ପ୍ରତିଜ୍ଞା ଓ ପ୍ରତିବଦ୍ଧତାର ସ୍ୱର – ନୂଆ ଓଡ଼ିଶାର ସଂକଳ୍ପ

0

କଥା କମ୍‌ , କାମ ବେଶୀ । ନିଆରା ଆକ୍ସନ , ତୀକ୍ଷଣ୍‌ ଫୋକସ୍‌ । ନୀରବ ନିଶ୍ଚଳ ଚେହେରା । ସ୍ୱପ୍ନ,ସମ୍ଭାବନାର ରୂପକାର । ଏସବୁର ସଂଜ୍ଞା ଯଦି ଜଣକୁ ପଚରାଯାଏ ତାହେଲେ ଏହାର ଉତ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚେହେରା ଆସିବ । ଆଜି ସରକାରଙ୍କ ୫ମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି । ଅନେକ ସିଦ୍ଧାନ୍ତର ସଫଳ ରୂପାୟନ , ରୂପାନ୍ତରଣର ନିଚ୍ଛକ ଛବି ନୂଆ ଓଡ଼ିଶା ଗଠନର ମୂଳଦୁଆ ସହ ଲୋକଙ୍କ ମଧ୍ୟରେ ଏକ ଆବେଗର ରୂପରେଖ ତିଆରି କରିସାରିଛି । ତେବେ ଏହି ପରିପ୍ରେକ୍ଷୀରେ କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା କଥା ଯଦି ଲକ୍ଷ୍ୟ କରିବା ତାହେଲେ ଚାଷ ଓ ଚାଷୀର ବିକାଶ ଏବେ ସର୍ବାଗ୍ରେ ରହିଛି । କୃଷି କ୍ଷେତ୍ରରେ ସରକାର ଆଣିଛନ୍ତି ବୈପ୍ଲବିକ ପରିବର୍ତ୍ତନ । ସରକାରଙ୍କ ବିଭିନ୍ନ ଲୋକଭିମୁଖୀ ଯୋଜନା ଚାଷୀଙ୍କ ମନରେ ଆଣିଛି ଅଫୁରନ୍ତ ଆନନ୍ଦ । ଉଲ୍ଲାସର ବାତାବରଣ ଖେଳେଇ ଚାଷୀ ଆଜି ସବୁଜିମାର ମହକ ବିଂଚୁଛି । ଏହି ଅବସରରେ ସରକାରଙ୍କ କିଛି ଯୋଜନା ବିଷୟରେ ସମ୍ୟକ ନଜର ପକେଇବା ।

