କୃଷି କ୍ଷେତ୍ରରେ ଟିସୁ କଲ୍‌ଚର

0

ଟିସୁ କଲ୍‌ଚର ଏକବିଂଶ ଶତାବ୍ଦୀର ଏକ ବୈପ୍ଲବିକ ଆହ୍ୱାନ । ପାରମ୍ପରିକ ପଦ୍ଧତିକୁ ବାଦ ଦେଇ ବାୟୋଟେକ୍ନୋଲଜି ଯୁଗରେ ଏହା ଏକ ନୂଆ ବିପ୍ଲବ । କେବଳ ଯେ ବୈଷୟିକ ଜ୍ଞାନରେ ଏହାର ପ୍ରୟୋଗ ହୁଏ ସେ କଥା ନୁହଁ ବରଂ କୃଷି କ୍ଷେତ୍ରରେ ମଧ୍ୟ ଟିସୁ କଲ୍‌ଚରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଯୁଗରେ ଟିସୁ କଲ୍‌ଚରକୁ ପାଥେୟ କରି କୃଷି କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇପାରୁଛି

କିନ୍ତୁ ପ୍ରକୃତ କଥା ହେଉଛି ଏବେ ବି ଅନେକ ଲୋକ ଟିସୁ କଲଚର ଓ ଏହାର ବ୍ୟାପକ ପରିସର ବିଷୟରେ ସମ୍ପୂର୍ଣ୍ଣ ଭାବେ ଅଜ୍ଞ । ତେବେ ଟିସୁ କଲଚର ହେଉଛି ଏକ ଜୈବ ପ୍ରଯୁକ୍ତିବଦ୍ୟା ଯାହାକି ଉନ୍ନତ ମାନର ଫସଲ ଉତ୍ପାଦନ କରିବାରେ ସାହାଯ୍ୟ କରିପାରେ । ଏମିତିକି ଉପାôଦିତ ଫସଲ ଗୁଡ଼ିକ ଉତ୍ତମ ଗୁଣବତ୍ତା ସହିତ ବ୍ୟବସାୟିକ ଭିତ୍ତିଭୂମି ବି ଅନେକ ଗୁଣରେ ସୁଦୃଢ଼ ହୋଇଥାଏ । ତେବେ ପାରମ୍ପରିକ ପଦ୍ଧତିରେ ଗଛ ଗୁଡ଼ିକର ବଂଶବିସ୍ତାରର ମାଧ୍ୟମକୁ ପରିବର୍ତ୍ତନ କରି ଟିସୁ କଲ୍‌ଚର ଉପାୟରେ ଏହାକୁ କିପରି ସୁଦୁରପ୍ରସାରୀ କରାଯାଇପାରିବ , ତାହା ହିଁ ଏହାର ମୂଳ ଲକ୍ଷ୍ୟ । ତେବେ କ୍ରମବର୍ଦ୍ଦିଷ୍ଣୁ ଜନସଂଖ୍ୟା ସହିତ ଉନ୍ନତ ଦେଶ ମାନଙ୍କ ସହ ତାଳ ଦେବା ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ବୈଜ୍ଞାନିକ ମାନେ ମତବ୍ୟକ୍ତ କରନ୍ତି ।

nano urea

ଉପଯୋଗିତା-
• ଏହି ପ୍ରକ୍ରିିୟାରୁ ଉତ୍ପନ୍ନ ଗଛ ଗୁଡ଼ିକ ଉନ୍ନତ ମାନର ଫୁଲ , ଫଳ ତଥା ଏହାର ଗୁଣବତ୍ତା ମଧ୍ୟ ଭଲ ରହିଥାଏ ।
• ଖୁବ ଶୀଘ୍ର ମଂଜି ବିନା ମଧ୍ୟ ଏହି ପ୍ରକ୍ରିୟା ଦ୍ୱାରା ଅନେକ ଗଛ ଉତ୍ପାଦିତ କରାଯାଇପାରେ ।
• ଏଥିପାଇଁ ସମୟ କମ ଆବଶ୍ୟକ ହୋଇଥାଏ ଓ ପରିଶ୍ରମ ବି କମ କରିବାକୁ ପଡେ଼ ।
• ରୋଗ ପୋକ ଜନିତ ସମସ୍ୟା ଖୁବ କମ ମାତ୍ରାରେ ପରିଲକ୍ଷିତ ହୁଏ ।
• ଏହି ପଦ୍ଧତିରେ ଶହ ଶହ ସଂଖ୍ୟକ ଗଛ ଏକ ସମୟରେ ସୃଷ୍ଟି କରାଯାଇପାରେ ।
• ଜର୍ମ ପ୍ଲାଜମକୁ ସଂରକ୍ଷିତ କରି ରଖାଯାଇପାରେ ।

Leave A Reply

Your email address will not be published.

17 + 11 =