ଚାଷ ଜମିରେ ଉଦ୍ୟୋଗ ଓ ଉଦ୍ୟୋଗୀ

0

ଆଜି ଆପଣ ଦେଖୁଥିବେ ପ୍ରତି ଗାଁ ରେ ଉଦ୍ୟୋଗୀ ମାନେ ସେମାନଙ୍କର ଉଦ୍ୟୋଗର ବାର୍ତ୍ତା ପହଁଚାଇଲେଣି । ଆଜି ଷ୍ଟାର୍ଟ ଅପ ଓଡ଼ିଶା – କେବଳ ସଫଳତା ନୁହେଁ , ସଫଳ ତଥା ଶ୍ରେଷ୍ଠ ମଣିଷମାନଙ୍କୁ ଗଢ଼ିବାରେ ମୁଖ୍ୟ ଭୂମିକା ନେଇଛି ।ଉଦ୍ୟୋଗ , ଉଦ୍ୟୋଗୀ ଆଉ ଉଦ୍ୟୋଗୀକରଣ – ଏ ତିନୋଟି ଶବ୍ଦ ଏବେ ବେଶ ଚର୍ଚ୍ଚାରେ ଅଛି । କାରଣ ଏଇ ତିନୋଟି ଶବ୍ଦ ଶୁଣିବାକୁ ସହଜ ଲାଗୁଥାଇପାରେ କିନ୍ତୁ ଏହା ମଣିଷକୁ ସଫଳତାର ଶିଖରରେ ପହଁଚାଇବା ସହ ନୂଆ କିଛି କରିବାର ଅଦମ୍ୟ ସ୍ପୃହା ଯୋଗାଉଛି । ପ୍ରଥମ କଥା ହେଲା – ଏବେ ଜଣକୁ ଉଦ୍ୟୋଗୀ ହେବା ପାଇଁ ବୟସ କି ପାଠପଢ଼ାର ଠାରୁ ଅନ୍ତର୍ନିହିତ କଳା ଓ ଜ୍ଞାନକୋ÷ଶଳର ଅଧିକ ଆବଶ୍ୟକତା ରହିଛି । ୨୦-୩୦ ବର୍ଷ ତଳେ ଏ ଶବ୍ଦଗୁଡ଼ିକ ଲୋକ ମାନେ ଜାଣିଥିଲେ ସୁଦ୍ଧା ବ୍ୟବହୃତ ହେଉନଥିଲା । କିନ୍ତୁ ୨୦୧୬ରୁ ଯେବେ ଷ୍ଟାଣ୍ଡ ଅପ ଇଣ୍ଡିଆ ଓ ଏହା ପରେ ପରେ ଷ୍ଟାର୍ଟ ଅପ ଓଡ଼ିଶାର କଥା ଲୋକେ ଜାଣିଲେ , ସେବେ ଅନେକ ଜଣ ନୂଆ କିଛି କରିବାକୁ ଚେଷ୍ଟା କଲେ । ସଫଳତା ବି ପାଇଲେ । ସଂଘର୍ଷ ଭିତରେ ନିଜ ସଫଳ କାହାଣୀକୁ ବଖାଣିଲେ । ନିଜସ୍ୱ ପ୍ରତିଷ୍ଠାନ ବି ଗଢ଼ିଲେ । ବିଜ୍ଞାନ , ପ୍ରଯୁକ୍ତିବଦ୍ୟା ଠାରୁ ଆରମ୍ଭ କରି ଶିକ୍ଷା , ସ୍ୱାସ୍ଥ୍ୟ ଯାଏଁ ସବୁ କ୍ଷେତ୍ରରେ ଉଦ୍ୟୋଗୀକରଣର ମହକ ଏବେ ବେଶ ମହକିତ ହୋଇ ଯାଉଛି । ଆଉ ଏ ଉଦ୍ୟୋଗୀ ମାନଙ୍କୁ ଦେଖି ସାଧାରଣ ଲୋକମାନେ ବି ନିଜକୁ ନିଜ ଭିତରର ସେ ବିକଶିତ ଚେହେରାକୁ ଖୋଜିବାରେ ଲାଗିଲେଣି ।

