ସଶକ୍ତ ମହିଳାଙ୍କ ସମୃଦ୍ଧ ପରିକଳ୍ପନା – ମା ମିଲେଟ କାଫେ

0

ଏ ମାଟି ମିଶନର ମାଟି । ଆଉ ଆଜି ଏ ମାଟିରେ ମିଶନ୍‌ ଶକ୍ତି ଠୁ ଆରମ୍ଭ କରି ମିଲେଟ ଯାଏଁ ସବୁ ଏକ ବୃହତ୍ତର ମିଶନରେ ପରିଗଣିତ ହୋଇଛନ୍ତି । ଆପଣ ଅଶୀ ନବେ ଦଶକ କୁ ଯଦି ଫେରିଯିବେ ଲକ୍ଷ୍ୟ କରିପାରିବେ , ସେତେବେଳେ ମା’ ମାନଙ୍କର ଭୂମିକା ଉଦ୍ୟୋଗ କ୍ଷେତ୍ରରେ ଏତେଟା ନଥିଲା । କିନ୍ତୁ ଏବେ ଆପଣ ଓଡ଼ିଶାର ରୂପାନ୍ତରଣକୁ ଲକ୍ଷ୍ୟ କରନ୍ତୁ । ଆଜି ମା’ ମାନେ ଉଦଯୋଗୀ । ସାଧାରଣ ମହିଳାଟିଏ ସ୍ୱାବଲମ୍ବୀ ହୋଇଛି । ଆତ୍ମନିର୍ଭରଶୀଳତାର ମନ୍ତ୍ର ଫୁଙ୍କି ମହିଳାମାନେ ଆଜି ଘରର ଚାରିକାନ୍ଥ ଭିତରେ ଦିନ ନ କାଟି ସମାଜର ମୁଖ୍ୟ ତ୍ସୋତରେ ସାମିଲ ହୋଇ ସଶକ୍ତ ହେଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ପରିକଳ୍ପନାର ସଫଳ ରୂପାୟନ ମିଶନ୍‌ ଶକ୍ତି । ଆଜି ମା’ ମାନେ କେବଳ ପଲ୍ଲୀ ଠାରୁ ଦିଲ୍ଲୀ ନୁହେଁ ବରଂ ଦେଶ ବିଦେଶରେ ଯାତ୍ରା କରି ନିଜ ଉଦ୍ୟୋଗର କଥା ପହଁଚାଇଛନ୍ତି । ଆଉ ଆମ ମା’ ମାନଙ୍କୁ ଆଜି ଶକ୍ତି ଯୋଗାଉଛି ମିଶନ୍‌ ଶକ୍ତି । ଯେଉଁଠାରେ ମା’ ମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆଜି ମିଶନଶକ୍ତି ମାଧ୍ୟମରେ ମା’ ମାନେ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ରାଜ୍ୟସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଆଜି ସଫଳତାର ମହକ ବୁଣୁଛି । ମିଶନ୍‌ ଶକ୍ତି ମା’ ମାନେ ଏବେ ମିଲେଟ ଶକ୍ତି କାଫେ ରେ ନିଜର ପାରଦର୍ଶିତା ଦେଖାଇଲେଣି । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟପେୟ ଏବେ ଏହି କାଫେରେ ଉପଲବ୍ଧ । ଏଥିରେ ମା’ ମାନଙ୍କର ହିଁ ଭୂମିକା ଅଧିକ । ଓଡ଼ିଶାରେ ମିଲେଟ ମିଶନ ଏବେ ଏକ ବିପ୍ଲବରେ ରୂପାନ୍ତରିତ ହୋଇଛି ।

