ନଭେମ୍ବର ୯ରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ ସମ୍ମିଳନୀ

0

ରାଜ୍ୟରେ ମିଲେଟ ମିଶନ ଏବେ ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସ୍ୱର ହୋଇସାରିଲାଣି । ମାଣ୍ଡିଆର ପ୍ରଚାର ,ପ୍ରସାର ଓ ଗୁଣବତ୍ତା ଉପରେ ସମସ୍ତେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ମିଳିତ ଜାତିସଂଘ ପରୁ ଚଳିତ ବର୍ଷକୁ ଆନ୍ତର୍ଜାତାୟ ମିଲେଟ ବର୍ଷ ଭାବେ ଘୋଷଣା କରାଯାଇଥିବା ବେଳେ ଏହି ଉପକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ମିଲେଟ ସମ୍ବନ୍ଧୀୟ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନଭେମ୍ବର ୯ ଓ ୧୦ ତାରିଖରେ ଏହି ମହାସମାରୋହ ଜନତା ମଇଦାନ ଠାରେ ଅନଷ୍ଠିତ ହେବାକୁ ଯାଉଛି । ଏହି ସମ୍ବନ୍ଧୀୟ ଏକ ବୈଠକ କୃଷି ଭବନ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ତେବେ ମିଲେଟ ଗବେଷଣା କେନ୍ଦ୍ର, ଇକ୍ରିସାଟ୍‌,ଖାଦ୍ୟ ଓ କୃଷି ସଂଗଠନ,ଓୟୁଏଟି,ୟର୍କ ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ଅନୁଷ୍ଠାନ ଗୁଡ଼ିକର ସହଯୋଗରେ କରାଯିବାକୁ ନିଷ୍ପତ୍ତି ହୋଇଛି । ଓଡ଼ିଶା ମିଲେଟ ମିଶନ ନେତୃତ୍ୱରେ ବିଭିନ୍ନ ସରକାରୀ ଓ ବେସରକାରୀ ବିଭାଗ,ଅନୁଷ୍ଠାନ,କୃଷକ ଉତ୍ପାଦକ ସଂଗଠନ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହଯୋଗରେ ଏହି ସମ୍ମିଳନୀ ଆୟୋଜନ କରାଯିବ । ଏହା ସହ ବିଦ୍ୟାଳୟ ଓ ଗଣଶିା ବିଭାଗ ସହଯୋଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାଣ୍ଡିଆ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ । ଏହି ଅବସରରେ ଡ଼ ପାଢ଼ୀ ଆଫ୍ରିକୀୟ ଦେଶ ଗୁଡ଼ିକର ସହଯୋଗକୁ ନିଶ୍ଚିତ କରିବା ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସକ୍ରିୟ ଯୋଗଦାନ ଉପରେ ଗୁରୁତ୍ୱ ଦେଇଥିଲେ । ଅଗାମୀ ବର୍ଷ ପାଇଁ ମିଲେଟ ଉପରେ ପଲିସି ରୋଡ଼ମ୍ୟାପ ପାଇଁ ଓଡ଼ିଶା ମିଲେଟ ମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହା ସହ ଗାଁ ଇତିହାସ ଓ ବକୁଳ ଫାଉଣ୍ଡେସନ ଦ୍ୱାରା କାହାଣୀ କହିବା ପରି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୋ÷ଧୁରୀ ,ଓଡ଼ିଶା ମିଲେଟ ମିଶନର ବିଶେଷଜ୍ଞ ଶୈଳେନ୍ଦ୍ର ମହାନ୍ତି,ଓୟୁଏଟି ଡ଼ିନ୍‌ ହୃଷୀକେଶ ପାତ୍ର, ରାଜ୍ୟ ବିହନ ନିଗମ ଏମ୍‌ଡ଼ି ଭବେଶ ନାୟକ ତଥା ଆଇଆଇଏମଆରର ବରିଷ୍ଠ ବୈଜ୍ଞାନିକ ଓ ଫିକିର ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 + seven =