ଓଡିଶାରେ ଜୈବିକ ହାଟ – ଏକ ଅନୁଶୀଳନ

0

କୃଷି ଓ କୃଷକ ଆମ ଦେଶର ମେରୁଦଣ୍ଡ- ଏ ବାକ୍ୟଟି ସବୁବବେଳେ ସବୁସମୟରେ ସମସ୍ତଙ୍କ ଦ୍ୱାରା ବିଭିନ୍ନ ସଭା ସମିତିରେ ବ୍ୟବହାର କରାଯାଏ ସତ କିନ୍ତୁ ଏ ଉକ୍ତିର ଯଥାର୍ଥତା ବର୍ତ୍ତମାନ ସମୟରେ ଉପଲବ୍ôଧ କରିବାର ଆବଶ୍ୟକତା ରହିଛି । ଏହା ନିଃସନ୍ଦେହ ଯେ ଆମ ରାଜ୍ୟର ଚାଷୀକୁଳ ବେଶ କୁଶଳୀ । ଆମ ରାଜ୍ୟର ଚାଷୀଙ୍କୁ କୁଶଳୀ ଆଉ ଦକ୍ଷ ବୋଲି ପ୍ରତିପାଦିତ କରିବାରେ କୋ÷ଣସି ଦ୍ୱିଧା ପ୍ରକାଶ କରିବା ଅନୁଚିତ୍‌ । କାରଣ ସେବେର ସମୟ ଆଉ ବର୍ତ୍ତମାନ ଭିତରେ ଚାଷୀଙ୍କର ଚାଷ ପ୍ରଣାଳୀ , ଉତ୍ପାଦନ ହାର ତଥା ଚାଷ ଜମିରେ ନୂଆ ଜ୍ଞାନ କୋ÷ଶଳ ଉପଯୋଗ ଆଦିର ବହୁଳ ବ୍ୟବହାର ସେମାନ୍‌କୁ ବେଶ ଅଗ୍ରଣୀ କରିଦେଇଛି । ପ୍ରମୁଖ ଫସଲ ଭାବରେ ଧାନ ଆଉ ତା ପରେ ପରେ ମୁଗ,ବିରି ଚାଷ କରାଯାଉଥିଲେ ବି ସମ୍ପ୍ରତି ଅନେକ ଚାଷୀ ନିଜକୁ ଆତ୍ମନିର୍ଭରଶୀଳ ଆଉ ସ୍ୱାବଲମ୍ବୀ କରି ବେଶ ଦି ପଇସା କମେଇପାରୁଛନ୍ତି । ଜମିରେ ଚାଷ ହେଉଛି ସତ କିନ୍ତୁ ପ୍ରଣାଳୀ ବଦଳିଛି । ଉତ୍ପାଦନ ହେଉଛି ସତ ତା ସହ ଗୁଣାତ୍ମକ ମାନ ବଢ଼ିଛି । ଆମ ବାପା ଅଜା ଅମଳର ଢ଼ାଂଚା ପୁଣି ଥରେ ସମସ୍ତେ ଆପଣଇବାକୁ ଚେଷ୍ଟା କରୁଛନ୍ତି । ଏବେ ଗାଁ ଗାଁରେ ଜୈବିକ ଚାଷର ନିଶା । ରାସାୟନିକ ସାର ଓ କୀଟନାଶକର ଭୟାବହତାକୁ ମୂଳପୋଛ କରି ଏକ ସୁସ୍ଥ , ସତେଜ ଆଉ ସବୁଜ ପରିବେଶ ଗଠନ ଦିଗରେ ସଭିଏଁ ତତ୍ପର ।

