ରାଜ୍ୟରେ କମୁଛି କେନ୍ଦୁପତ୍ର ଉତ୍ପାଦନ ହାର

0

ଓଡ଼ିଶାର ଅଧିକାଂଶ ଜଙ୍ଗଲ ମାନଙ୍କରେ କେନ୍ଦୁପତ୍ର ଉତ୍ପାଦନ ହାର କ୍ରମାଗତ ଭାବରେ ହ୍ରାସ ପାଉଥିବା ଏବେ ସାଧାରଣରେ ବ୍ୟବସାୟୀ ମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ମିଳିଥିବେ ସୂଚନା ଅନୁଯାୟୀ ଚଳିତ ବର୍ଷ ମୋଯ ୨ଲକ୍ଷ କୁଇଣ୍ଟାଲ କେନ୍ଦୁପତ୍ର ସଂଗ୍ରହ କରାଯାଇଥିବା ବେଳେ ମୋଟ ୧୯୬ କୋଟି ଟଙ୍କାର ପତ୍ର କ୍ରୟ କରାଯାଇଛି । ଏକଦା ଓଡ଼ିଶାରୁ କେନ୍ଦୁପତ୍ର ଅନ୍ୟ ରାଜ୍ୟ ମାନଙ୍କୁ ରତ୍ପାନୀ ହେଉଥିଲା । ହେଲେ ଏଥିରେ ବେ କ୍ରମାଗତ ହ୍ରାସ ପାଉଥିବା କଥା ଓଡ଼ିଶା କେନ୍ଦପତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ କହିଛନ୍ତି । ତେବେ ଏସବୁ କାରଣ ଭିତରେ ଜଙ୍ଗଲ ନଷ୍ଟ ଠାରୁ ଆରମ୍ଭ କରି କେନ୍ଦୁପତ୍ର ଥିବା ସ୍ଥାନକୁ ଚାଷ ଜମିରେ ନିୟୋଜିତ କରିବା ଏହା ହ୍ରାସ ପାଇବାର କାରଣ ହୋଇପାରେ ବୋଲି ଆଲୋଚନା କରାଯାଇଛି । ରାଜ୍ୟରେ କେନ୍ଦୁପତ୍ର କାଡର଼୍ ଧାରୀଙ୍କ ସଂଖ୍ୟା ୮ଲକ୍ଷ ଅଛି । ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ପ୍ରଭୃତି ଦେଶକୁ ଓଡ଼ିଶାରୁ କେନ୍ଦୁପତ୍ର ଯାଉଥିଲା । ସୂଚନା ମୁତାବକ ଏବେ ରାଜ୍ୟର ୨୨ଟି ଜିଲ୍ଲାର ୧୯ଟି ଡ଼ିଭିଜନ୍‌ରୁ କେନ୍ଦୁନତ୍ର ସଂଗ୍ରହ ହେଉଛି ।

Leave A Reply

Your email address will not be published.

twenty + thirteen =