ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା : ଆରମ୍ଭ ହେବ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ

0

ଆଉ କେଇ ଘଣ୍ଟା ପରେ ସାରା ବିଶ୍ୱ ଓଡ଼ିଶାର ମାଟିର ମାଣ୍ଡିଆ କଥା ଶୁଣିବ। ରାଜ୍ୟର ମିଲେଟ ମିଶନ, ମିଶନ ଶକ୍ତି,କୃଷି ବିଭାଗ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ କରାଯାଉଥିବା ଏହି ମିଲେଟ୍ସ କନଭେନସନ ଆସନ୍ତାକାଲି ଉଦଘାଟନ ହେବାକୁ ଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳଳରେ ଏହି ଉତ୍ସବର ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ତଥା ରାଜ୍ୟ ବାହାରର କୃଷି ସଂସ୍ଥା ମାନଙ୍କର ସହଯୋଗରେ ବିଭିନ୍ନ ବୈଷୟିକ କର୍ମଶାଳାର ଆୟୋଜନ କରାଯିବା ସହ ଛାତ୍ରଛାତ୍ରୀ ,କୃଷକ , ବୈଜ୍ଞାନିକ ମାନଙ୍କ ଭିତରେ ଆଲୋଚନା ହେବା ସହ ମିଲେଟ୍ସ କୁଇଜ, ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଉଛି । ସଂଧ୍ୟାରେ ଆକର୍ଷଣୀୟ ସଙ୍ଗୀତ ସହିତ କୃଷକ ମାନଙ୍କର ମାଣ୍ଡିଆ ଚାଷର ସଫଳତା କାହାଣୀ ପ୍ରଦର୍ଶିତ କରାଯିବ । ଦେଶ ବିଦେଶର ବିଭିନ୍ନ ଷ୍ଟାର୍ଟଅପ୍‌ ପ୍ରଦର୍ଶିତ ହେବା ସହ ଯୁବ ଉଦ୍ୟୋଗୀ ମାନଙ୍କର ଯୋଗଦାନ ଏହାକୁ ନିଶ୍ଚିତ ଭାବରେ ସଫଳ କରାଇବ । ଏତଦବ୍ୟତୀତ ରାଜ୍ୟ ସରକାର ମାଣ୍ଡିଆର ପ୍ରଚାର ପ୍ରସାରକୁ ଦୃଷ୍ଟିରେ ରଖି ଏହି ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରୁଛନ୍ତି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆର ସଫଳତାର ଗାଥାକୁ ଲୋକଙ୍କ ପାଖରେ ପହଁଚାଇବା ଏହି କନଭେନସନର ମୁଖ୍ୟ ଉଦ୍ଦେଶ୍ୟ । ଏହାର ଥିମ୍‌ ରହିଛି : ଆଧୁନିକ ଆହ୍ୱାନ ପାଇଁ ପୁରାତନ ଶସ୍ୟ ହେଉଛି ମିଲେଟସ୍‌ ।

Leave A Reply

Your email address will not be published.

3 × five =