ମାଣ୍ଡିଆର ଭୂ ପ୍ରଜାତି ଜାରି କରିବାରେ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା

0

୧୬୩ଟି ଭୂପ୍ରଜାତିର ଚିହ୍ନଟକରଣ
• କିସମ ସଂରକ୍ଷଣ ଦିଗରେ ଜନଜାତି ସମ୍ପ୍ରଦାୟର ନିଆରା ଉଦ୍ୟମ

nano urea

ଏବେ ସବୁଆଡେ଼ ମାଣ୍ଡିଆରେ ମହକ । ଗାଁ ଠୁ ସହର ଏବେ ସବୁଠି ମାଣ୍ଡିଆର କଥା ଆଉ ଗାଥା । ରାଜ୍ୟରେ ଓଡ଼ିଶା ମିଲେଟ ମିଶନ ଏକ ବୈପ୍ଲବିକ ପରିବର୍ତ୍ତନ ସୃଷ୍ଟି କରିଛି । ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟର ଜନଜାତି କୃଷକ ମାନଙ୍କ ଦ୍ୱରା ସଂରକ୍ଷିତ ହୋଇଥିବା ମାଣ୍ଡିଆ ଭୂ ପ୍ରଜାତିକୁ ଜାରି କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଦେଶରେ ନିଜର ସ୍ୱତନ୍ତ୍ର ପରିଚୟକୁ ପୁନର୍ବାର ଦୋହରାଇଛି । ଏହି ଭୂପ୍ରଜାତିକୁ ଜାରି କରିବା ନିନ୍ତେ ରାଜଞ ସରକାର ଲ୍ୟାଣ୍ଡରେସ ଭେରାଇଟି ରିଲିଜ କମିଟି ଗଠନକୁ ଆନୁଷ୍ଠାନିକ ଭାବରେ ମଂଜୁର ମିଳିଛି । ତେବେ ଉପଯୁକ୍ତ ଜ୍ଞାନ କୋ÷ଶଳ ସହ ପାରମ୍ପରିକ ପଦ୍ଧତିକୁ ସମ୍ମିଶ୍ରଣରେ ମାଣ୍ଡିଆର ଭୂପ୍ରଜାତିକୁ ବିକଶିତ କରିବା ଦ୍ୱାରା କୃଷି ଜୈବ ବିବିଧତାର ବ୍ୟାପକ ପରିବର୍ତ୍ତନ ଆସିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି । ରାଜ୍ୟରେ ବସବାସ କରୁଥିବା ୬୨ଟି ଜନଜାତି ସଂପ୍ରଦାୟ ମାନଙ୍କର ଏଥିପାଇଁ ଅବଦାନ ଅତୁଳନୀୟ । ଏମାନେ ମାଣ୍ଡିଆ କିସମର ସରକ୍ଷକ ଭାବରେ ବହୁ ପୁରାତନ କାଳରୁ ପରିଗଣିତ ହୋଇ ଆସୁଛନ୍ତି । ତେବେ ରାଜ୍ୟ ସରକାରଙ୍କ କୃଷି ବିଭାଗ, ମିଳେଟ ମିଶନ ମାଧ୍ୟମରେ ଏହି ସଂଚାଳନ ପ୍ରକ୍ରିୟାକୁ ବିକଶିତ କରିଛନ୍ତି । ତେବେ ଚିହ୍ନଟ କରାଯାଇଥିବା ୧୬୩ଟି ମାଣ୍ଡିଆ ଭୂ ପ୍ରଜାତି ମଧ୍ୟରୁ ୧୪ଟି ଭୂ ପ୍ରଜାତିର ଉତ୍ତମ ପ୍ରଦର୍ଶନର ସମ୍ଭାବନା ରହିଛି । କୁନ୍ଦ୍ରାବାଟି, ଲକ୍ଷ୍ମୀପୁର କାଳିଆ , ମାଲ୍ୟବନ୍ତ ମାମି ଏବଂ ଗୁପ୍ତେଶ୍ୱର ଭାରତୀ ଆଦି ୪ଟି ଭୂପ୍ରଜାତିକୁ ବିହନ ପ୍ରଣାଳୀ ଅଧିନରେ ଜାରି କରିବା ପାଇଁ ବିବେଚନା କରାଯାଇଛି । ଏହାର ଅଂଶବିଶେଷ ଭାବରେ ଚାଷ ଜମିର କ୍ଷେତ୍ର ସଂରକ୍ଷଣ ଠାରୁ ଆରମ୍ଭ କରି ବିହନର ବିକାଶ ଯାଏଁ ସବୁ ପ୍ରକ୍ରିିୟା ଉପରେ କାର୍ଯ୍ୟ କରାଯାଇଥିଲା । ଅନ୍ୟ ପକ୍ଷରେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ମଧ୍ୟ ରାଜ୍ୟ ସରକାରଙ୍କ ସହ ସହଭାଗିତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

eighteen − seventeen =