ଆଧୁନିକ ଆହ୍ୱାନ ପାଇଁ ପୁରାତନ ଶସ୍ୟ ହେଉଛି ମିଲେଟ୍ସ

0

ପୁଷ୍ଟିଶସ୍ୟ ମାଣ୍ଡିଆ ପାଇଁ ଏବେ ସବୁଠି ଉତ୍ôସବ ମୁଖର । ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ଅୟୋଜନ କରୁଛି ଦୁଇ ଦିନିଆ ଆନ୍ତଜାର୍ତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ । ନଭେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ଦେଶ ବିଦେଶରୁ ଅନେକ ସଫଳ ମିଲେଟ୍ସ ଉଦ୍ୟୋଗୀ, କୃଷି ବୈଜ୍ଞାନିକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବରେ ପାଳନ କରୁଛି। ସର୍ବନିମ୍ନ ସହାୟକ ମୂଲ୍ୟ ହ୍ରାସ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ପୁଷ୍ଟିଶସ୍ୟର ବହୁଳ ପ୍ରସାର ସହ ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆର କଥାକୁ ପହଁଚାଇବା ହିଁ ମୁଖ୍ୟ ଲକ୍ଷ୍ୟ । ବର୍ତ୍ତମାନ ଲୋକଙ୍କ ଘରେ ଘରେ ମାଣ୍ଡିଆର ମହକ ମହକିତ ହେବାରେ ଲାଗିଛି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଏବେ ସଫଳତାର ଗାଥା ଗାଉଛି । ଏହି ସମାରୋହରେ ବିିଭନ୍ନ ଟେକ୍‌ନିକାଲ ସେସନ ବା ବୈଷୟିକ ପ୍ରଶିକ୍ଷଣ ସହ ମିଲେଟ୍ସର ଫୁଡ଼୍‌ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ତିନିଥରର ଗ୍ରାମୀ ଆୱାଡର଼୍ ବିଜେତା ରିକି ରେଜ ନିଜର ନଭେମ୍ବର ୯ରେ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ସମାରୋହର ଥିମ୍‌ ବା ବିଷୟବସ୍ତୁ ରହିଛି : ଆଧୁନିକ ଆହ୍ୱାନପାଇଁ ପୁରାତନ ଶସ୍ୟ ହେଉଛି ମିଲେଟ୍ସ ।

Leave A Reply

Your email address will not be published.

one × 1 =