nano urea

ଏ ପରିପ୍ରେକ୍ଷୀରେ ଭୁବନେଶ୍ୱର ଉପକଣ୍ଠରେ ଭଢ଼ି ଉଠିଥିବା ତ୍ରିଶକ୍ତି ମହିଳା ଫେଡେ଼ରସନ ସାରା ରାଜ୍ୟରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ୭୦୦ରୁ ଅଧିକ ମହିଳା ଏହି ପରିଷଦରେ ଯୋଡ଼ି ହୋଇ ଅଛନ୍ତି । ପ୍ରାୟ ୭ ରୁ ୮ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମିଲେଟ ମିଶନ୍‌ ସହ ସଂପୃକ୍ତ ହୋଇ କାମ କରିବା ସହ ଓଡ଼ିଶାରେ ମିଲେଟ ମିଶନର ପ୍ରସାର ଦିଗରେ ଚେଷ୍ଟା କରୁଛନ୍ତି । ଏହି ପରିଷଦର ସଦସ୍ୟା ଶ୍ରୀମତୀ ଦେବଯାନୀ ଦାସଙ୍କ କହିବା ମୁତାବକ ଜଣେ ଗୃହିଣୀରୁ ଆଜି ସେ ଏହି ମିଶନ୍‌ ଶକ୍ତି ଓ ମିଲେଟ ମିଶନର ସହଯୋଗରେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ୨୦୧୮ରେ ମିଲେଟ ମିଶନ ଦ୍ୱାରା କରାଯାଇଥିବା ପ୍ରଶିକ୍ଷଣ ଶିବିରରେ ୨୦ଜଣ ସଦସ୍ୟା ଅଂଶଗ୍ରହଣ କରି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଉପକାରରଣର ପ୍ରସ୍ତୁତି ବିଷୟରେ ଶିକ୍ଷା ନେଇଥିଲେ । ମାଣ୍ଡିଆର ପ୍ରସାର ଦିଗରେ ନୂଆ ନୂଆ କଥା ଶିଖିବାକୁ ଲାଗିଲେ । ପ୍ରଶିକ୍ଷଣରୁ ନେଇଥିବା ଜ୍ଞାନକୁ ସାଥ କରି ସେ ନିଜ ଘରେ ଏହାକୁ ପରଷିବା ଆରମ୍ଭ କରିଥିଲେ । କେବଳ ପ୍ରଶିକ୍ଷଣର ସୀମିତ ନ ରହି ଏହାକୁ କିପରି ସାଧାରଣ ଲୋକମାନଙ୍କ ପାଖରେ ପହଁଚାଯାଇପାରିବ , ସେ ଦିଗରେ ଏକ ମିଶନ୍‌ ଆରମ୍ଭ କରିଥିଲେ । ହକି ବିଶ୍ୱକପ୍‌ ସମୟରେ କଳିଙ୍ଗ ଷ୍ଟାଡ଼ିୟମରେ ଷ୍ଟଲ ଆରମ୍ଭ କରି ଲୋକଙ୍କ ମନ ଜିଣିଥିଲେ । ଏହା ପରେ ପରେ ଆଉ ନ ଥକି ସେମାନେ ନିଜର ସଂସ୍ଥା ମାଧ୍ୟମରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଉପକରଣ ପ୍ରସ୍ତୁତ କରି ଅନ୍ୟ ରାଜ୍ୟ ମାନଙ୍କୁ ମଧ୍ୟ ଯୋଗାଉଛନ୍ତି । ଇତି ମଧ୍ୟରେ ଏକାମ୍ର ହାଟରେ ସେମାନଙ୍କର ନୂଆ ଆଉଟଲେଟ ଉଦଘାଟନ ହୋଇଛି । ଏହି ଉଦଘାଟନ ଉତ୍ସବରେ ମାନ୍ୟବର ବିଜ୍ଞାନ,ପ୍ରଯୁକ୍ତବିଦ୍ୟା,ସାମାଜିକ ନିରାପତ୍ତା ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା , ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ , ବରିଷ୍ଠ ବିଜେଡ଼ି ମହିଳା ନେତ୍ରୀ ଶ୍ରୀମତୀ ଶ୍ରୀମୟୀ ମିଶ୍ର ତଥା ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ତ୍ରିଶକ୍ତ ଫେଡେ଼ରେସନର ରାଧାରାଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳତ ଏହି ଆଉଟଲେଟରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଲୋକମାନେ ଉପଭୋଗ କାରିପାରିବେ । ମା ମିଲେଟ କାଫେ ଏବେ ସାଧାରଣ ଲୋକଙ୍କ ଭିତରେ ମାଣ୍ଡିଆର ଗୁଣବତ୍ତାକୁ ଅଧିକରୁ ଅଧିକ ପ୍ରସାର କରିବ ବୋଲି ଏହାର ମୁଖ୍ୟ ସଂଯୁକ୍ତା ଭୂତିଆ ମତ ପ୍ରକାଶ କରିଛନ୍ତି ।

ପ୍ରସ୍ତୁତି- ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଫିଚର ବିଭାଗ

Leave A Reply

Your email address will not be published.

twenty + fourteen =