ଏବେ କଥା ହେବା – ଏ ରାସାୟନିକ ଆଉ ଜୈବିକ ଚାଷ ଭିତରେ କ’ଣ ତଫାତ? ଏ କଥାକୁ ବେଶୀ ବୁଝାଇବାର ଆବଶ୍ୟକତା ନାହିଁ କାରଣ ସଭିଏଁ ଜାଣନ୍ତି ଏହାର ଉପକାରିତା ଆଉ ଅପକାରିତାବ ବିଷୟରେ । ତେବେ କଥା ଉଠୁଛି ଯଦି ଆମେ ରାସାୟନିକ ଚାଷର ଅପକାରିତା ବିଷୟରେ ଅବଗତ ଅଛନ୍ତି ,ତେବେ ଅନ୍ୟ ମାନଙ୍କୁ ଏହା ନକରିବାକୁ ପରାମର୍ଶ ଦେବା ଆମର କର୍ତ୍ତବ୍ୟ ହେବା ଉଚିତ୍‌ । ଚାଷ କହାକୁ ଶିଖାଇବାକୁ ପଡେ଼ନି , କି ଚାଷୀକୁ ପଢ଼ାଇବାକୁ ହୁଏନି । ଚାଷୀ ଅଭିଜ୍ଞ । ଚାଷୀ କର୍ମଠ । ବାସ୍‌ ତାକୁ ସଚେତନ କରାଇବାର ଅଛି । ଆମ ରାଜ୍ୟ ଏବେ ବିକାଶର ପାଦଦେଶରେ । କୃଷି କ୍ଷେତ୍ରରେ ବେଶ ପାରଦର୍ଶିତା ଲାଭ କରିଛି ଓଡ଼ିଶା । ଏଠି ମାଟି ସବୁର୍ଣ୍ଣତାର ଗୁଣ ଗାଏ । ରାସାୟନିକ ଚାଷ ଏକ ଭୟବହତାର ମୂଳଦୁଆ ପକାଏ । ମଣିଷ ଶରୀର ଅଛି ମାନେ ରୋଗ ଅଛି ସେମିତି ଚାଷ ଅଛି ମାନେ ରୋଗ , ପୋକ ଲାଗିବା ଏକ ଅତି ସାଧାରଣ କଥା । ତେବେ ଏହାକୁ ଆମେ ଶୀଘ୍ର ନିମନ୍ତ୍ରଣ କରିବା ଆଶାରେ ଅତ୍ୟାଧତ୍କ ଖର୍ଚ୍ଚ କରି କୀଟନାଶକକୁ ପ୍ର୍େରୟାଗ କରି ପରୋକ୍ଷରେ ଆମ ଶରୀରକୁ ରୋଗ ମାନଙ୍କୁ ନିମନ୍ତ୍ରଣ କରୁ । କିନ୍ତୁ ଜୈବିକ ଚାଷ ଠିକ ଏହାର ଓଲଟା । ଏହା ରୋଗ ପୋକ ମୂଳପୋଛ କରିବ କିନ୍ତୁ ଏହା ଏକ ଧୀର ପ୍ରକ୍ରିୟା । ସମୟ ସହ ଅପେକ୍ଷା କଲେ ସୁଫଳ ମିଳିବ । କିନ୍ତୁ ଅଧିକ ଉତ୍ପାଦନ ଆଶାରେ ଆମେ ଆମ ମନ ମୁତାବକ ରାସାୟନିକ ସାର ଓ ବିଷର ପ୍ରୟୋଗ କରି ଜମିର ମାନ କମାଇଦେଉ । କୃଷି କାର୍ଯ୍ୟ ଆଜି ଅମଳ ବା ଉତ୍ପାଦନ ପାଇଁ କରାଯାଉଛି । ଜମିରେ ବ୍ୟବହୃତ ଅତ୍ୟଧିକ ରାସାୟନିକ ସାରର ପ୍ରଭାବ ମାଟି/ମୃତ୍ତିକାକୁ କ୍ଷୟ କରୁଛି । ଏହା ସମସ୍ତେ ଜାଣିବି ଏହାକୁ ପ୍ରୟୋଗ କରିବାରେ ଅବହେଳା କରୁନାହାନ୍ତି । ପିଲାଦିନରୁ ମୃତ୍ତିକା କ୍ଷୟ ବିଷୟରେ ପଢି, ଲେଖି ପରୀକ୍ଷାରେ ପାସ୍‌ କରି ଆସିଛନ୍ତି ସମସ୍ତେ, ଆଉ ଏହାସହ ମୃତ୍ତିକା ସଂରକ୍ଷଣ କୁ ବି ପଢିଛନ୍ତି । ହେଲେ କ’ଣ ହେବ, ସବୁ ଯାହାକୁ ତାହା । ସେ ସବୁ ଆଜି ଚୂଲିମୁଣ୍ଡକୁ ଗଲାଣି । ରାସାୟନିକ ସାରର ବହୁଳ ବ୍ୟବହାର ସହିତ ମଣିଷ ଏବେ କୃଷି ପାଇଁ ଜଙ୍ଗଲ କ୍ଷୟ କରୁଛି । ଯେଉଁ ଚେର ଦିନେ ମାଟିର ଭିତରକୁ ଜାବୁଡି ଧରିଥିଲା, ଆଜି ସେ ନିରୁପାୟ ଶ୍ରୀହୀନ । ମାଟି ଫାଟି ଆଁ କରୁଛି ତ୍ରାହି ତ୍ରାହି ଚିତ୍କାର କରୁଛି ।