୨୦୨୦ର ମାର୍ଚ୍ଚ ବେଳକୁ ଯେବେ ଭାରତରେ ମହାମାରୀ କରୋନା ନିଜର କାୟା ବିସ୍ତାର କଲା , ସେବେ ଦାଦନ ଖଟିବାକୁ ଯାଉଥିବା ଲୋକମାନଙ୍କର ଅବସ୍ଥା କଥା ସଭିଏଁ ଜାଣିଛନ୍ତି । ଏହାକୁ ଦୋହରାଇବାର କୋ÷ଣସି ଆବଶ୍ୟକତା ନାହିଁ । ଏହାରି ଭିତରେ ଯେବେ ଲୋକମାନେ ନିଜର କର୍ମସଂସ୍ଥାନ ହରାଇ ବସିଲେ ସେବେ ନୂଆ କିଛି କରିବାକୁ ବାଟ ଖୋଜିଲେ । କଥାରେ ଅଛି ଅଭାବ ଓ ଅସୁବିଧା ହିଁ ଉଦ୍ଭାବନର ଜନନୀ । ଏହା ସେବେଠାରୁ ହିଁ ଅଧିକ ପ୍ରତିଫଳିତ ହେବାକୁ ଲାଗିଲା । ଲୋକେ ନିଜ ଭିତରର ଶ୍ରେଷ୍ଠତ୍ୱକୁ ଖୋଜିବାର ପୟାସ ଆରମ୍ଭ କଲେ । ସେହିଠାରୁ ଜନ୍ମ ନେଲା ଉଦ୍ୟୋଗର ନୂଆ ସୂର୍ଯ୍ୟୋଦୟ । ବିଭନ୍ନ କ୍ଷେତ୍ରରେ ଆଜି ଅନେକ ଉଦ୍ୟେଗୀ ନିଜକୁ ପ୍ରତିଷ୍ଠିତ କରିବା ସହ ଲାଭବାନ ମଧ୍ୟ ହୋଇ ପାରିଛନ୍ତି । ଏ ବିଭିନ୍ନ କ୍ଷେତ୍ର ମଧ୍ୟରୁ ଆଜି ଆମେ କୃଷି ଉଦ୍ୟୋଗର କଥା ଆଲୋଚନା କରିବା । ଏହା ନିଃସନ୍ଦେହ ଯେ କୃଷି କ୍ଷେତ୍ରରେ ବେ ଅନେକ ଗୁଡ଼ିଏ ଷ୍ଟାର୍ଟ ଅପ୍‌ ଆଜି ଓଡ଼ିଶା ତଥା ଭାରତରେ ବେଶ ସୁନାମ କରିଲେଣି ।

