୍ତ ଜଳ ସଂରକ୍ଷଣ କରିଥାଏ । ସାଧାରଣତଃ ଏହା ଅଧିକ ପାରିଶ୍ରମିକ ଏବଂ ଉପଯୁକ୍ତ ଯତ୍ନ ଆବଶ୍ୟକ କରିଥାଏ ।
ସାଧାରଣ ଧାନ ଅପେକ୍ଷା ଶ୍ରୀ ପଦ୍ଧତି ଧାନର ଉପକାରିତା
 ପ୍ରଥମତଃ ଏହା କମ୍‌ ବିହନ ଏବଂ କମ ଜଳ ଆବଶ୍ୟକ କରେ ।
 ତଳିଘେରାର ଆକାର କମ ହେବା ସହ ଅଳ୍ପ ଦିନ ବ୍ୟବଧାନରେ ତଳି ଅମଳ କରାଯାଇଥାଏ ।
 ଗଛପ୍ରତି ୩୦ରୁ ଅଧିକ କେଣ୍ଡା ବାହାରିଥାଏ ଯାହାକି ସାଧାରଣ ଧାନ ଅପେକ୍ଷା ବହୁତ ଅଧିକ ହୋଇଥାଏ ।
 ଏହି ପଦ୍ଧତିରେ ରୋଗ ପୋକ ସଂକ୍ରମଣର ଆଶଙ୍କା କମ ହୋଇଥାଏ ।
 ଜୈବିକ ଖତ ସାର ପ୍ରୟୋଗ ହେତୁ ରସାୟନିକ ସାର ମଧ୍ୟ କମ ପରିମାଣରେ ଆବଶ୍ୟକ ହୋଇଥାଏ ।
 ଜମିରେ ପାଣି ନ ଜମିବା ହେତୁ ଗଛ ସଢ଼ିବାର ଭୟ ନ ଥାଏ ।
 ଶ୍ରୀ ପଦ୍ଧତିରେ ସାଧାରଣ ଧାନ ଅପେକ୍ଷା ଅଧିକ ଲାଭ ବାହାରିଥାଏ ।

Leave A Reply

Your email address will not be published.

8 + 1 =