ଆଉ ଦୁଇଦିନ ପରେ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ

0

୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ରୂପରେ ଗଣନା କରାଯାଇଛି । ଚାଷ ଜମିରୁ ଖାଦ୍ୟ ପରସା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରୂପରେ ମାଣ୍ଡିଆର ପ୍ରାସଙ୍ଗିକତା କୁ ମୂଳ ଭିତ୍ତିଭୂମି ଜରିଆରେ ଗାଆଁ ଠାରୁ ନେଇ କରି ସହର ଯାଏଁ  ପ୍ରଚାର ଓ ପ୍ରସାର କରାଯାଇପାରିଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡଃ ଅରବିନ୍ଦ ପାଢୀ ଙ୍କ ତତ୍ତ୍ଵାବଧାନରେ କୃଷି ର ପାରମ୍ପରିକ ଦିଗରୁ ବଜାର ଭିତ୍ତିକ ଅଭିଜ୍ଞତା ରୂପରେ ମାଣ୍ଡିଆର ପ୍ରସାର ଏକ ସ୍ବାଗତଯୋଗ୍ୟ ଅଭିବ୍ୟକ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ।ସାଧାରଣତଃ ମାଣ୍ଡିଆକୁ ଗରିବ ଲୋକ ର ଭାତହାଣ୍ଡି କୁହାଯାଏ. । ସକାଳୁ ଉଠୁ ଉଠୁ ମାଣ୍ଡିଆ ଜାଉ ଖାଇ ଦେଲେ ଆତ୍ମା ତୃପ୍ତି ହେଇଯାଏ ।

nano urea

ବର୍ତମାନ ମିଲେଟ୍ ବଜାର ସାଙ୍ଗକୁ ବିଭିନ୍ନ ପ୍ରକାରର ଉଦ୍ୟୋଗ ଜରିଆରେ ବହୁଳ ମାତ୍ରାରେ ଲୋକଙ୍କ ଭିତରେ ପ୍ରଚାର ଓ ପ୍ରସାର ହୋଇ ପାରିଛି । ନଭେମ୍ବର ୯ ଏବଂ ୧୦ ତାରିଖରେ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ର ଆୟୋଜନ କରାଯାଉଛି । ଏହି ସମ୍ମିଳନୀ ଦେଶ ଭିତର ଓ ବାହାରର ମିଲେଟ୍ ଚାଷୀଙ୍କ ସମେତ ଗ୍ରାହକ ମାନଙ୍କ ଭିତରେ ମାଣ୍ଡିଆ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

Leave A Reply

Your email address will not be published.

eighteen + 14 =