ଆମ ବାପା ଅଜା ଅମଳରେ ହୁଏତ ଏ ଉଦ୍ୟୋଗର କଥା ଲୋକେ ଜାଣିନଥିଲେ । ଗାଁ ଚାଷ ଜମିରେ ଖରିଫ ଆଉ ରବିରେ ଧାନ ଆଉ ମୁଗ ବୁଣି ସେସବୁକୁ ବିକ୍ରିବଟା କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଆଜି ସେ ଚାଷ ଜମିରେ ହିଁ ଉଦ୍ୟୋଗର କଥା ବାହାରୁଛି । ମୁଖ୍ୟ କଥା ହେଲା ଚାଷକୁ କେବଳ ଶାରୀରିକ ଶ୍ରମ ବୋଲି ନୁହେଁ ବରଂ ଏହା ଦ୍ୱାରା କିପରି ଉଦ୍ୟୋଗୀକରଣର କଥା କୁହାଯାଇପାରିବ , ସେ ଦିଗରେ ଆମେ ଯତ୍ନବାନ ହେବା ଦରକାର । ଚାଷ ଜମିରେ ଧାନ , ମୁଗ , ବିରି , ସୋରିଷ ଏମିତି ଫସଲ ହେବା କିଛି ନୂଆ କଥା ନୁହେଁ । ତେବେ ଏସବୁ ଭିତରେ ଯଦି ଆମେ କିଛି ନୂଆ କଥା ଦେଖାଇପାରିବା , ନୂଆ କିଛି କରିପାରିଲେ , ତାହା ହିଁ ଉଦ୍ୟୋଗ । ଆଉ ଏହା କେବଳ ଭାଷଣ ବାଜି ନୁହେଁ ଆଜି ଅନେକ ଏ ଦିଗରେ ସଫଳ ହେଲେଣି । ଆଉ ଏହା ଏବେ ଉଦ୍ୟୋଗୀ ମାନଙ୍କ ସଫଳତାର ମୁକସାକ୍ଷୀ ସାଜିଛି ।
ଆଜି ଚାଷ ଜମିରେ ଚାଷ କରାଯାଉଥିବା ଫସଲ ମାନଙ୍କର ରୋଗ ପୋକ ଚିହ୍ନଟ ପାଇଁ ମୋବାଇଲ ଆପ୍‌ ବାହାରିଛି । ଚାଷୀ ଟିଏ ଗୋଟିଏ କ୍ଲିକ୍‌ ରେ ନିଜ ଫସଲର ସମସ୍ୟା ଜାଣିପାରୁଛି । ଚାଷୀକୁ ଏ ଦିଗର ଆଉ ଅଧିକ ସମୟ ନଷ୍ଟ କରିବାକୁ ପଡ଼ୁଦାହିଁ । ଚାଷୀ ମାନଙ୍କୁ ଅନଲାଇନ ପ୍ରଶିକ୍ଷଣ ଦିଆଯାଉଛି । କେବଳ ୟୁରିଆ,ପଟାସ, ଗ୍ରୋମର ନୁହେଁ ଏବେ ଅନେକ ଉଦ୍ୟୋଗୀ ମାନେ ଜୈବିକ କୀଟନାଶକ ଓ ଜୈବିକ ସାରର ଉଦ୍ୟୋଗ ବନାଇଲେଣି । ଚାଷୀ ମାନଙ୍କୁ ପାଣିପାଗ ସମ୍ପର୍କିତ ସୂଚନା ପାଇଁ ନୂଆ ମୋବାଇଲ ଆପ୍ଲିକେସନ ଓ ଯନ୍ତ୍ର ବହାରିଲାଣି । ଚାଷୀ କ୍ଷଣିକରେ ପାଣିପାଗର ସୂଚନା ପାଇପାରୁଛନ୍ତି । ଯେଉଁ ଚାଷ ଜମିରେ କୀଟନାଶକ ସ୍ପ୍ରେ ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା ,ମଜୁରୀର ଆବଶ୍ୟକତା ପଡ଼ୁଥିଲା , ଆଜି ସେସବୁର ସମାଧାନ କରିଛି ଡ୍ରୋନ । ୬ମିନିଟ-୧୦ମିନିଟ ଭିତରେ ଗୋଟିଏ ଏକର ଜମିରେ ଖୁବ ସହଜରେ କୀଟନାଶକ ସ୍ପ୍ରେ କରାଯାଇପାରୁଛି । ଏ କ୍ଷେତ୍ରରେ ଗୋଟିଏ ଛୋଟ ଉଦାହରଣ ଦେବାକୁ ଚାହିଁବି । ଭଦ୍ରକ ବାସୁଦେବପୁରର ଛାତ୍ର ବୋଧିସତ୍ତ୍ୱ ସଂଘପ୍ରିୟ ଓ ଓମ ପ୍ରକାଶ ଦାସ ବୁର୍ଲାରୁ ଇଂଜିନିୟରିଂ ପଢ଼ି ଏବେ ନିଜର ଉଦ୍ୟୋଗ ‘ଆଇଜି ଡ୍ରୋନ’କୁ ସାରା ବିଶ୍ୱରେ ପହଁଚାଇବା ସହ ଏହା କୃଷକ ମାନଙ୍କୁ ଚାଷ ଜମିରେ ବେଶ ସାହାଯ୍ୟ କରିପାରୁଛି । ଆଜି ଏ ଉଦ୍ୟୋଗ କେବଳ ଓଡ଼ିଶା ନୁହେଁ ବରଂ ଅନ୍ତଜାର୍ତୀୟ ସ୍ତରର ବିଭନ୍ନ କନ୍‌କ୍ଲେଭରେ ପୁରସ୍କୃତ ହେଉଛି । ଏମିତିକି ଏବେ ଚାଷୀ ମାନଙ୍କୁ ଚାଷ କରିବା ପୂର୍ବରୁ ନିଜ ମାଟି ପରୀକ୍ଷା ପାଇଁ ବି ଅନେକ ଜଣ ମୃତ୍ତିକା ପରୀକ୍ଷଣଉ ଉଦ୍ୟୋଗ ପ୍ରତିଷ୍ଠା କଲେଣି । ଚାଷୀଟିଏ କମ୍‌ ସମୟରେ ନିଜ ଜମିର ଯବକ୍ଷାରଜାନ, କାର୍ବନ, ପିଏଚ, ଫସଫରସ ପରି ଅନେକ ଉପାଦାନକୁ ସଠିକ ଭାବରେ ଜାଣିବା ସହ ପରବର୍ତ୍ତୀ ପଦକ୍ଷପକୁ ସହଜରେ ନେଇ ପାରୁଛି । ଏବେ ଯୁବକ ମାନେ ଏ ଦିଗରେ ବେଶ ଆଗକୁ ଆସିଲେଣି । ଅନେକ ଯୁବକ ଆଜି କୃଷିକୁ ନିଜର ଉଦ୍ୟୋଗ ବନାଇ ସକ୍ଷମ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

