ନଭେମ୍ବର ୯ରୁ ଦୁଇଦିନିଆ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ

0

ରାଜ୍ୟରେ ମାଣ୍ଡିଆ ଏବେ ସୃଷ୍ଟି କରିଛି ବିପ୍ଲବ । ଏକ ଦିଗନ୍ତବିସ୍ତାରୀ ଆଭିମୁଖ୍ୟ ନେଇ ମିଲେଟସ ଏବେ ସଭିଙ୍କ ଘରେ ଘରେ ଆଦର ପାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା ଓ ଦୃଷ୍ଟିକୋଣକୁ ସାଥ କରି ରାଜ୍ୟ ସରକାର ମାଣ୍ଡିଆର ପ୍ରଚାର ପ୍ରସାର ଦିଗରେ ସଫଳତାର ସହ କାର୍ଯ୍ୟ କରୁଛନ୍ତି । ଏହି ଉପକ୍ରମରେ ଆସନ୍ତା ନଭେମ୍ବର ୯ ଓ ୧୦ ଦୁଇ ଦିନ ବ୍ୟାପି ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ । ବିଭିନ୍ନ ପ୍ରଦର୍ଶନୀ , ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ସହ ଏହି ସମ୍ମିଳନୀରେ ଆଦିବାସୀ ଐତିହ୍ୟ ଏବଂ ମିଶନ୍‌ ଶକ୍ତି ମହିଳାଙ୍କ ସଫଳତାର କାହାଣୀ ଉପରେ ଆଲୋଚନା କରାଯିବ । ମିଳିତ ଜାତିସଂଘ ଦ୍ୱାରା ଚଳିତ ବର୍ଷକୁ ଆନ୍ତର୍ଜାତୀୟ ମିଲେଟସ ବର୍ଷ ଭାବେ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଭାବରେ ଏହି ସମ୍ମିଳନୀ କରିବା ସହ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବରେ ପାଳନ କରୁଛି । ଆସନ୍ତୁ ଓ ଏଥିରେ ସମାିଲ ହୋଇ ମାଣ୍ଡିଆର ଗୁଣବତ୍ତାକୁ ନିଜ ପରିବାର ତଥା ସାରା ବିଶ୍ୱରେ ପହଁଚାନ୍ତୁ ।

Leave A Reply

Your email address will not be published.

2 × 4 =