ସଫଳ – କୃଷି ଓ କୃଷକ ସଶକ୍ତିକରଣ ବିଭାଗ , ଓଡ଼ିଶା ସରକାରଙ୍କ ତରଫରୁ ଚାଷୀ ମାନଙ୍କ ହିତ୍ୟାର୍ଥେ ଆରମ୍ଭ ହୋଇଛି ଏକ ଯୁଗାନ୍ତକାରୀ ଯୋଜନା – ସଫଳ । ଆମ ରାଜ୍ୟର ଚାଷୀ ମାନଙ୍କ ପାଇଁ ଏକ ସହଜ ତଥା ସୁବିଧାଜନକ ଯୋଜନା ଭାବରେ ସଫଳ ବେଶ ସଫଳତା ଆଣିଲାଣି । ଗୋଟିଏ ବାକ୍ୟରେ କହିବାକୁ ଗଲେ ସାରା ଦେଶରେ ଏହା ପ୍ରଥମ କୃଷି ଓ କୃଷି ଉଦ୍ୟୋଗ ପାଇଁ ଋଣ ଆବେଦନ କରିବାର ଏକ ସରଳ ପୋର୍ଟାଲ । ସବୁଠାରୁ ବଡ଼ କଥା ପାଖାପାଖି ୪୦ରୁ ଅଧିକ ବ୍ୟାଙ୍କ ଏହି ଯୋଜନା ସହ ଅନୁବନ୍ଧିତ ହୋଇ ରହିଛନ୍ତି । ଏହି ପୋର୍ଟାଲ ଋଣ ଆବେଦନ କରିବା ତଥା ଏହାର ଯାଂଚ ସୁବିଧା ସହ ୩୦୦ରୁ ଅଧିକ ଋଣ ଆବେଦନ ପାଇଁ ସୁଯୋଗ ରହିଛି ।
ଗୋ – ସୁଗମ –
ବର୍ତ୍ତମାନ ସମୟରେ କୃଷି ଉଦ୍ୟୋ ଚାଷୀ ତଥା ଯୁୂବକ ମାନଙ୍କ ପାଇଁ ଏକ ନୂଆ ସମ୍ଭାବନା । ଓଡ଼ିଶାର ଅନେକ ଚାଷୀ କୁହନ୍ତୁ ଅବା ଗାଁ ମାନଙ୍କରେ ଶିକ୍ଷିତ ଯୁବକ ଅବା ସାଧାରଣ ଜନତାଟେ ଏବେ କୃଷି ଉଦ୍ୟୋଗ ଆରମ୍ଭ କରି ନିଜର ଏକ ସ୍ୱତନତ୍ର ପରିଚୟ ସୃଷ୍ଟି କଲେଣି । ଏସବୁକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ଗୋ ସୁଗମ ନାମରେ ଏକ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । କଅଷି ଉଦ୍ୟୋଗୀ ମାନଙ୍କ ପାଇଁ ଏହା ଏକକ ୱିଣ୍ଡୋ ପୋର୍ଟାଲ । କୃଷି ଓ ଆରନୁଷଙ୍‌ଗିକ କ୍ଷେତ୍ରମାନଙ୍କରେ ପାଖାପାଖି ୩୫ଟି ରୁ ଅଧିକ ଯୋଜନା ରହିଛି । ଏତଦବ୍ୟତୀତ ଏହାକୁ ସହଜ ତଥା ସୁବିଧା କରିବା ପାଇଁ ତଥା ସ୍ୱଚ୍ଛତାକୁ ଲକ୍ଷ୍ୟ କରି ହିତାଧିକାରୀଙ୍କ ସ୍ଥିତି ସମ୍ବନ୍ଧରେ ସୂଚନା ମିଳିପାରିବାର ସୁବିଧା ରହିଛି । –
କୃଷକ ଓଡ଼ିଶା –ଚାଷୀ ଆମ ଅର୍ଥନୀତିର ଭବିଷ୍ୟତ । ତେଣୁ କୃଷକ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ । କୃଷକ ଓଡ଼ିଶା ମାଧ୍ୟମରେ ଚାଷୀ ମାନେ ଫୋନ ଦ୍ୱାରା ଭପଯୁକ୍ତ ଚାଷ ତଥା ଆନୁଷଙ୍ଗିକ କ୍ଷେତ୍ରରେ ପରାମର୍ଶ ପାଇପାରୁଛନ୍ତି । କୃଷି ଭିତ୍ତି ନାନାଦି ସରକାରୀ ସେବା ଓ ସାହାଯ୍ୟ ସମ୍ପର୍କରେ ଅବଗତ ହେବା ସହ ଏହାର କାଯ୍ୟକାରୀ ଦିଗରେ ସଚେତନ ହୋଇପାରୁଛନ୍ତି । ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ସହଜ ଓ ସୁବିଧାରେ ଋଣ ସହାୟତା ପାଇପାରୁଛନ୍ତି ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା – ରାଜ୍ୟର କୃଷି ଉଦ୍ୟୋଗ ପାଇଁ ରାଜ୍ୟ ସରକାରଙ୍କ ସର୍ବୋକୃଷ୍ଟ ଯୋଜନା ହେଉଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା । ଚାଷୀ ଭାଇ ମାନେ ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗ ପାଇଁ ଏହି ଯୋଜନାରେ ନିଜକୁ ଅନ୍ତର୍ଭୁକ୍ତ କରି ଋଣ ପାଇପାରିବେ।

nano urea

ଆମ କୃଷି – ରାଜ୍ୟ ସରକାରଙ୍କ କୃଷକ ମାନଙ୍କ ପାଇଁ ଏକ ସବୁିଧାଜନକ ଯୋଜନା ହେଉଛି ଆମ କୃଷି । ଆମ କୃଷି ର ହେଲ୍ପ ଲାଇନ ନମ୍ବର – ୧୫୫୩୩୩ । କୃଷକ ଓଡ଼ିଶା ପୋର୍ଟାଲରେ ପଂଜିକରଣ ସହିତ ନିଜର ଜମି ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସହ କୃଷି , ପରିବା , ଫୁଲ , ଫଳ ,ମତ୍ସ୍ୟ ଚାଷ ସହ ପ୍ରାଣୀଧନ ପାଳନର ପରାମର୍ଶ ଗବେଷକ ମାନଙ୍କ ଠାରୁ ପାଇପାରୁଛନ୍ତି ।

ଏମିତି ଅନେକ କିଛି ସଫଳ ଯୋଜନାର ରୂପାୟନ ଆଜି ଚାଷୀଙ୍କ ଭିତରେ ଚାଷ କରିବାକୁ ଆଗ୍ରହ ଓ ଉତ୍ସାହ ବଢେ଼ଇଛି । ଫସଲ ବିବିଧକରଣ ହେଉ ଅବା ସମନ୍ୱିତ ଚାଷକୁ ଆପଣେଇ ଆଜି ଚାଷୀ ଶ୍ୟାମଳ ଜମିରେ ସବୁର୍ଣ୍ଣର ମହକ ଖେଳେଇପାରୁଛି ।

ଡ଼ି ଶୁଭମ୍‌ , ସମ୍ପାଦକ

Leave A Reply

Your email address will not be published.

fifteen − six =