nano urea

କେବଳ ଏତିକି ନୁହେଁ ସହରାଂଚଳ କୃଷି ଏବେ ଘରେ ଘରେ ବେଶ ଆଦର ଲାଭ କଲାଣି । ଲୋକେ ଘରର ଛାତ ଉପରେ ହାଇଡ୍ରୋପନିକ୍ସ କରି ବେଶ ଲାଭବାନ ହୋଇପାରୁଛନ୍ତି । ବିନାମାଟିରେ ଚାଷ କରି ଏବେ ସଫଳତା ବି ପାଉଛନ୍ତି । ଆକ୍ୱପନିକ୍ସ , ବାୟୋଫ୍ଲକ ପରି ମତ୍ସ୍ୟ ଉଦ୍ୟୋଗ ଏବେ ସ୍ୱାବଲମ୍ବୀ ,ହେବାର ନୂଆ ନିଶା ଦେଖାଇଛି । ଏସବୁ ହିଁ କୃଷି କ୍ଷେତ୍ରରେ ସଫଳ ଉଦ୍ୟୋଗୀକରଣ । ଜାତୀୟ ଚ୍ୟାନେଲ ସୋନିରେ ପ୍ରସରିତ ହେଉଥିବା ସାର୍କ ଟ୍ୟାଙ୍କ୍‌ରେ ଆପଣ ଦେଖିପାରିବେ ଅନେକ କୃଷି କ୍ଷେତ୍ରରେ ନିଜର ସଫଳ ଉଦ୍ୟୋଗ ନେଇ ଉପସ୍ଥାପନ କରିଥିଲେ । ଏଥିରୁ ସହଜରେ ଅନୁମେୟ ଯେ କୃଷି ଆଉ କେବଳ ମାଟି କାଦୁଅରେ ଚାଷ ନୁହେଁ ବରଂ ଏହାରି ମଧ୍ୟରେ ଅନେକ କିଛି ନୂଆ କରାଯାଇପାରିବ , ଏଥିରେ ସନ୍ଦେହ ନାହିଁ । ଏଥିପାଇଁ ନିଜର ଇଚ୍ଛାଶକ୍ତି ,ଉଦ୍ୟମ ଏବଂ କୋ÷ଶଳର ଆବଶ୍ୟକତା ଅଛି ।

କଥାରେ ଅଛି ବସି ଖାଇଲେ ନଈ ବାଲି ସରେ । ଏହି ପରିପ୍ରେକ୍ଷୀରେ ଆମେ ଚାଷ ଆଉ ଚାଷ ଜମିରୁ କିପରି ଆହୁରି ଅନେକ ଉଦ୍ୟୋଗ କରାଯାଇପାରିବ , ସେ ଦିଗରେ ଚିନ୍ତା କରିବା ଆବଶ୍ୟକ । ନିଜେ ପଢ଼ିଥିବା ପାଠକୁ ଜୀବନ ଶୈଳୀରେ କିପରି ଉପଯୋଗ କରାଯାଇପାରିବ , ସେ ଦିଗରେ ଅନୁଧ୍ୟାନ କରିବାର ଅଛି । ବର୍ତ୍ତମାନ ସମୟରେ ଷ୍ଟାର୍ଟ ଅପ୍‌୍‌ ଓଡ଼ିଶା ଏସବୁକୁ ଅଧିକ ପ୍ରୋତ୍ସାହନ ଦେବା ସହ ସହଯୋଗ ମଧ୍ୟ କରୁଛନ୍ତି । ଏତଦବ୍ୟତୀତ ରାଜ୍ୟ ସରକାର କୃଷି ଉଦ୍ୟୋଗୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ମାନ ପ୍ରଣୟନ କରୁଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଠାରୁ ଆରମ୍ଭ କରି ଗୋ ସୁଗମ୍‌ ଯାଏଁ ସବୁଠି ଜଣେ ନିଜ ଉଦ୍ୟୋଗକୁ ଶ୍ରେଷ୍ଠ ରୂପ ଦେଇପାରିବ । ଆସନ୍ତୁ କୃଷି ଉଦ୍ୟୋଗୀକରଣର ସଫଳତାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚାଇବା ସହ ଏକ ସବୁଜିମାମୟ ଓଡ଼ିଶା ଗଠନରେ ଭାଗିଦାରୀ ହେବା ।

ଡ଼ି ଶୁଭମ୍‌

Leave A Reply

Your email address will not be published.

ten − seven =