ତେବେ ପ୍ରକାଶିତ ରିପୋର୍ଟ ଅନୁସାରେ ରାସାୟନିକ ସାରର ବ୍ୟବହାର ୨୦୧୫-୧୬ ରୁ ୨୦୨୦-୨୧ ମଧ୍ୟରେ ପାଖାପାଖି ୧୬% ବଢ଼ିଛି। ୨୦୧୫-୧୬ରେ ଭାରତରେ ରାସାୟନିକ ସାରର ବ୍ୟବହାର ୫୧୦ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୨୦-୨୧ ରେ ଏହା ୫୯୦ ଲକ୍ଷ ମେଟ୍ରିକ ଟନରେ ପହଁଚିଛି । ହାରାହାରି ଭାରତରେ ଗତ ୧୦ ବର୍ଷ ମଧ୍ୟରେ ୫୦୦ଲକ୍ଷ ମେଟ୍ରିକ ଟନ ସାର ବ୍ୟବହୃତ ହୋଇସାରିଛି । ଜମିରେ ବ୍ୟବହାର କରାଯାଉଥିବା ବିଭିନ୍ନ ରାସାୟନିକ ସାର ମଧ୍ୟରୁ ୫୫-୬୦% କେବଳ ୟୁରିଆ ବ୍ୟବହୃତ ହେଉଛି । ତେବେ ଦାନାଦାର ୟୁରିଆର ବ୍ୟବହାର ଜମିରେ ଗୁଣାତ୍ମକ ମାନ କମାଇବା ସହ ମାଟିର ପୋଷକ ତତ୍ତ୍ୱ ନଷ୍ଟ କରାଉଛି । ୨୦୧୬-୧୭ ରୁ ୨୦୨୦-୨୧ ଭିତରେ ରାସାୟନିକ ସାରର ବ୍ୟବହାର ବହୁଳ ଭାବରେ ବୃଦ୍ଧି ପାଇଛି । ଏପରିକି ଭାରତର ପଂଜାବ, ତେଲେଙ୍ଗାନା, ହରିଆଣା, ବିହାର ଓ ପଣ୍ଡିଚେରୀରେ ଆଶାତୀତ ଭାବରେ ରାସାୟନିକ ସାରର ବ୍ୟବହାର କରାଯାଉଛି । ଏପରିକି ୨୦୧୫-୨୧ ମଧ୍ୟରେ ରାସାୟନିକ କୀଟନାଶକର ବ୍ୟବହାର ୮-୯% ବୃଦ୍ଧି ପାଇଛି । ତେବେ ଏହି କୀଟନାଶକ ବ୍ୟବହାର ବଢ଼ି ବଢ଼ି ୬୧,୭୦୨ ମେଟ୍ରିକ ଟନରେ ପହଁଚିଛି । ଭାରତରେ ଏମିତି ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଉତ୍ପାଦନ ବଢ଼ାଇଛି ସତ କିନ୍ତୁ ପରୋକ୍ଷରେ ଆଶତୀତ କ୍ଷତି କରୁଛି , ଏକଥା କାହାକୁ ଅଛପା ନାହିଁ ।

