କୃଷି ମନ୍ତ୍ରୀଙ୍କ କୃଷି ଯୋଜନାର କ୍ଷେତ୍ରୀୟ ସମୀକ୍ଷା

0

ରାଜ୍ୟ ସରକାରଙ୍କ କୃଷି ଭିତ୍ତିକ ଉନ୍ନୟନ ମୂଳକ ଯୋଜନା କୋରାପୁଟ ଜିଲ୍ଲାରେ ହେଉଥିବା ରୂପାୟନକୁ ସମୀକ୍ଷା କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ,ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହି ଅବସରରେୁ ମାନ୍ୟବର ମନ୍ତ୍ରୀ କୋରାପୁଟ ଜିଲ୍ଲାର ଲେନ୍ଦ୍ର୍ରିମାଳିଗୁଡ଼ା ଗ୍ରାମର ଜାତୀୟ ଉଦ୍ୟାନ କୃଷି ମିଶନ ସହାୟତାରେ ସ୍ଥାପିତ ୧୦ ମେଟ୍ରିକ ଟନ ଯୁକ୍ତ ସୋଲାର ଶୀତଳୀକରଣ ଗୃହ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ । ଏହି ଗ୍ରାମର ମହିଳା ଗୋଷ୍ଠୀଙ୍କ ଦ୍ୱାରା ୫୦ଏକର ଜମିରେ କରିଥିବା ଖରିଫ ଆଳୁ ଓ ଅଦା ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହା ସହ କାକିରିଗୁ୍‌ମା ପଂଚାୟତର କେନ୍ଦ୍ରୀଗୁଡ଼ା ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ କଫି ନର୍ସରୀ ବୁଲି ଦେଖିଥିଲେ । ଏହା ପରେ ପଟାଙ୍ଗୀ ବ୍ଲକର କୋଟିଆ ପଂଚାୟତର ବାସନା ଗେମେଲଙ୍କ ଷ୍ଟ୍ରବେରୀ ଚାଷ ପରିଦର୍ଶନ କରିଥିଲେ। ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ କୋରାପୁଟର ଅତିରିକ୍ତ ଜିଲ୍ଲାପାଳ,ସିଡ଼ିଏଓ,ସିଡ଼ିଭିଓ,ଡ଼ିଡ଼ିଏଚ୍‌,ପିଡ଼ି-ୱାଟରସେଡ଼,ସ୍ଥାନୀୟ ବିଡ଼ିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

15 + 19 =