ମା’ ମାନଙ୍କର ମିଳିତ ମହାଶକ୍ତିି- ମିଶନ୍‌ ଶକ୍ତି

0

ସାରା ରାଜ୍ୟର ପାଖାପାଖି ୭୦ଲକ୍ଷ ମା’ ମାନଙ୍କର ମଳିତ ମହାଶକ୍ତି ହେଉଛି –ମିଶନ୍‌ ଶକ୍ତି। ଏହା ଏକ ନାମ ନୁହେଁ ଏହା ଏକ ବିପ୍ଲବ । ଏହା ଏକ ସଫଳତାର ସିଡ଼ି ଚଢ଼ୁଥିବା ପ୍ରଚଣ୍ଡ ଉଦ୍ୟମ ଯୁକ୍ତ ଶକ୍ତି । ଯାହା ମା’ ମାନଙ୍କୁ ସଂଗଠିତ କରେ । ମା’ ମାନଙ୍କ୍‌ୁ ଏକତ୍ରିତ କରେ । ମା’ ମାନଙ୍କ ମଧ୍ୟରେ ସ୍ୱାବଲମ୍ବନର ବାର୍ତ୍ତା ଭରେ । ବିଭିନ୍ନ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରି ମିଶନ ଶକ୍ତିର ମା’ ମାନେ ସାଜୁଛନ୍ତି ସାରା ଦୁନିଆ ପାଇଁ ରୋଲ ମଡେ଼ଲ । ବିନା ସୁଧରେ ୫ଲକ୍ଷ ଯାଏଁ ଋଣ ପାଇଁ ସଫଳତାର ସହ ବ୍ୟବସାୟ କରୁଛନ୍ତି । ନୂଆ ଓଡ଼ିଶାର ବିନ୍ଧାଣୀ ସାଜି ମା’ ମାନେ ସାରା ବିଶ୍ୱ ପାଇଁ ପାଲଟିଛନ୍ତି ଉଦାହରଣ ।

nano urea

ମା , ମାଟି ଆଉ ମମତାର ରାଜ୍ୟ ଓଡ଼ିଶା । ଆମ ମାଟିରେ ଉଦ୍ୟୋଗ ସାରା ଭାରତରେ ସଫଳତାର ତୂର୍ଯ୍ୟନାଦ ନିନାଦିତ ହୁଏ । ଓଡ଼ିଶା ଏବେ ବିକାଶର ଗାଥା ଗାଉଛି । ଆମ ରାଜ୍ୟ ଓଡ଼ିଶା- ଯେଉଁଠି ମାଟି ବି ବୀରତ୍ୱର କଥା କହେ, ପବନରେ ସଂଗ୍ରାମର ଇତିହାସ ବହେ । ଏ ମାଟି ଉଦ୍‌ୟୋଗର ମାଟି । ଏ ମାଟି ଉଦ୍‌ୟୋଗୀର ମାଟି । ଆଉ ଏ ମାଟି ମିଶନର ମାଟି । ଆଉ ଆଜି ଏ ମାଟିରେ ମିଶନ୍‌ ଶକ୍ତି ଠୁ ଆରମ୍ଭ କରି ମିଲେଟ ଯାଏଁ ସବୁ ଏକ ବୃହତ୍ତର ମିଶନରେ ପରିଗଣିତ ହୋଇଛନ୍ତି । ଆପଣ ଅଶୀ ନବେ ଦଶକ କୁ ଯଦି ଫେରିଯିବେ ଲକ୍ଷ୍ୟ କରିପାରିବେ , ସେତେବେଳେ ମା’ ମାନଙ୍କର ଭୂମିକା ଉଦ୍‌ୟୋଗ କ୍ଷେତ୍ରରେ ଏତେଟା ନଥିଲା । କିନ୍ତୁ ଏବେ ଆପଣ ଓଡ଼ିଶାର ରୂପାନ୍ତରଣକୁ ଲକ୍ଷ୍ୟ କରନ୍ତୁ । ଆଜି ମା’ ମାନେ ଉଦଯୋଗୀ । ଆଜି ମା’ ମାନେ କେବଳ ପଲ୍ଲୀ ଠାରୁ ଦିଲ୍ଲୀ ନୁହେଁ ବରଂ ଦେଶ ବିଦେଶରେ ଯାତ୍ରା କରି ନିଜ ଉଦ୍‌ୟୋଗର କଥା ପହଁଚାଇଛନ୍ତି । ଆଉ ଆମ ମା’ ମାନଙ୍କୁ ଆଜି ଶକ୍ତି ଯୋଗାଉଛି ମିଶନ୍‌ ଶକ୍ତି । ରାଜ୍ୟ ସରକାରଙ୍କ ଏକ ବିକଶିତ ପରିକଳ୍ପନା ହେଉଛି ମିଶନ ଶକ୍ତି । ଯେଉଁଠାରେ ମା’ ମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆଜି ମିଶନଶକ୍ତି ମାଧ୍ୟମରେ ମା’ ମାନେ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ରାଜ୍ୟସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଆଜି ସଫଳତାର ମହକ ବୁଣୁଛି । ଏହାରି ଭିତରେ ମିଲେଟ ମିଶନ ଏହି ସଫଳତାରେ ଆଉ ଏକ ଖିଅ ଯୋଡ଼ିଛି , ଯାହାର ସବୁଠାରୁ ଅଧିକ ଶ୍ରେୟ ମିଶନ୍‌ ଶକ୍ତି ମା’ ମାନଙ୍କର ରହିଛି । ମଲ୍‌ ମାନଙ୍କରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ତ ପୁଣି ବିଭିନ୍ନ ଉତ୍ସବ ମାନଙ୍କରେ ମାଣ୍ଡିଆର ଖାଦ୍ୟ ପାଖରେ ଲୋକ ଭିଡ଼ ଜମେଇଲେଣି । କେବଳ ମଧୁମେୟ ରୋଗୀ ନୁହେଁ ସମାଜର ସବୁ ଶ୍ରେଣୀ ଆଉ ସବୁ ବର୍ଗର ଲୋକେ ଏହାକୁ ଏବେ ନିଜ ଖାଦ୍ୟରେ ସାମିଲ କଲେଣି । ମିଶନ୍‌ ଶକ୍ତି ମା’ ମାନେ ଏବେ ମିଲେଟ ଶକ୍ତି କାଫେ ରେ ନିଜର ପାରଦର୍ଶିତା ଦେଖାଇଲେଣି । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟପେୟ ଏବେ ଏହି କାଫେରେ ଉପଲବ୍ଧ । ଏଥିରେ ମା’ ମାନଙ୍କର ହିଁ ଭୂମିକା ଅଧିକ । ମିଶନ୍‌ ଶକ୍ତି ଏବେ କେବଳ ଓଡ଼ିଶା କି ଭାରତ ନୁହେଁ , ସାରା ବିଶ୍ୱରେ ନିଜର ନିଆରା ପରିଚୟ ସୃଷ୍ଟି କରିଛି ।

Leave A Reply

Your email address will not be published.

ten + six =