nano urea

ତେବେ ସମୟ ବଦଳିଳାଣି , ଲୋକଙ୍କ ବଂଚିବାର ଢ଼ାଂଚାର ପରିବର୍ତ୍ତନ ହେଲାଣି । ଚାଷୀ ଜୈବିକ ଚାଷ କରିବାକୁ ମନ ବଳାଇଲେଣି । ଓଡ଼ିଶାର ଅନେକ ଜିଲ୍ଲାରେ ଏବେ ଜୈବିକ ଚାଷର ନାରା ବାଜିଲାଣି । ଗା ଁ ଗାଁ ରେ ଚାଷୀ ମାନେ ଏକଜୁଟ ହୋଇ ଜୈବିକ ଚାଷକୁ ଆପଣେଇବାକୁ ମନସ୍ଥ କରି ଚାଷ ବି କଲେଣି । ଏପରିକି ସେମାନଙ୍କ ଗୃହିଣୀ ହୁଅନ୍ତୁ ଅବା ମିଶନ୍‌ ଶକ୍ତିର ମହିଳା ମାନେ ଏବେ ଜୈବିକ କୀଟନାଶକ ପ୍ରସ୍ତୁତ କରିବାର ପ୍ରଣାଳୀ ବି ଶିଖିଲେଣି । ସରକାରଙ୍କ ଦ୍ୱାରା ପରମ୍ପରାଗତ କୃଷି ବିକାଶ ଯୋଜନା ଆରମ୍ଭ କରାଯାଇ ଜୈବିକ ଚାଷକୁ ସ୍ୱୀକୃତି ଦିଆଯାଉଛି । କମ୍‌ ଖର୍ଚ୍ଚରେ କିପରି ଅଧିକ ଅମଳ ପାଇପାରିବା , ତାହା ଜୈବିକ ଚାଷର ମୁଖ୍ୟ ଲକ୍ଷ୍ୟ । ଗାଁରେ ଅନେକ ସଭା କରାଯାଉଛି ,ଜୈବିକ ଚାଷର କଥା କୁହାଯାଉଛି , ତେବେ ଅର୍ଦ୍ଧାଧିକ ଚାଷୀ ଏହାକୁ ମାନି ଚାଷ ବି କରୁଛନ୍ତି । କିନ୍ତୁ ସବୁଠାରୁ ଦୁଃଖର କଥା ଚାଷୀ ଏହି ଉତ୍ପାଦକୁ ସଠିକ ଭାବରେ ବିକ୍ରି କରିପାରୁନାହିଁ ।

