ବିଶ୍ୱ ଶୁଣିବ ଓଡ଼ିଶା ମିଲେଟ୍ସର କାହାଣୀ

0

ଆଉ ଦିନକ ପରେ ବିଶ୍ୱ ଶୁଣିବ ଓଡ଼ିଶା ମିଲେଟସ୍‌ର କାହାଣୀ । ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାର ସଫଳତାର କହାଣୀ ସାରା ବିଶ୍ୱରେ ବିଦିତ ହେବାକୁ ଯାଉଛି । ଆସନ୍ତା ନଭେମ୍ବର ୯-୧୦ରେ ଭୁବନେଶ୍ୱରର ଜନତା ମଇଦାନ ଠାରେ ଦୁଇ ଦିନିଆ ମିଲେଟ କନଫେରେନ୍ସ ଅନୁଷ୍ଠିତ ହେଉଛି । ଓଡ଼ିଶାର ମାଣ୍ଡିଆ ଚାଷ ଓ ଚାଷୀର ସଫଳତାର ଗାଥାକୁ ରାଜ୍ୟ ତଥା ଦେଶ ବିଦେଶର ଅତିଥି ଶୁଣିବେ ।
କେବଳ ଚାଷୀ ନୁହେଁ କୃଷକ ଉତ୍ପାଦକ ସଂଗଠନ,ମହିଳା ଗୋଷ୍ଠୀ , ମିଶନ ଶକ୍ତି ଠାରୁ ଆରମ୍ଭ କରି ବିଦ୍ୟାଳୟ , ମହାବିଦ୍ୟାଳୟ ସବୁବର୍ଗର ଲୋକ ଏବେ ମାଣ୍ଡିଆ ଖାଉଛନ୍ତି ,ଖୁଆଉଛନ୍ତି ଆଉ ଏହାର ସଫଳତାର କଥାକୁ ଲୋକଙ୍କ ପାଖରେ ପହଁଚାଉଛନ୍ତି । ରାଜ୍ୟର ବଡ଼ ବଡ଼ ହୋଟେଲ ମାନେ ବି ଫୁଡ଼ ମେନୁରେ ଏହାକୁ ସାମିଲ କଲେଣି ।

nano urea

ବିଭିନ୍ନ ପ୍ରକାର ଗୁଣରେ ଭରପୁର ମାଣ୍ଡିଆ ଏବେ ଯୁବ ଉଦ୍ୟୋଗୀ ମାନଙ୍କ ଷ୍ଟାର୍ଟଅପରେ ସାମିଲ ହେଲାଣି । ଅନେକ ଆଜି ମିଲେଟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ କବେଳ ଓଡ଼ିଶା ନୁହେଁ ବରଂ ବାହାର ରାଜ୍ୟ ଓ ଦେଶ ବିଦେଶରେ ପହଁଚାଇପାରୁଛନ୍ତି । ଆଜି ଯେଉଁ ଦୋକାନ ଯିବେ ଚା ସହ ମାଣ୍ଡିଆ କେକ ଟିଏ ହେଉ ଅବା ମାଣ୍ଡିଆ ଲଡ଼ୁ ସବୁଠି ଆଜି ମାଣ୍ଡିଆର ଜୟଯାତ୍ରା । ମେଳା ମହୋତ୍ସବ ଠାରୁ ଆରମ୍ଭ କରି ସବୁଠି ଏବେ ମାଣ୍ଡିଆର ଷ୍ଟଲ ପ୍ରଦର୍ଶିତ ହେଉଛି । ରାଜ୍ୟ ସରକାର ଏ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି । ଶୁଷ୍କ ମାଟିର ସୁନା ମାଣ୍ଡିଆକୁ ଚାଷ କରିବା ପାଇଁ ଚାଷୀ ଏବେ ବେଶ ଆଗଭର । ଓଡ଼ିଶା ମିଲେଟ ମିଶନ ଏବେ ଏକ ବିପ୍ଲବରେ ପରିଣତ ହେଲାଣି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି । ମିଶନ୍‌ ଶକ୍ତି ,କୃଷି ବିଭାଗ, ମହିଳା ଓ ଶିଶୁ ବିକାଶ ପରି ବିଭନ୍ନ ବିଭାଗ ମାନେ ଏବେ ଏହି ସଫଳତାରେ ଯୋଡ଼ି ହୋଇଛନ୍ତି । ୨୦୨୦-୨୧ ସୁଦ୍ଧା ପାଖାପାଖି ୭ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଏହି ମିଶନ ଦ୍ୱାରା ଉତ୍ପାଦିତ ହୋଇଥିଲା । ଓଡ଼ିଶା ମିଲେଟ ମିଶନ ଜୈବିକ କୃଷିକୁ ପ୍ରାଧାନ୍ୟ ଦେଇ ଚାଷ କରିବା ସହ ଚାଷ ଜମିର ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱ ଦିଏ ।

ଚାଷୀ ମାନଙ୍କୁ ଏ ଦିଗରେ ତାଲିମ ମିଳିବା ସହ ମିଲେଟ ମିଶନ ଜରିଆରେ ଅନେକ ଉପଯୋଗୀ ପନ୍ଥା ଆପଣାଯାଉଛି । ଏମିତିକି ବଡ଼ ବଡ଼ ହୋଟେଲ ମାନେ ଏବେ ଖାଦ୍ୟ ମନେୁରେ ମାଣ୍ଡିଆକୁ ସାମିଲ କରିବାକୁ ମନ ବଳାଇଛନ୍ତି । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ତରଫରୁ ମାଣ୍ଡିଆର ଭୂ ପ୍ରଜାତି ଜାରି କରିବାରେ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା । ୧୬୩ଟି ଭୂପ୍ରଜାତିର ଚିହ୍ନଟକରଣ କରାଯିବା ସହ ଏ ଦିଗରେ ବେଶ ତତ୍ପର ଭାବେ କାମ କରୁଛନ୍ତି ରାଜ୍ୟ ସରକାର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୃଷି ଓ କୃଷକର ବିକାଶ ଆଭିମୁଖ୍ୟକୁ ନେଇ ମିଲେଟ ମିଶନ ଆଗାମୀ ଦିନର ସଫଳତାର ତୂର୍ଯ୍ୟନାଦ କରିବ ।

Leave A Reply

Your email address will not be published.

3 × two =