ରାଜ୍ୟ ଏବଂ ରାଜ୍ୟ ବାହାରେ ମିଲେଟର ଚାହିଦା ବହୁ ମାତ୍ରାରେ ଦେଖିବାକୁ ମିଳୁଛି। ଗରିବ ଠାରୁ ଆରମ୍ଭ କରି ଧନୀ ଶ୍ରେଣୀର ଲୋକଙ୍କ ଖାଦ୍ୟ ଥାଳିରେ ମିଲେଟ ପ୍ରସ୍ତୁତ ବ୍ୟଞ୍ଜନ ଦେଖିବାକୁ ମିଳୁଛି କାରଣ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଆଜିର ଦିନରେ ସମସ୍ତଙ୍କ ସୁଷମା ଜୀବନ ପାଇଁ ଆବଶ୍ୟକତା ରହିଛି। ତେଣୁ ଘର ଠାରୁ ଆରମ୍ଭ କରି ବଜାର, ମେଳା ଆଦି ମାନଙ୍କର ମିଲେଟ ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶନ କରି ଲୋକଙ୍କ ଆଗ୍ରହ ମଧ୍ୟ ବଢ଼ିବାରେ ଲାଗିଛି। ବହୁ ପ୍ରକାରର ଖାଦ୍ୟ ପ୍ରସ୍ତୁତ ହୋଇପାରୁଥିବାରୁ ଚାଷୀମାନେ ଅଧିକ ମାତ୍ରାରେ ଏହାର ଚାଷ କାର୍ଯ୍ୟ ମଧ୍ୟ ପରିଚାଳିତ ରଖିଛନ୍ତି, ଯାହାକି ଓଡ଼ିଶାରେ ଏହାର ଉତ୍ପାଦନ ବୃଦ୍ଧି କରୁଛି।
ତେଣୁ ଅତି ନିକଟରେ ଓଡ଼ିଶାର କଟକ ସ୍ଥିତ ବାରବାଟି ଷ୍ଟାଡିୟମ୍ ରେ ଆରମ୍ଭ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକାର ମ୍ୟାଚ୍ ପାଇଁ ଖେଳାଳି ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେ ଫାୟର ହୋଟେଲରେ ରହିବେ। ପ୍ରତିବର୍ଷ ତାଙ୍କୁ ଓଡ଼ିଆ ଖାଦ୍ୟର ଛୁଙ୍କ ପରଷି ଦିଆଯାଏ। ସେମାନଙ୍କ ଖାଦ୍ୟ ପ୍ରଣାଳୀ ହିସାବରେ ଚଳିତ ବର୍ଷ ଓଡ଼ିଶାର ମିଲେଟ ପ୍ରସ୍ତୁତ ଖାଦ୍ୟ ସେମାନଙ୍କ ଖାଦ୍ୟ ଥାଳିରେ ଯୋଡ଼ି ଦିଆଯାଇଛି। ଏଥର ସେମାନଙ୍କୁ ସ୍ଵାଗତ କରିବା ପାଇ ମଧ୍ୟ ଓଡ଼ିଶାର ପ୍ରସିଦ୍ଧ ଆଦିବାସୀ ନୃତ୍ୟ ମଧ୍ୟ ପ୍ରଦର୍ଶିତ କରାଯିବ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