ଆଜି ଚାଷୀ ନିମାସ୍ତ୍ର ହେଉ ଜୀବାମୃତ କି ବୀଜାମୃତ ଏସବୁ ବିଷୟରେ ବେଶ ଭଲ ଭାବରେ ଜାଣି ଜମିରେ ପ୍ରୟୋଗ ବି କରୁଛନ୍ତି । ଅନ୍ୟ ଚାଷୀ ମାନଙ୍କୁ ଏ ବିଷୟରେ ସଚେତନ ବି କରାଉଛନ୍ତି । ବିହନ ବିଶୋଧନ ଠୁ ଆରମ୍ଭ କରି ରୋଗ ପୋକ ଦମନ ଯାଏଁ ସବୁଠି ଜୈବିକର ଛାପ କିପରି ପଡ଼ିବ , ସେ ଦିଗରେ ସତ ଚେଷ୍ଟା କରୁଛନ୍ତି । ଚାଷୀଟିଏ ପରିଶ୍ରମ କରି ଜୈବିକ ଚାଷ କରି ଫସଲ ଉତ୍ପାଦନ କରି ଅଲଗା ଭାବରେ ଏହାକୁ ବିକ୍ରି କରିପାରୁନି । ଯଦି ବି ବିକ୍ରି କରୁଛି , ତେବେ ଏହାର ଉପଯୁକ୍ତ ମୂଲ୍ୟ ପାଇବାରେ ବଂଚିତ ହେଉଛି । କାରଣ ଆମର ବଜାର ବ୍ୟବସ୍ଥା ସେମିତି ହୋଇଯାଇଛି ଯେ ଆମେ ରାସାୟନିକ ଓ ଜୈବିକ ଭିତରେ ବଜାର ମଧ୍ୟରେ ତାରତମ୍ୟ ରହୁନି । ଚାଷୀଟିଏ ଉତ୍ପାଦ ବିକ୍ରି ନକରିପାରି ଫସଲ ଫୋପାଡ଼ିବାର ନଜର ଏଇ କିଛି ଦିନ ତଳେ ସମସ୍ତେ ଉଣା ଅଧିକେ ଜାଣିଥିେବେ । ସରକାରଙ୍କ ଦ୍ୱାରା ଜୈବିକ ଚାଷକୁ ପ୍ରାମାଣିକରଣ ପାଇଁ ଅନେକ ଯୋଜନା କରାଯାଉଛି । ଚାଷୀ ମାନେ ସଚେତନ ହେଉଛିନ୍ତି । କିନ୍ତୁ ଏହା ଭିତରେ ମଧ୍ୟ ଏକ ଜୈବିକ ହାଟର ଆବଶ୍ୟକତା ଓ ଗୁରୁତ୍ୱ ଅନେକ ବୋଲି ଆମକୁ ବିଚାର କରିବାକୁ ହେବ । କାରଣ ଯଦି ସ୍ୱତନ୍ତ୍ର ଜୈବିକ ହାଟ ଟିଏ ପ୍ରତି ଗାଁ କି ବ୍ଲକରେ ହୁଅନ୍ତା , ତେବେ ଚାଷୀ ତାର ଉତ୍ପାଦ ସଠିକ ମୂଲ୍ୟରେ ବିକିପାରନ୍ତା । ଏବେ ସପିଂ ମଲ ରେ ଜୈବିକ ପନିନରିବା ମିଳଉଚି ତେବେ ଆମ ଗାଁ ମାନଙ୍କରେ କ’ଣ ପାଇଁ ଏହା ହୋଇପାରିବନି? ଆମ ରାଜ୍ୟରେ ଜୈବିକ ହାଟର ଅଧିନିୟମ ବାହାରିବା ଅବାଶ୍ୟକ । ଯାହାକୁ ଆମେ ସ୍ୱନ୍ତ୍ର ଅର୍ଗାନିକ ଭିଲେଜ ବୋଲି କହିପାରିବା । ଗାଁ ଗାଁରେ ଜୈବିକ ହାଟର ବ୍ୟବସ୍ଥା ହେବା ସରକାର । ଚାଷୀ ସେଠି ନିଜର ଫସଲକୁ ଲୋକଙ୍କୁ ବିକିପାରନ୍ତା ଓ ଲୋକମାନେ ଓିଂକ ଜୈବିକ ପନିପରିବା ପାଇପରନ୍ତେ । ତେବେ ଏହା ପୂର୍ବରୁ ଚାଷୀ ମାନେ ଜୈବିକ ଚାଷର ପ୍ରାମାଣିକରଣ କରିବା ଅନିବାର୍ଯ୍ୟ । ଚାଷୀ ସଚେତନ ହୁଅନ୍ତୁ , ପରିବେଶ ସବୁଜିମାରେ ଭରିଉଠୁ, ଏତିକି କାମନା ।

ଡ଼ି ଶୁଭମ୍‌ , ବାସୁଦେବପୁର , ଭଦ୍ରକ, ମୋ- ୯୪୩୮୪୬୭୦୭୯

Leave A Reply

Your email address will not be published.

ten − 7 =