ମାଣ୍ଡିଆର ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାରଙ୍କ ଅନନ୍ୟ ପ୍ରୟାସ।

0

ସାଧାରଣ ଲୋକଙ୍କ ନିକଟରେ ମାଣ୍ଡିଆ କୁ ଆଦୃତ କରିବା ଲକ୍ଷ୍ୟ ରଖିଛନ୍ତି ଓଡ଼ିଶା ସରକାର। ଓଡ଼ିଶା ମିଲେଟ୍ ମିଶନ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି। ‌ ୨୦୧୭ ମସିହାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ମିଲେଟ୍ ମିଶନ ଜାତି ସଂଘ ଦ୍ୱାରା ୨୦୨୩ କୁ ମିଲେଟ୍ ବର୍ଷ ଭାବରେ ଘୋଷଣା କରାଯାଇଅଛି। ନଭେମ୍ବର ୧୦ ତାରିଖ କୁ ମାଣ୍ଡିଆ ଦିବସ/Millete day ରୂପରେ ପାଳନ କରାଯାଉଛି ।

ମାଣ୍ଡିଆ ସାଧାରଣ ଲୋକଙ୍କ ପାଖରେ ପରିଚିତ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଏହି ହିତକର ଶସ୍ୟ ର ପ୍ରଚାର ଓ ବ୍ୟବହାର ପାଇଁ ଏହି ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ଏବେ ରାଜ୍ୟ ରେ ୧୯ଟି ଜିଲ୍ଲା ରେ ମିଲ୍ଲେଟ ମିଶନ କାର୍ଯ୍ୟକାରୀ ହେଉଛି। ମାଣ୍ଡିଆ ଉତ୍ପାଦନ ଓ ଏହାର ପ୍ରଚାର, ପ୍ରସାର କୁ ଗୁରୁତ୍ଵ ଦେବା ଉଦେଶ୍ୟ ରେ ମାଣ୍ଡିଆ ଦିବସ ପାଳନ କରୁଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ଏହି ମଡେଲ କୁ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ରେ ମିଲଟେ ମିଶନ ଦ୍ବାରା ମିଲ୍ଲେଟ୍ସ ର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ରେ ସହାୟକ ହେଉଛି ଏତତ୍ ବ୍ୟତିତ ୫ ଲକ୍ଷ ରୁ ଅଧିକ ମିଲ୍ଲେଟ୍ ଚାଷୀଙ୍କ ଜୀବନ କୁ ମଧ୍ୟ୍ୟ ପରିବର୍ତ୍ତନ କରୁଛି।

nano urea

ଚାଷୀ ଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ହେକ୍ଟର ପିଛା ଫସଲ ପ୍ରଦର୍ଶନ ପାଇଁ, ଫସଲ ପ୍ରଦର୍ଶନ କ୍ଷେତ୍ରର ସହାୟକ ମୂଲ୍ୟ 3 ବର୍ଷ ପାଇଁ ୧୪୫୦୦ଟଙ୍କା ରୁ ବୃଦ୍ଧି କରି ୫ବର୍ଷ ପାଇଁ ୨୬୫୦୦ ଟଙ୍କା କୁ ବୃଦ୍ଧି କରାଯାଇଛି। ମାଣ୍ଡିଆ ରେ ପ୍ରଚୁର ପରିମାଣ ରେ ଫାଇବର ରହିଛି । ଏହା ସାଧାରଣତଃ ହୃଦ୍ ରୋଗ, ଷ୍ଟ୍ରୋକ, ମଧୁମେହ ଓ ଉଚ୍ଚ ରକ୍ତ ଚାପ କୁ ହ୍ରାସ କରିଥାଏ ।ମାଣ୍ଡିଆ ଶିଶୁ ତଥା କିଶୋର ଙ୍କ ବିକାଶ ରେ ସହାୟକ ହୋଇଥାଏ । ଅପପୃଷ୍ଟି କୁ ରୋକିବା ପାଇଁ ମାଣ୍ଡିଆ କୁ ସର୍ବୋତ୍ତମ ଔଷଧ କହିପାରିବା। ମାଣ୍ଡିଆ ରେ ଲଡ଼ୁ, ପୁରୀ, ଇଡ୍ଡଲି, ଦୋଷା ଆଦି ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଉଅଛି। ମାଣ୍ଡିଆ ର ଉପକାରିତା ଓ ଉତ୍ପାଦନ କୁ ଆଖି ଆଗରେ ରଖି ମାଣ୍ଡିଆ ଦିବସ ପାଳନ କରିବା ସହ ମିଲେଟ ମିଶନ କୁ ବି ଗୁରୁତ୍ଵ ଦେଉଛନ୍ତି। ଆଜିର ଯୁବ ପିଢ଼ି ହିସାବରେ ସରକାରଙ୍କ ଏହି ମିଲେଟ ମିଶନ କୁ ସହଯୋଗ କରିବା ଉଚିତ୍ ଏବଂ ମାଣ୍ଡିଆ ଉତ୍ପାଦନ ଓ ମାଣ୍ଡିଆ ଚାଷୀଙ୍କୁ ପ୍ରୋତ୍ସାହନ କରିବା ଉଚିତ୍। ମାଣ୍ଡିଆ ଖାଆନ୍ତୁ ସୁସ୍ଥ ରୁହନ୍ତୁ।

ଦିବ୍ୟାଭାରତୀ ନାୟକ

Leave A Reply

Your email address will not be published.

fifteen + twenty =